ଗତାନୁଗତିକ ନୂଆବର୍ଷ ପାଳନ

ଡ. ମନୋରଞ୍ଜନ ପ୍ରଧାନ

 

 

ଜାନୁୟାରୀ ପହିଲା ଇଂରାଜୀ ନବ ବର୍ଷ। କେବଳ କ୍ୟାଲେଣ୍ଡର ବଦଳାଇବା ଦିନଟିଏ ବିଶେଷକରି ଭାରତୀୟମାନଙ୍କ ପାଇଁ। କାରଣ ଏ ନୂଆବର୍ଷ ଆମ୍ଭମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ନାହିଁ କି ଏହାର କୌଣସି ଐତିହାସିକ, ସାଂସ୍କୃତିକ, ସାମାଜିକ ବା ଆଧ୍ୟାତ୍ମିକ ପୃଷ୍ଠଭୂମି ନାହିଁ କହିଲେ ଚଳେ। ଉଦାହରଣ ସ୍ବରୂପ ଓଡ଼ିଆ ନବବର୍ଷ (ପଣା ସଂକ୍ରାନ୍ତି) ଅଥବା ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ଆଦିର ପାଳନ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମି ଆଧାରିତ ଓ ବିଜ୍ଞାନସମ୍ମତ ମଧ୍ୟ। କିନ୍ତୁ ଜାନୁୟାରୀ ପହିଲାକୁ ଆମେ ଗତାନୁଗତିକ ଭାବରେ ଅତି ଜାକଜମକରେ ପାଳନ କରୁଛେ ଓ କେତୋଟି ଉଦାହରଣ ଉପସ୍ଥାପନ କରୁଛି।
ପ୍ରଥମତଃ, ଅପାଠୁଆଠାରୁ ପାଠୁଆ, ବେରୋଜଗାରରୁ ଚାକିରିଆ, ପିଲାରୁ ବୁଢ଼ା ସମସ୍ତେ ଯାହାକୁ ଦେଖିଲେ ହ୍ୟାପି ନ୍ୟୁ ଇୟର୍‌ କରି କରମର୍ଦ୍ଦନ ବା ଆଲିଙ୍ଗନ କରିବା। ଅନେକ ଏହାକୁ ଠିକ୍‌ ଉଚ୍ଚାରଣ ମଧ୍ୟ କରିପାରି ନ ଥା’ନ୍ତି ଲେଖିବା ତ ଦୂରର କଥା। କିନ୍ତୁ ସେଦିନ ସମସ୍ତେ ପରସ୍ପରକୁ ହ୍ୟାପି ନ୍ୟୁ ଇୟର୍‌ ଜଣାନ୍ତି। ଗ୍ରିଟିଂସ୍‌ ଯୁଗ ଗଲାପରେ ଆଜିକାଲି ମୋବାଇଲରେ ଡିସେମ୍ବର ଏକତିରିଶ ରାତି ବାରଟାରୁ କୁଢ଼ କୁଢ଼ ମେସେଜ ପାଇ ମୋବାଇଲ ଷ୍ଟୋରେଜ ଭର୍ତ୍ତି।
ଦ୍ୱିତୀୟରେ କାନ୍ଥବାଡ଼, ରାସ୍ତାଘାଟ ସବୁଠି ହ୍ୟାପି ନ୍ୟୁ ଇୟର୍‌ ଲେଖାଯାଉଛି। ତୃତୀୟରେ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ମାସେ ଆଗରୁ ପ୍ରସ୍ତୁତି। ଏପରିକି ରାତି ବାରଟାରୁ ବାଣ ଫୁଟାଇ, ବାଜା ବଜାଇ, ଡିଜେର ତାଳେ ତାଳେ ଡିସ୍କୋ ଡ୍ୟାନ୍ସ। କେବଳ ସେତିକି ନୁହେଁ, ସବୁଆଡ଼େ ମାଉଁସ ଭୋଜି ଭାତର ଆସର। ସତେ ଯେପରି ଏଇ ନୂଆବର୍ଷଟା ବୁଦ୍ଧିଆ ମଣିଷ ପାଇଁ ହିଁ ହେଇଛି। ବିଚରା ପଶୁପକ୍ଷୀଙ୍କ ପାଇଁ ଏହା ବୋଧହୁଏ ପ୍ରାଣ ବିସର୍ଜନର ଦିନଟିଏ। ପରିବାରର ଯେତେ ସଦସ୍ୟ ସେତେଟା ଦଳ ସହ ଭୋଜି। ସେମିତି ଚାନ୍ଦା ସଂଗ୍ରହ। ଉଦ୍ଦେଶ୍ୟ କ’ଣ ନୂଆ ବର୍ଷକୁ ସ୍ବାଗତ କରିବା। କିନ୍ତୁ ଏମିତି ନାଚ ଗୀତ କରି ଏକ ନୂତନ ବର୍ଷକୁ ସ୍ବାଗତ କରିବା ଉଚିତ? ସେଦିନ ଯଦି ନୂଆବର୍ଷ ବୋଲି ମାନୁଛେ ଠିକ୍‌ ଅଛି, ହେଲେ କୌଣସି ଭଲ କାମର ଶୁଭାରମ୍ଭ କରି ସ୍ବାଗତ କଲେ କେମିତି ହୁଅନ୍ତା!
ଉଦାହରଣ ସ୍ବରୂପ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ନିଜ ଆରାଧ୍ୟଙ୍କୁ ସ୍ମରଣ କରି ଗୋଟିଏ ଭଲ କାମ କଲେ କେମିତି ହୁଅନ୍ତା? ଗରିବ ବସ୍ତିରେ ପିଲାଙ୍କୁ ସହାୟତା ବା ପାଠ ପଢ଼େଇ ବା କୌଣସି ସ୍ଥାନରେ ବୃକ୍ଷରୋପଣ କରି ବା ରକ୍ତଦାନ ଭଳି ମହତ୍‌ କାର୍ଯ୍ୟ କରି ଅବା ଅନ୍ୟ କୌଣସି ଭଲ କାମ ଜରିଆରେ ନୂଆବର୍ଷର ଶୁଭାରମ୍ଭ ହେଲେ ଭଲ ହୁଅନ୍ତାନି! ନୂଆବର୍ଷରେ କିଛି ନୂଆ ଯୋଜନା ବା ମହତ୍‌ କାମ ଆରମ୍ଭ ହେଉ-କୌଣସି ଖରାପ ଅଭ୍ୟାସ (ମଦ ପିଇବା, ବିଡ଼ି, ଗୁଟ୍‌ଖା ସେବନ )କୁ ପରିହାର କରିବା, ଯଦି ଲାଞ୍ଚ ନେବାର ଅଭ୍ୟାସ ଅଛି ଛାଡ଼ିବା, ଇତ୍ୟାଦି। କିନ୍ତୁ ଆମେ ସେଦିନଟିକୁ ଖାମଖିଆଲ ଭାବେ ନଷ୍ଟ କରୁଛେ। ଭୋଜିଭାତ ନାଁରେ ପରିବେଶ ବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅପରିଷ୍କାର କରୁଛେ, ଯାହାକି ଆମ ବିଚାର ଓ ସଂସ୍କାରର ପରିପନ୍ଥୀ ମନେହୁଏ।
ପରିତାପର ବିଷୟ, ଆମେ ପାଶ୍ଚାତ୍ୟ ଅପସଂସ୍କୃତିର ହନୁକରଣ ଯେତେ ବ୍ୟାପକ ଭାବରେ କରୁଛେ, ତାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳୁନଥିବ। ସେମାନେ ଏଭଳି ବିଦେଶାଗତ ପର୍ବପର୍ବାଣିର ଭାଗୀଦାରି ହେଲେ ବି ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲନ୍ତି ନାହିଁ। ଜଣେ ଶିକ୍ଷକ ଭାବରେ ଅନେକ ଥର ଅନେକ ପିଲାଙ୍କୁ ଓଡ଼ିଆ ନବବର୍ଷ ବା ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ସମ୍ବନ୍ଧରେ ପଚାରିଛି, କିନ୍ତୁ ପ୍ରାୟ ଠିକ ଉତ୍ତର ଦେଇପାରିନାହାନ୍ତି। ବିଡ଼ମ୍ବନା ହେଉଛି ଯେଉଁ କାର୍ଯ୍ୟ ବା ସଂସ୍କାର ପରିବାର ଓ ବିଦ୍ୟାଳୟରୁ ଶିକ୍ଷାଲାଭ କରାଯିବା କଥା, ତାହା ଆମେ ପ୍ରଦାନ କରିବାରେ ବିଫଳ ହୋଇଛେ। ସେଥିପାଇଁ ଆମ ପିଲାମାନେ ପାଶ୍ଚାତ୍ୟ ଅପସଂସ୍କୃତିର ଗୋଲକ ଧନ୍ଦାର ସ୍ଥାୟୀ ଗରାଖ ପାଲଟି ଯାଉଛନ୍ତି ଏବଂ ନିଜ ପରମ୍ପରା ଓ ସଂସ୍କୃତିକୁ ଅପମାନ କରିବାକୁ ପଛାଉ ନାହାନ୍ତି। ତେଣୁ ବେଳଥାଉ ସାବଧାନ ହେବାକୁ ପଡ଼ିବ। ଅନ୍ୟ ସଂସ୍କୃତି ଯଦି ଗ୍ରହଣୀୟ ଓ ଶିକ୍ଷଣୀୟ ତାହାକୁ ଆଦରି ନେବାରେ ଅସୁବିଧା ନାହିଁ। କିନ୍ତୁ ତା’ର ବିଭିନ୍ନ ପୃଷ୍ଠଭୂମି ସହ ଭଲଭେଲର ସମୀକ୍ଷା କରି ଆପଣେଇବା ଉଚିତ। କାରଣ ଗତାନୁଗତିକ ଅନ୍ଧାନୁକରଣ ନିଜ ଅସ୍ତିତ୍ୱ ଓ ଅସ୍ମିତା ପାଇଁ ଏକ ମହାସଙ୍କଟ ହୋଇପାରେ। ନିଜର ସାମାନ୍ୟ ଖୁସି ଅନ୍ୟ ପାଇଁ (ବ୍ୟକ୍ତି/ସମାଜ/ପରିବେଶ) ହାନିକାରକ ନ ହେଉ, ସେକଥା ଆମ ପ୍ରତ୍ୟେକ କାର୍ଯ୍ୟକଳାପର ଆଧାରବିନ୍ଦୁ ହେବା ଉଚିତ। ସେ ଯା’ହେଉ ନୂଆବର୍ଷଟା ଗତାନୁଗତିକ ନ ହୋଇ ରଚନାତ୍ମକ ବା ସଂସ୍କାରଯୁକ୍ତ ତଥା ସମାଜ ଓ ପରିବେଶ ଅନୁକୂଳ ହେଉ।
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?