ଭୁବନେଶ୍ୱର, ୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ ସଂସ୍ଥା ଜିଓ ପ୍ଲାଟଫମର୍ସ ଏବଂ ଏନ୍ଭିଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ଘୋଷଣା କରାଯାଇଛି। ବିଶେଷ କରି ଅତ୍ୟାଧୁନିକ କ୍ଲାଉଡ୍ଭିତ୍ତିିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଢାଞ୍ଚା ବିକାଶ କରିବା ଲାଗି ଏହି ସହଭାଗିତା ହୋଇଛି। ଏପରି କି ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବହୁତ କାମ ହେଉଥିବା ବେଳେ ଭାରତକୁ ଏହି କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ିବାରେ ଉକ୍ତ ସହଭାଗିତା ବେଶ୍ ସହାୟକ ହେବ। ଏ ସମ୍ପର୍କରେ ଆର୍ଆଇଏଲ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଭାରତରେ ବିପୁଳ ପରିମାଣର ଡାଟା ବ୍ୟବହାର ହେଉଛି, କିନ୍ତୁ ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆମେ ବର୍ତ୍ତମାନ ଜ୍ଞାନକୌଶଳ ଢାଞ୍ଚା ବିକାଶ କରୁଛୁ, ଯାହା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ। ଏନ୍ଭିଡିଆ ସହିତ ମିଶି ଆମେ କମ୍ପ୍ୟୁଟିଂ ଓ ପ୍ରଯୁକ୍ତି ସୁପର ସେଣ୍ଟର ତିଆରି କରୁଛୁ। ଜିଓ ଆସିବା ପରେ ଡିଜିଟାଲ୍ କ୍ଷେତ୍ରରେ ଯେଉଁଭଳି ଲାଭ ମିଳିଥିଲା ଏହା ଜରିଆରେ ସେଭଳି ଲାଭ ମିଳିବ। ଜିଓ ଓ ଏନ୍ଭିଡିଆ ମିଳିତ ଭାବେ ଗୋଟିଏ ଲକ୍ଷ୍ୟ ହାସଲ କରିବା ଲାଗି ମିଳିତ ଭାବେ ଏକ ଯାତ୍ରାର ଶୁଭାରମ୍ଭ କରୁଥିବାରୁ ମୁଁ ବହୁତ ଖୁସି। ସେହିଭଳି ଏନ୍ଭିଡିଆର ପ୍ରତିଷ୍ଠାତା ଓ ସିଇଓ ଜେନ୍ସେନ୍ ହୁଆଙ୍ଗ କହିଛନ୍ତି, ଭାରତରେ ଅତ୍ୟାଧୁନିକ ଏଆଇ ସୁପର କମ୍ପ୍ୟୁଟର ପ୍ରସ୍ତୁତ କରିବା ଲାଗି ରିଲାଏନ୍ସ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି। ଭାରତ ପାଖରେ ବ୍ୟାପକ ଡାଟା ଓ ପ୍ରତିଭା ରହିଛି, ସବୁଠୁ ଉନ୍ନତ ଏଆଇ କମ୍ପ୍ୟୁଟିଂ ଭିତ୍ତିଭୂମି ଜରିଆରେ ରିଲାଏନ୍ସ ଏହାକୁ ନିର୍ମାଣ କରିପାରିବ। ସେହିପରି ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ଉପଲବ୍ଧତା ଓ ଉପଯୋଗକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ଭାରତର ବୈଷୟିକ ବିପ୍ଳବକୁ ପ୍ରୋତ୍ସାହିତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ସବୁ ଭାରତୀୟଙ୍କ ପାଖରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

