ନୂଆଦିଲ୍ଲୀ,୭।୯: ଦେଶର ପ୍ରମୁଖ ପିଓର-ପ୍ଲେ କ୍ରେଡିଟ୍ କାର୍ଡ ଜାରିକର୍ତ୍ତା ଏସ୍ବିଆଇ କାର୍ଡ ପକ୍ଷରୁ ନିକଟରେ ‘କ୍ୟାଶ୍ବ୍ୟାକ୍ ଏସ୍ବିଆଇ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କ୍ୟାଶ୍ବ୍ୟାକ୍ ଏସ୍ବିଆଇ କାର୍ଡ ହେଉଛି ଉଦ୍ୟୋଗର ପ୍ରଥମ କ୍ୟାଶ୍ବ୍ୟାକ୍ ଉପରେ ଧ୍ୟାନ ଆକର୍ଷଣ କରୁଥିବା କ୍ରେଡିଟ୍ କାର୍ଡ, ଯାହା ସହାୟତାରେ କାର୍ଡଧାରୀମାନେ ସେମାନଙ୍କର ସମସ୍ତ ପ୍ରକାର ଅନ୍ଲାଇନ ଖର୍ଚ୍ଚରେ ୫% କ୍ୟାଶ୍ବ୍ୟାକ୍ ସୁବିଧା ପାଇପାରିବେ ଓ ଏଥିରେ କୌଣସି ପ୍ରକାର ବାଣିଜି୍ୟକ ପ୍ରତିବନ୍ଧକ ରହିବ ନାହିଁ। ଏହା ସମସ୍ତ ବର୍ଗର ଗ୍ରାହକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ମାସଠାରୁ ଆରମ୍ଭକରି ପ୍ରିମିୟମ ପର୍ଯ୍ୟନ୍ତ ଏହି କାର୍ଡ ସରଳ, ସିମ୍ଲେସ୍ ଓ ସମ୍ପୂର୍ଣ୍ଣ ଡିଜିଟାଲ ଜଏନିଂ ଅନୁଭବ ପ୍ରଦାନ କରିଥାଏ। ସମଗ୍ର ଭାରତର ଗ୍ରାହକମାନଙ୍କ ପାଇଁ ଟିୟର ୨ ଓ ଟିୟର ୩ ସହର ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେମାନେ ମଧ୍ୟ ଘରେ ବସି ‘ଏସ୍ବିଆଇ କାର୍ଡ ସ୍ପ୍ରିଣ୍ଟ’ର ଡିଜିଟାଲ ଆପ୍ଲିକେଶନ ପ୍ଲାଟ୍ଫର୍ମ ମାଧ୍ୟମରେ କ୍ଲିକ୍ କରି ତୁରନ୍ତ କ୍ୟାଶ୍ବ୍ୟାକ୍ ଏସ୍ବିଆଇ କାର୍ଡକୁ ସହଜରେ ପାଇପାରିବେ। ଏକ ସ୍ବତନ୍ତ୍ର ଅଫର ଭାବରେ ଏହି କଣ୍ଟାକ୍ଟଲେସ୍ କାର୍ଡଟି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମାଗଣା ରହିଛି। ଏହାର ଦୃଢ଼ କାର୍ଯ୍ୟକାରିତା କାରଣରୁ କ୍ୟାସ୍ବ୍ୟାକ୍ ଏସ୍ବିଆଇ କାର୍ଡ ଗ୍ରାହକମାନେ ସମସ୍ତ ଖର୍ଚ୍ଚରେ ଅନ୍ଲିମିଟେଡ୍ ୧% କ୍ୟାଶ୍ବ୍ୟାକ୍ ପାଇପାରିବେ। କ୍ୟାଶ୍ବ୍ୟାକ୍ ପରିମାଣ ଅନ୍ଲାଇନ ଖର୍ଚ୍ଚରେ ୫%କୁ ବୃଦ୍ଧିପାଇବ ଯାହାକି ମାସିକ ଷ୍ଟେଟମେଣ୍ଟ ସାଇକେଲରେ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ଏସ୍ବିଆଇ କାର୍ଡର ଏମ୍ଡି ତଥା ସିଇଓ ରାମମୋହନ ରାଓ ଅମାରା ମତବ୍ୟକ୍ତ କରିଛନ୍ତି।

ଇ-ଶ୍ରମରେ ୧୪ କୋଟି ସଦସ୍ୟ
ନୂଆଦିଲ୍ଲୀ,୨୭।୧୨: ଦେଶର ଅଣ ସଂଗଠିତ କ୍ଷେତ୍ରର କାର୍ଯ୍ୟ କରୁଥିବା ପ୍ରତି ୩ ଜଣରେ ଜଣେ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା...

କ୍ରୟ ପରେ ଦେୟ ପୂର୍ବରୁ ଦେବାକୁ ପଡିବ ନାହିଁ ଫୋନ ନମ୍ବର, ଗ୍ରାହକ ଫୋରମ ପକ୍ଷରୁ ଆଡଭାଇଜରୀ ଜାରି …
ନୂଆଦିଲ୍ଲୀ,୨୪।୫ : ବର୍ତ୍ତମାନ କ୍ରୟ ପରେ ଦେୟ ପୂର୍ବରୁ ଆଉ ଫୋନ ନମ୍ବର ଦେବାକୁ ପଡିବ ନାହିଁ। ଏନେଇ ଗ୍ରାହକ ଫୋରମ ପକ୍ଷର ଆଡଭାଇଜରୀ ଜାରି...

ଯୋଜନା ବିଗାଡ଼ୁଛି ରାଜ୍ୟର ଆର୍ଥିକ ସ୍ଥିତି
ନୂଆଦିଲ୍ଲୀ, ୨୩ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ଭାରତର ଗରିବ ରାଜ୍ୟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରାଯାଇଛି। ଆର୍ବିଆଇ ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ...

ବଦାନ୍ୟତାରେ ଅଜିମ ପ୍ରେମ୍ଜୀ ଶୀର୍ଷରେ
ବାଙ୍ଗାଲୋର: ୨୦୧୯-୨୦ ବର୍ଷ ଲାଗି ପ୍ରକାଶିତ ଭାରତୀର ଫିଲାନଥ୍ରୋପି ବା ବଦାନ୍ୟତା ତାଲିକାରେ ଓ୍ବିପ୍ରୋର ଅଜିମ ପ୍ରେମ୍ଜୀ ସମସ୍ତଙ୍କ ପଛରେ ପକାଇ ଦେଇଛନ୍ତି। ସେ ଦୈନିକ...

ବ୍ୟାନ୍ ହେଲା ଇ-ସିଗାରେଟ
ନୂଆଦିଲ୍ଲୀ,୧୯-୯: କେନ୍ଦ୍ରର ମୋଦି ସରକାର ଦେଶରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

ଫେବୃୟାରୀ ଯାଏ ୬୦% କ୍ଷମତାରେ ବିମାନ ସେବା
ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ମାସ ଯାଏ ଦେଶ ମଧ୍ୟରେ ବିମାନ ସେବା ୬୦% କ୍ଷମତାରେ ଚାଲିବ। କରୋନାକୁ ନଜରରେ ରଖି ୬୦%ସୀମା ମଧ୍ୟରେ ସେବା ଯୋଗାଇଦେବା...

ଡିପିଏସ୍ କଳିଙ୍ଗରେ ସ୍କାଉଟ୍ସ, ଗାଇଡ୍ସ ଶପଥ ଗ୍ରହଣ ଉତ୍ସବ
ଫୁଲନଖରା,୫ା୯(ଡି.ଏନ୍.ଏ.): କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗ(ଡିପିଏସ୍) ପରିସରରେ ନୂତନ ଭାବେ ଯୋଗ ଦେଇଥିବା ସ୍କାଉଟ୍ସ ଓ ଗାଇଡ୍ମାନଙ୍କର ଶପଥ...

‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ
ନୂଆଦିଲ୍ଲୀ,୨୭।୪: ଭାରତର ପ୍ରମୁଖ ଜେନେରାଲ ବୀମା ସେବା ପ୍ରଦାନକାରୀ କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ବାସ୍ଥ୍ୟ ଉପତ୍ାଦ ‘ହେଲ୍ଥ...