ଫ୍ୟାଶନିଷ୍ଟାର ୨ଦିନିଆ ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର, ୨୪ା୯: ଦେଶର ପ୍ରମୁଖ ଘରୋଇ ପ୍ରଦର୍ଶନୀକାରୀ ସଂସ୍ଥା ‘ଫ୍ୟାଶନିଷ୍ଟା’ ପକ୍ଷରୁ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବର ଆୟୋଜନ କରାଯାଇଛି। ଶୁକ୍ରବାରଠାରୁ ସ୍ଥାନୀୟ ଜୟଦେବ ବିହାରସ୍ଥିତ ହୋଟେଲ ପାଲ୍‌ ହାଇଟ୍‌ସଠାରେ ଏହାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ମୋନାଲିସା ବଳ, ସନ୍ଧ୍ୟା ପଟ୍ଟନାୟକ, ଜୟଶ୍ରୀ ମହାନ୍ତି, ଶ୍ରୀମୟୀ ମିଶ୍ର, ଡ. ରୋଜାଲିନ୍‌ ପାଟଶାଣୀ ମିଶ୍ର, ଡ. ଚିଦ୍ମାମିକା ଖଟୁଆ, ସୁକ୍ରିତି ପଟ୍ଟନାୟକ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ମୁନ୍‌ମୁନ୍‌ ସିଂହ, ପ୍ରସନ୍ନା ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରଦର୍ଶନୀ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଫ୍ୟାଶନିଷ୍ଟା ପ୍ରଦର୍ଶନୀର ଏମ୍‌ଡି ତଥା ଅଭିନେତା ପୱନ ଶଙ୍କର ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ସହ ସମ୍ମାନିତ କରିଥିଲେ। ଏଠାରେ ପୋଷାକ, ଅଳଙ୍କାର, ଆସେସୋରି, ବିୟୁଟି ପ୍ରଡକ୍ଟ, କସ୍‌ମେଟିକ୍ସ, ଫ୍ରାଗ୍ରାନ୍ସ, ମେନ୍‌ସୱେୟାର, ହୋମ୍‌ ଡେକୋର୍‌, ଗିଫ୍ଟ, ମେନ୍‌ସ ୱେୟାର ଆଦି ପ୍ରଦର୍ଶନୀ ସହ ବିକୟ ପାଇଁ ମଧ୍ୟ ଉପଲବ୍ଧ ରହିଛି। ସେହିଭଳି ମୁମ୍ବାଇ, ଦିଲ୍ଲୀ, କୋଲକାତା, ଜୟପୁର, ହିମାଚଳ, ଲକ୍ଷ୍ନୌ, ଭୋପାଳ, ବେଙ୍ଗାଲୁରୁ, ରାୟପୁର, ସୁରଟ ଓ ଭୁବନେଶ୍ୱର ଭଳି ବିବିଧ ସହରରୁ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡଗୁଡିକ ଉକ୍ତ ସ୍ବତନ୍ତ୍ର ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।
ଫ୍ୟାଶନିଷ୍ଟା କିଛି ନୂତନ ଓ ପ୍ରଶଂସିତ ଉତ୍ସାହୀ ଡିଜାଇନରଙ୍କ ଏକ ସ୍ବତନ୍ତ୍ର ଗୋଷ୍ଠୀ ସୃଷ୍ଟି ସହ ଦେଶବ୍ୟାପୀ ଚୟନ କରାଯାଇଛି। ଉକ୍ତ ଡିଜାଇନରମାନେ ସେପ୍ଟେମ୍ବର ୨୩ ଓ ୨୪ ତାରିଖ (ଶୁକ୍ରବାର ଓ ଶନିବାର) ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ହୋଟେଲ ପାଲ୍‌ ହାଇଟ୍‌ସଠାରେ ସୁଲଭ ମୂଲ୍ୟରେ ନୂଆ ଡିଜାଇନଗୁଡିକର ସର୍ବୋତ୍ତମ ଋତୁକାଳୀନ ସମ୍ମିଶ୍ରଣ ନେଇ ଆସୁଛନ୍ତି। ଏଠାରେ ପରିଦର୍ଶକଙ୍କ ପାଇଁ ସମସ୍ତ କୋଭିଡ୍‌ ସୁରକ୍ଷା ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୦୮ରୁ ଫ୍ୟାଶନପ୍ରେମୀଙ୍କୁ ସେବା ପ୍ରଦାନ କରୁଥିବା ଫ୍ୟାଶନିଷ୍ଟା ବର୍ତ୍ତମାନ ସୁଦ୍ଧା ୪୦ଟି ଭାରତୀୟ ସହରରେ ୩୬୦ରୁ ଅଧିକ ପ୍ରଦର୍ଶନୀ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri