କମନୀୟ କଳାକୁଞ୍ଜ

ଢେଙ୍କାନାଳ ଅଫିସ, ୧୧।୧୦: ଭାଇଚାରା ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜାରେ ଅନ୍ୟତମ ଆକର୍ଷଣ ସାଜିଛି କଳାକୁଞ୍ଜ ଏବଂ ବିଭିନ୍ନ ମୁଦ୍ରାରେ ବିରାଜମାନ କରିଥିବା ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା। କିମିଆ କରୁଛି ପୌରାଣିକ କଥାବସ୍ତୁ ଆଧାରରେ ପେଣ୍ଡାଲରେ ହୋଇଥିବା ଚିତ୍ତାକର୍ଷକ ସାଜସଜ୍ଜା। ୮୦ ବର୍ଷ ପୁରାତନ ଲକ୍ଷ୍ମୀପୂଜା ପାଇଁ ସାରା ନଗର ନବବଧୂ ଭଳି ସଜେଇ ହୋଇଥିବାବେଳେ ମା’ଙ୍କ ସନ୍ଧ୍ୟାଦର୍ଶନ ପାଇଁ ଜମୁଛି ଅସମ୍ଭାଳ ଭିଡ଼।
ଏବେ ଡିଜିଟାଲ୍‌ ଯୁଗ। ଅଙ୍ଗୁଳି ଟିପରେ ସାରା ବିଶ୍ୱ। କ୍ଷଣିକ ମଧ୍ୟରେ ମିଳିଯାଉଛି ଯାବତୀୟ ସୂଚନା। ସମସ୍ତଙ୍କୁ ଘାରିଛି ମୋବାଇଲ ଭଳି ସହଜଲବ୍ଧ ଉପକରଣର ମାୟା। ବୈଷୟିକ ଜ୍ଞାନକୌଶଳର ଏଭଳି ଦୌଡ଼ରେ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଖାପଛଡ଼ା ହୋଇଯାଉଥିବାବେଳେ ଢେଙ୍କାନାଳର ଗଣପର୍ବରେ ଉଜ୍ଜୀବିତ ହୋଇଛି ସନାତନ ଧର୍ମର ସମୃଦ୍ଧ ପୌରାଣିକ ଇତିହାସ।
ସହରର ଦ୍ୱିତୀୟ ମେଢ଼ ତଥା ୭୮ବର୍ଷ ପୁରାତନ ଜବାହରଚୌକ ପୂଜା ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ପେଣ୍ଡାଲରେ ହୋଇଛି ନିଆରା ଢଙ୍ଗରେ ସାଜସଜ୍ଜା। ଏଠାରେ ଅନନ୍ତ ନାଗ ଉପରେ ବିରାଜମାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜୀଉଙ୍କ ଡାହାଣପାର୍ଶ୍ୱରେ ବସିବା ମୁଦ୍ରାରେ ଶୋଭା ପାଉଛନ୍ତି ଲକ୍ଷ୍ମୀ ଠାକୁରାଣୀ। ଠାକୁରଙ୍କ ବାମପାର୍ଶ୍ୱରେ ମା’ଙ୍କ ବାହନ ପେଚା ଶୋଭାବର୍ଦ୍ଧନ କରୁଛି। ରୁପା କିରୀଟ, ସୁବର୍ଣ୍ଣ ଅଳଙ୍କାରରେ ଦେବୀ ଝଟକୁଛନ୍ତି। ଠାକୁରଙ୍କ ପଛପାର୍ଶ୍ୱରେ ଫେନିଳ ସମୁଦ୍ରକୁ ଚିତ୍ରିତ କରାଯାଇଛି। ପୌରାଣିକ କଥାବସ୍ତୁ ଆଧାରିତ ଏଭଳି ସାଜସଜ୍ଜା ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିପୁଳ ଉତ୍କଣ୍ଠା। ସେହିପରି
ମହାବୀର ବଜାର ପ୍ରତିଷ୍ଠାନ ମଣ୍ଡପରେ ମା’ ଗଜଲକ୍ଷ୍ମୀ ଅଭୟମୁଦ୍ରାରେ ଛିଡ଼ା ହୋଇଛନ୍ତି। ମା’ଙ୍କ ସମ୍ମୁଖରେ ଦୁଇଟି ଧବଳ ହସ୍ତୀ ଶୋଭା ବଢ଼ାଉଥିବାବେଳେ ପଛପଟେ ଚିତ୍ରିତ କରାଯାଇଛି ଶ୍ରୀମନ୍ଦିରର ପ୍ରତିରୂପ। କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ସହ ଲକ୍ଷ୍ମୀ ଠାକୁରାଣୀଙ୍କ ନିଗୂଢ଼ ସମ୍ପର୍କକୁ ସ୍ଥାନିତ କରିବାକୁ ପୂଜା ପ୍ରତିଷ୍ଠାନ ପକ୍ଷରୁ ଯେଉଁ ଉଦ୍ୟମ କରାଯାଇଛି, ତାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛି
୧୯୪୪ରୁ ଜବାହରଚୌକ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଆରମ୍ଭ ହୋଇଛି। ପୌରାଣିକ କଥାବସ୍ତୁ ଏବଂ ସାମାଜିକ ଜୀବନର ଚିତ୍ରକୁ ପ୍ରତିଫଳନ କରିବା ଭଳି ମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ପୂଜାରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛି।
-ନବୀନଚନ୍ଦ୍ର ନାରାୟଣ ଦାସ,
ସଭାପତି, ଜବାହର ଚୌକ ପୂଜା କମିଟି
ସଚେତନ ହେଉଛନ୍ତି ଭବିଷ୍ୟତ ପିଢ଼ି
ଭବିଷ୍ୟତ ପିଢ଼ିଙ୍କୁ ପ୍ରାଚୀନ ସଂସ୍କୃତି, ପରମ୍ପରା, ପୌରାଣିକ ଆଖ୍ୟାନ ବିଷୟରେ ସଚେତନ କରିବାକୁ ସବୁବର୍ଷ ଉଦ୍ୟମ କରାଯାଉଛି। ୨ବର୍ଷ ପରେ ଅତି ଆଡମ୍ବର ସହକାରେ ପୂଜା ହେଉଥିବାରୁ ପ୍ରବଳ ଭିଡ଼ ଜମୁଛି।
-ସୁଧାଂଶୁ କୁମାର ଦଳେଇ,
ସମ୍ପାଦକ, ଜବାହର ଚୌକ ପୂଜା କମିଟି
ମନମୋହୁଛି ସାଜସଜ୍ଜା
ଭାଇଚାରା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା ପାଇଁ ଢେଙ୍କାନାଳ ଲକ୍ଷ୍ମୀପୂଜା ପ୍ରସିଦ୍ଧ। ଯୁଗ ଯେତେ ଡିଜିଟାଲ ହେଲେ ବି ବିଭିନ୍ନ ବଜାର ପକ୍ଷରୁ ପୌରାଣିକ ଓ ସାମାଜିକ କଥାବସ୍ତୁ ଆଧାରରେ ପଣ୍ଡପରେ ସାଜସଜ୍ଜା କରାଯାଇଛି, ଯାହା ମନମୋହୁଛି ।
-ଅବନୀ ମିଶ୍ର,
ଉପସଭାପତି , ରାଜ୍ୟ ଲୋକକଳା ସଂଘ

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri