କମନୀୟ କଳାକୁଞ୍ଜ

ଢେଙ୍କାନାଳ ଅଫିସ, ୧୧।୧୦: ଭାଇଚାରା ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜାରେ ଅନ୍ୟତମ ଆକର୍ଷଣ ସାଜିଛି କଳାକୁଞ୍ଜ ଏବଂ ବିଭିନ୍ନ ମୁଦ୍ରାରେ ବିରାଜମାନ କରିଥିବା ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା। କିମିଆ କରୁଛି ପୌରାଣିକ କଥାବସ୍ତୁ ଆଧାରରେ ପେଣ୍ଡାଲରେ ହୋଇଥିବା ଚିତ୍ତାକର୍ଷକ ସାଜସଜ୍ଜା। ୮୦ ବର୍ଷ ପୁରାତନ ଲକ୍ଷ୍ମୀପୂଜା ପାଇଁ ସାରା ନଗର ନବବଧୂ ଭଳି ସଜେଇ ହୋଇଥିବାବେଳେ ମା’ଙ୍କ ସନ୍ଧ୍ୟାଦର୍ଶନ ପାଇଁ ଜମୁଛି ଅସମ୍ଭାଳ ଭିଡ଼।
ଏବେ ଡିଜିଟାଲ୍‌ ଯୁଗ। ଅଙ୍ଗୁଳି ଟିପରେ ସାରା ବିଶ୍ୱ। କ୍ଷଣିକ ମଧ୍ୟରେ ମିଳିଯାଉଛି ଯାବତୀୟ ସୂଚନା। ସମସ୍ତଙ୍କୁ ଘାରିଛି ମୋବାଇଲ ଭଳି ସହଜଲବ୍ଧ ଉପକରଣର ମାୟା। ବୈଷୟିକ ଜ୍ଞାନକୌଶଳର ଏଭଳି ଦୌଡ଼ରେ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଖାପଛଡ଼ା ହୋଇଯାଉଥିବାବେଳେ ଢେଙ୍କାନାଳର ଗଣପର୍ବରେ ଉଜ୍ଜୀବିତ ହୋଇଛି ସନାତନ ଧର୍ମର ସମୃଦ୍ଧ ପୌରାଣିକ ଇତିହାସ।
ସହରର ଦ୍ୱିତୀୟ ମେଢ଼ ତଥା ୭୮ବର୍ଷ ପୁରାତନ ଜବାହରଚୌକ ପୂଜା ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ପେଣ୍ଡାଲରେ ହୋଇଛି ନିଆରା ଢଙ୍ଗରେ ସାଜସଜ୍ଜା। ଏଠାରେ ଅନନ୍ତ ନାଗ ଉପରେ ବିରାଜମାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜୀଉଙ୍କ ଡାହାଣପାର୍ଶ୍ୱରେ ବସିବା ମୁଦ୍ରାରେ ଶୋଭା ପାଉଛନ୍ତି ଲକ୍ଷ୍ମୀ ଠାକୁରାଣୀ। ଠାକୁରଙ୍କ ବାମପାର୍ଶ୍ୱରେ ମା’ଙ୍କ ବାହନ ପେଚା ଶୋଭାବର୍ଦ୍ଧନ କରୁଛି। ରୁପା କିରୀଟ, ସୁବର୍ଣ୍ଣ ଅଳଙ୍କାରରେ ଦେବୀ ଝଟକୁଛନ୍ତି। ଠାକୁରଙ୍କ ପଛପାର୍ଶ୍ୱରେ ଫେନିଳ ସମୁଦ୍ରକୁ ଚିତ୍ରିତ କରାଯାଇଛି। ପୌରାଣିକ କଥାବସ୍ତୁ ଆଧାରିତ ଏଭଳି ସାଜସଜ୍ଜା ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିପୁଳ ଉତ୍କଣ୍ଠା। ସେହିପରି
ମହାବୀର ବଜାର ପ୍ରତିଷ୍ଠାନ ମଣ୍ଡପରେ ମା’ ଗଜଲକ୍ଷ୍ମୀ ଅଭୟମୁଦ୍ରାରେ ଛିଡ଼ା ହୋଇଛନ୍ତି। ମା’ଙ୍କ ସମ୍ମୁଖରେ ଦୁଇଟି ଧବଳ ହସ୍ତୀ ଶୋଭା ବଢ଼ାଉଥିବାବେଳେ ପଛପଟେ ଚିତ୍ରିତ କରାଯାଇଛି ଶ୍ରୀମନ୍ଦିରର ପ୍ରତିରୂପ। କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ସହ ଲକ୍ଷ୍ମୀ ଠାକୁରାଣୀଙ୍କ ନିଗୂଢ଼ ସମ୍ପର୍କକୁ ସ୍ଥାନିତ କରିବାକୁ ପୂଜା ପ୍ରତିଷ୍ଠାନ ପକ୍ଷରୁ ଯେଉଁ ଉଦ୍ୟମ କରାଯାଇଛି, ତାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛି
୧୯୪୪ରୁ ଜବାହରଚୌକ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଆରମ୍ଭ ହୋଇଛି। ପୌରାଣିକ କଥାବସ୍ତୁ ଏବଂ ସାମାଜିକ ଜୀବନର ଚିତ୍ରକୁ ପ୍ରତିଫଳନ କରିବା ଭଳି ମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ପୂଜାରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛି।
-ନବୀନଚନ୍ଦ୍ର ନାରାୟଣ ଦାସ,
ସଭାପତି, ଜବାହର ଚୌକ ପୂଜା କମିଟି
ସଚେତନ ହେଉଛନ୍ତି ଭବିଷ୍ୟତ ପିଢ଼ି
ଭବିଷ୍ୟତ ପିଢ଼ିଙ୍କୁ ପ୍ରାଚୀନ ସଂସ୍କୃତି, ପରମ୍ପରା, ପୌରାଣିକ ଆଖ୍ୟାନ ବିଷୟରେ ସଚେତନ କରିବାକୁ ସବୁବର୍ଷ ଉଦ୍ୟମ କରାଯାଉଛି। ୨ବର୍ଷ ପରେ ଅତି ଆଡମ୍ବର ସହକାରେ ପୂଜା ହେଉଥିବାରୁ ପ୍ରବଳ ଭିଡ଼ ଜମୁଛି।
-ସୁଧାଂଶୁ କୁମାର ଦଳେଇ,
ସମ୍ପାଦକ, ଜବାହର ଚୌକ ପୂଜା କମିଟି
ମନମୋହୁଛି ସାଜସଜ୍ଜା
ଭାଇଚାରା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା ପାଇଁ ଢେଙ୍କାନାଳ ଲକ୍ଷ୍ମୀପୂଜା ପ୍ରସିଦ୍ଧ। ଯୁଗ ଯେତେ ଡିଜିଟାଲ ହେଲେ ବି ବିଭିନ୍ନ ବଜାର ପକ୍ଷରୁ ପୌରାଣିକ ଓ ସାମାଜିକ କଥାବସ୍ତୁ ଆଧାରରେ ପଣ୍ଡପରେ ସାଜସଜ୍ଜା କରାଯାଇଛି, ଯାହା ମନମୋହୁଛି ।
-ଅବନୀ ମିଶ୍ର,
ଉପସଭାପତି , ରାଜ୍ୟ ଲୋକକଳା ସଂଘ

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri