ନୂଆଦିଲ୍ଲୀ,୧୭।୯: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ପ୍ରଦର୍ଶନକାରୀ ଲେଭିସ୍ ପକ୍ଷରୁ ପାର୍ବଣଋତୁ ଉପଲକ୍ଷେ ନୂତନ କଲେକ୍ସନ ସହ ସିଜନ-୩ର ମଧ୍ୟ ଶୁଭାରମ୍ଭ କରାଯାଇଛି। ବିଶେଷକରି ଉକ୍ତ ସିଜନରେ ଦୀପିକା ପାଦୁକୋନ୍ ଏକ ଷ୍ଟ୍ରିଟ୍ୱେର ଅନୁପ୍ରାଣିତ କଲେକ୍ସନ ରିଲାକ୍ସଡ୍, କମ୍ଫର୍ଟେବୁଲ ପରିଧାନର ବଜାର ପ୍ରବେଶ ଏବଂ ବ୍ୟାଗିୟର ସିଲ୍ହୌଟେ ଫେରିଥିବା ଦ୍ୱାରା ଡେନିମ୍ରୁ ଆଗକୁ ଯାଇଛି ଓ ଉନ୍ନତ ଫ୍ୟାଶନର ପ୍ରତିଶ୍ରୁତି ଦେଉଛି। ସେହିଭଳି ରିଲାକ୍ସଡ୍, ଓଭର୍ସାଇଜ୍ଡ ପିସ୍ଗୁଡିକୁ ବାଧାହୀନ ଭାବେ ଷ୍ଟାଇଲିଶ ଦେଖାଇବାରେ ଦୀପିକା ପାଦୁକୋନଙ୍କ ସହଜତା ଦ୍ୱାରା ଅନୁପ୍ରାଣିତ ଏହି ସହଭାଗିତା ମଜା କରିବା, ରିଲାକ୍ସ ରହିବା ଏବଂ ଡାଉନ୍ ଟୁ-ଆର୍ଥ କଲର ସହ ପପ୍ ଟିଂଟ୍ର ମିଶ୍ରଣ ଥିବା ଏକ କଲେକ୍ସନ ସହ ନିଜ ୱାର୍ଡରୋବ୍କୁ ପରୀକ୍ଷଣ କରିବାର ସିଜନ ପାଇଁ ଟୋନ୍ ସେଟ୍ କରିଛି। ଏ ସମ୍ପର୍କରେ ଲେଭିସ୍ର ବରିଷ୍ଠ ଅଧିକାରୀ ଅମିଷା ଜୈନ୍ କହିଛନ୍ତି, ଦୀପିକାଙ୍କ ସହ ଦୁଇଟି ସଫଳ ସିଜନ ପରେ ୩ୟ ସିଜନର କଲେକ୍ସନ ତଥା ଦୀପିକାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍ ଓ ଫ୍ୟାଶନ ପରିଚୟକୁ ଉତ୍ତମ ଭାବେ ଜାରି ରଖିଛି, ଯାହାକି ବାସ୍ତବିକ ରହିଛି। ଏହି କଲେକ୍ସନ ହେଉଛି ପ୍ରାମାଣିକ ଭାବେ ଲେଭିସ୍ ଏକ ସୃଜନଶୀଳ ପରିକଳ୍ପନା, ଯାହା ଏକାଧିକ ପ୍ରିଣ୍ଟ, ଟେକ୍ସଚର, ପାଟର୍ନ ଓ ଫିଟ୍ରେ ଆଧୁନିକ ଯୁଗର ଷ୍ଟ୍ରିଟ୍ୱେର ସହ ୯୦ ଦଶକର ଅତିରିକ୍ତ ଅଂଶକୁ ସାମିଲ କରୁଛି। ଏକ୍ସଏଲ୍ ଫ୍ଲଡ୍, ୯୪ ବ୍ୟାଗ୍ କାର୍ପେଣ୍ଟର ଓ ହାଇ-ଲୁଜ୍ ସହିତ ଏହି ସିଜନରେ ଜିନ୍ସ ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଥିବା ଉକ୍ତ ଆରାମଦାୟକ, ଲୁଜ୍ ଟ୍ରେଣ୍ଡ୍କୁ ପରିପ୍ରକାଶ କରୁଛି। ଲେଭିସ୍ ଦୀପିକା ପାଦୁକୋନର ୩ୟ ସିଜନ୍ ଲେଭିସ୍ ଷ୍ଟୋର୍, ଲେଭି ଡଟ୍ ଇନ୍ ଓ ସିଲେକ୍ଟ ପାର୍ଟନର ଇକମର୍ସ ପ୍ଲାଟ୍ଫର୍ମଗୁଡ଼ିକରେ ଉପଲବ୍ଧ।
ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍କୁ ଇରାନର ଟାର୍ଗେଟ, ବଢ଼ିଲା…
ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…
ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…
କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ
ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…
ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍ ଆରମ୍ଭ ପୂର୍ବରୁ ହଇଚଇ
ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…
ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର
ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…
ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍ କାର୍ଡ, ଅସୁବିଧା…
କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…
ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…
ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…
ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ
ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…
Archives

