ତନିସ୍କରେ ଫେଷ୍ଟିଭାଲ ଅଫ୍‌ ଡାଇମଣ୍ଡ୍ସର ଶୁଭାରମ୍ଭ

ଭୁବନେଶ୍ୱର,୬ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ‘ଫେଷ୍ଟିଭାଲ ଅଫ୍‌ ଡାଇମଣ୍ଡ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୀରା ଗହଣାର ସର୍ବବୃହତ୍‌ ସମ୍ଭାର ‘ସମର ଏଡିଟ୍‌-୨୩’ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ମୁଦି, ପେଣ୍ଡେଣ୍ଟ, ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌, ବ୍ୟାଙ୍ଗେଲ ଏବଂ ଅନେକ କିଛି ଅନ୍ତର୍ଭୁକ୍ତ ରହିଛି। ଏପରିକି ମହିଳା ଏବଂ ହୀରା ମଧ୍ୟରେ ଏକ ଆନ୍ତରିକ ସମ୍ପର୍କ ରହିଛି। ମହିଳାଙ୍କ ଜୀବନର ସ୍ବତନ୍ତ୍ର କାହାଣୀକୁ ବଖାଣିବା ପାଇଁ ତନସ୍କି ହୀରା ସର୍ବଦା ଆଗରେ ରହିଥାଏ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିଭଳି ଚଳିତ ନୂଆବର୍ଷ ପରିପ୍ରେକ୍ଷୀରେ ତନିସ୍କ ୮ ପୃଥକ୍‌ ଡିଜାଇନର ହୀରା ଗହଣା କଲେକ୍ସନରେ ୪ଜଣ ମହିଳାଙ୍କୁ ଉପସ୍ଥାପନ କରାଯାଇଛି। ଉଲ୍ଲେଖଯୋଗ୍ୟ, ‘ସମର ଏଡିଟ୍‌-୨୩’ ମାଧ୍ୟମରେ ତନିସ୍କ ଚଳିତ ଋତୁର ହୀରା ଉତ୍ସବକୁ ମହା ଆଡମ୍ବର ଓ ଆକର୍ଷଣୀୟ ଅଫର ମାଧ୍ୟମରେ ପାଳନ କରୁଛି। ବିଶେଷକରି ହୀରା କ୍ରୟ ଅନୁଭୂତିକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତି ହୀରା ଗହଣା କ୍ରୟ ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ, ଦେଶର ସମସ୍ତ ତନିସ୍କ ଷ୍ଟୋରରେ ଏହି ଅଫର ଉପଲବ୍ଧ ହେଉଛି। ଏପରିକି ଗ୍ରାହକ ସେମାନଙ୍କ ସୁବିଧା ଆଧାରରେ ନିକଟସ୍ଥ ତନିସ୍କ ଷ୍ଟୋର କିମ୍ବା ଘରେ ବସି ଅନ୍‌ଲାଇନରେ ମଧ୍ୟ ବ୍ରାଣ୍ଡ୍‌ର ଓ୍ବେବ୍‌ସାଇଟ ଜରିଆରେ ଶପିଂ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri