ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା ହରାଇ ନାହାନ୍ତି ନିମାପଡ଼ା ବିଧାୟକ ସମୀର ଦାଶଙ୍କ ସମର୍ଥକ। ଶନିବାର ସମୀର ପୁଣି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମାବେଶରେ ବିଜେଡିର ଶତାଧିକ ସମର୍ଥକ ସାମିଲ ହୋଇଥିଲେ।

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକମାନେ ଶେଷ ପ୍ରୟାସ କରିଛନ୍ତି। ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ଓ ଗୋପ ବ୍ଲକ ସଭାପତି, ନିମାପଡ଼ା ନଗର ସଭାପତିଙ୍କ ସମେତ ୪୬ଟି ପଞ୍ଚାୟତ ଓ ଏନ୍‌ଏସିର କର୍ମକର୍ତ୍ତା ସମୀରଙ୍କ ହାତରେ ଇସ୍ତଫାପତ୍ର ଧରାଇଥିଲେ।

ସୂଚନା ଅନୁସାରେ ସମୀରଙ୍କ ଟିକେଟ୍‌ କାଟି ଦିଲ୍ଲୀପଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହାପରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବା ଆଶାରେ ସମୀର ଅନେକ ଥର ନିଜସ୍ଵ ଶକ୍ତି ପ୍ରଦର୍ଶନ କଲେଣି। କିନ୍ତୁ ଏହାର କୌଣସି ପ୍ରଭାବ ଦଳର ଶୀର୍ଷ ନେତୃତ୍ୱଙ୍କ ଉପରେ ପଡ଼ିନାହିଁ। ତେଣୁ ଏବେ ଆଶଙ୍କା କରାଯାଉଛି ଯେ, ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଆଶାୟୀ ଥିବା ସମୀର ସ୍ଵାଧୀନ ପ୍ରାର୍ଥୀ ହୋଇପାରନ୍ତି।