କୋଟକା ନିଓ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧୦: କୋଟକା ସିକ୍ୟୁରିଟିଜ ଲିମିଟେଡ୍‌ ପକ୍ଷରୁ ଟ୍ରେଡିଂ ପ୍ଲାଟ୍‌ଫର୍ମ ପରିବ୍ୟବସ୍ଥା କୋଟକ ନିଓ ଆପ୍‌ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ନିବେଶକଙ୍କ ପାଇଁ ବ୍ୟବହାରକାରୀ ଅନୁଭୂତିକୁ ତ୍ୱରାନ୍ବିତ କରିବା ସହିତ ଉଚ୍ଚତର ସ୍ତରକୁ ନେଇଯିବା ସକାଶେ ନିର୍ମାଣ କରାଯାଇଛି। କୋଟକ ନିଓ ମୋବାଇଲ ଆପ୍‌, ୱେବ୍‌ସାଇଟ, ଟ୍ରେଡ୍‌ ଏପିଆଇ ଏବଂ ନେଷ୍ଟ ଟ୍ରେଡିଂ ଟର୍ମିନାଲ ଆଦି ରହିଥିବା ବିବିଧ ପ୍ଲାଟ୍‌ଫର୍ମ ସୁଯୋଗ ଉପଲବ୍ଧ କରାଉଛି। ଏ ସମ୍ପର୍କରେ କୋଟକ ସିକ୍ୟୁରିଟିଜ ଲିମିଟେଡ୍‌ର ଏମ୍‌ଡି ଏବଂ ସିଇଓ ଜୟଦୀପ ହଂସରାଜ କହିଛନ୍ତି, ଅପେକ୍ଷା କରିବା ସମୟ ଏବଂ ଗ୍ରାହକ ଅନୁଭୂତିର ଧାରା ଭାଙ୍ଗିବା ସମୟ ଉପନୀତ ହୋଇଥିଲା। କୋଟକ ନିଓ ପ୍ରଚଳନ ନେଇ ମୁଁ ବାସ୍ତବରେ ଉଲ୍ଲସିତ ମନେକରୁଛି। କାରଣ ଏଥିରେ ପ୍ରତ୍ୟେକ ଗ୍ରାହକ ଟ୍ରେଡିଂ ସମୟରେ ଆବଶ୍ୟକ କରୁଥିବା ବୈଶିଷ୍ଟ୍ୟ ଓ ବେଗ ସନ୍ନିବେଶିତ ହୋଇଛି। ଆମ ଟିମ୍‌ ଦ୍ୱାରା ମାସ ମାସ ଧରି ଗବେଷଣା ଏବଂ ବିକାଶ କାର୍ଯ୍ୟ ଟ୍ରେଡିଂ ଯାତ୍ରାକୁ ପରିପୁଷ୍ଟ କରିଛି। କୋଟକ ନିଓ ପ୍ରତି ପ୍ରାଥମିକ ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ହୋଇଛି ଏବଂ ପ୍ଲେ ଷ୍ଟୋରରେ ଆପ୍‌ ରେଟିଂ ୪.୪ ପ୍ଲସ୍‌ ରହିଛି। ବର୍ଷକ ମଧ୍ୟରେ କୋଟକ ସିକ୍ୟୁରିଟିଜ ଦୁଇଟି ଅନନ୍ୟ ମୂଲ୍ୟ ନିର୍ଦ୍ଧାରଣ ପ୍ଳାନ୍‌ ‘ଟ୍ରେଡ୍‌ ଫ୍ରି’ ଏବଂ ‘ଟ୍ରେଡ୍‌ ଫ୍ରି ୟୁଥ୍‌ ’ ପ୍ରଚଳନ କରିଥିଲା। କୋଟକା ନିଓ ଆପ୍‌ ଜରିଆରେ ଉଭୟର ସୁଯୋଗ ନିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri