ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା। କାରଣ, ଏବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ଦେଖିବାକୁ ମିଳିବ। ବିଜ୍ଞାନ ଭାଷାରେ କହିଲେ, ଆମ ପୃଥିବୀର ଅତି ନିକଟକୁ ଏହାର ଉପଗ୍ରହ ‘ଚନ୍ଦ୍ର’ ଚାଲିଆସିବ। ବୈଜ୍ଞାନିକମାନେ ଯାହାକୁ ‘ଚନ୍ଦ୍ର’ କହନ୍ତି, ଆମେ ତାକୁ ‘ଜହ୍ନମାମୁ’ କହୁ। ପୃଥିବୀକୁ ‘ଜହ୍ନମାମୁ’ ପରିକ୍ରମା କରେ। ତେଣୁ ‘ଜହ୍ନମାମୁ’ ବା ଚନ୍ଦ୍ର ହେଉଛି ଆମ ପୃଥିବୀର ଉପଗ୍ରହ। ଚନ୍ଦ୍ରକୁ ପୃଥିବୀର ପ୍ରାକୃତିକ ଉପଗ୍ରହ କୁହାଯାଏ, କାରଣ ପ୍ରକୃତି ତାକୁ ଗଢ଼ିଛି। ପୃଥିବୀ ଚାରିପଟେ ଚନ୍ଦ୍ର ଯେଉଁ ପଥରେ ବୁଲୁଛି, ତାହାକୁ ଚନ୍ଦ୍ରର ‘କକ୍ଷପଥ’ କୁହାଯାଏ। ଦୀର୍ଘବୃତ୍ତାକାର ବା ଅଣ୍ଡାକାର ପଥରେ ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି। ଯଦି ସମ୍ପୂର୍ଣ୍ଣ ଗୋଲ ବା ବୃତ୍ତାକାର ପଥରେ ଚନ୍ଦ୍ର ବୁଲନ୍ତା, ତେବେ ଆମଠାରୁ ଏହାର ଦୂରତା ସବୁବେଳେ ସମାନ ରହନ୍ତା। କିନ୍ତୁ ଲମ୍ବାଳିଆ କକ୍ଷପଥରେ ବୁଲୁଥିବାରୁ ଦୂରତା ବଢ଼ି ବଢ଼ି ଯାଏ, ପୁଣି କମି କମି ଆସେ। ବସ୍ତୁ ଆମଠାରୁ ଦୂରେଇ ଗଲେ ଛୋଟ ଦିଶେ ଓ ପାଖେଇ ଆସିଲେ ବଡ଼ ଦିଶେ। ତେଣୁ ପୃଥିବୀଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଆମକୁ ଛୋଟ ଦିଶେ ଓ ପାଖକୁ ପାଖକୁ ଆସିଗଲେ ବଡ଼ ଦିଶେ। ସବୁ ପୂର୍ଣ୍ଣିମାରେ ଚନ୍ଦ୍ର ଗୋଲ ଦିଶିବ, କିନ୍ତୁ ଆକାର ସମାନ ରହିବ ନାହିଁ। ଚନ୍ଦ୍ର ପାଖରେ ଥିଲେ ପୂର୍ଣ୍ଣିମା ରାତିରେ ବଡ଼ ଦିଶେ।
ଆମ ଆକାଶରେ ଅଗଣିତ ଖଗୋଳୀୟ ପିଣ୍ଡ ରହିଥିଲେ ବି ସୂର୍ଯ୍ୟ ଓ ଚନ୍ଦ୍ର ଦୁହେଁ ନିଆରା ପିଣ୍ଡ। ପୃଥିବୀଠାରୁ ଚନ୍ଦ୍ରର ହାରାହାରି ଦୂରତା ୩ ଲକ୍ଷ ୮୪ ହଜାର କିଲୋମିଟର ଓ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର। ତେଣୁ ଚନ୍ଦ୍ର ଆମଠାରୁ ଯେତିକି ଦୂରରେ ରହେ, ତାହାର ପ୍ରାୟ ୪୦୦ ଗୁଣ ଦୂରରେ ସୂର୍ଯ୍ୟ ଅଛି। ଉଭୟ ପିଣ୍ଡ ଆମକୁ ଓ ପୃଥିବୀକୁ ନିଜ ଆଡ଼କୁ ମାଧ୍ୟାକର୍ଷଣ ବଳ ଦ୍ୱାରା ଟାଣୁଛନ୍ତି। ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି, ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି। ଏମିତି ବୁଲୁ ବୁଲୁ ତିନିଟା ପିଣ୍ଡ ଗୋଟିଏ ଧାଡ଼ିରେ ରହିପାରନ୍ତି। ସେଥିପାଇଁ ପୂର୍ଣ୍ଣିମା ଓ ଅମାବାସ୍ୟା ହୁଏ। ଗୋଟିଏ ଧାଡ଼ିରେ ରହିଲେ ପୃଥିବୀ ଉପରେ ବେଶି ମାଧ୍ୟାକର୍ଷଣ ବଳ ପଡ଼େ। ତେଣୁ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରରେ ଅଧିକ ଉଚ୍ଚତାର ଜୁଆର ଆସେ।
ନିଜର ଅଣ୍ଡାକାର ରାସ୍ତାରେ ବୁଲୁ ବୁଲୁ ପୃଥିବୀଠାରୁ ଚନ୍ଦ୍ରର ସର୍ବନିମ୍ନ ଦୂରତା ରହେ ୩,୬୩,୧୦୪ କିଲୋମିଟର ଓ ସର୍ବାଧିକ ଦୂରତା ରହେ ୪,୦୫,୬୯୬ କିଲୋମିଟର। ଏଥିରୁ ବୁଝାପଡୁଛି ଯେ ୩,୬୩,୧୦୪ କିଲୋମିଟର ଦୂରରେ ରହିଲେ ଚନ୍ଦ୍ର ବହୁତ ବଡ଼ ଦିଶିବ ଓ ୪,୦୫,୬୯୬ କିଲୋମିଟର ଦୂରରେ ରହିଲେ ସବୁଠୁ ଛୋଟ ଦିଶିବ। ୧୯୬୯ ଜୁଲାଇ ୨୦ରେ ନୀଲ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରେ ପାଦ ଦେଇଥିଲେ। ସେଦିନ ଆମଠାରୁ ତାଙ୍କର ଦୂରତା ଥିଲା ୩,୯୩,୩୦୯ କିଲୋମିଟର। ବର୍ଷକୁ ୧୨ ଥର ପୂର୍ଣ୍ଣିମା ହୁଏ। କିନ୍ତୁ ସବୁ ପୂର୍ଣ୍ଣିମାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ସମାନ ରହେ ନାହିଁ। ବର୍ଷକ ଭିତରେ ଯେଉଁ ପୂର୍ଣ୍ଣିମାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ସର୍ବନିମ୍ନ ରହେ, ସେହି ପୂର୍ଣ୍ଣିମାରେ ସେବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ଦେଖିବାକୁ ମିଳେ। ଏବର୍ଷ ଅକ୍ଟୋବର ୧୭ ତାରିଖ ଗୁରୁବାର ରାତିରେ ସେଭଳି ଘଟଣା ଘଟିବ। ଚଳିତ ବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ବା ବୃହତ୍ତମ ‘ସୁପରମୁନ୍‌’ ଦେଖିବାକୁ ମିଳିବ। ଏହା ଆମ ପାଇଁ ଏକ ବିଶେଷ ପୂର୍ଣ୍ଣିମା, ଏଥିରେ ସନ୍ଦେହ ନାହିଁ।
‘ସୁପରମୁନ୍‌’ ପ୍ରସଙ୍ଗ ଆମ ପାଇଁ ନୂଆ ନୁହେଁ। ଆଗରୁ ମଧ୍ୟ ଆମେ ଅନେକ ପୂର୍ଣ୍ଣମୀ ରାତିରେ ସୁପରମୁନ୍‌ ଦେଖିଛୁ। ଚଳିତ ୨୦୨୪ ମସିହାରେ ୨ଥର ସୁପରମୁନ୍‌ ଆମେ ଦେଖିସାରିଛୁ। ୨୦୨୪ ମସିହାର ପ୍ରଥମ ସୁପରମୁନ୍‌ ଦେଖିଥିଲୁ ଗତ ଅଗଷ୍ଟ ୧୯ ତାରିଖ ରାଖୀ ପୂର୍ଣ୍ଣମୀ ରାତିରେ। ତା’ ପରେ ସେପ୍ଟେମ୍ବର ୧୮ ତାରିଖରେ ଏବର୍ଷର ୨ୟ ସୁପରମୁନ୍‌ ଦେଖିଲୁ। ଅକ୍ଟୋବର ୧୭ରେ ୩ୟ ସୁପରମୁନ୍‌ ଦେଖିବା। ପୁଣି ନଭେମ୍ବର ୧୫ ରାହାସ ପୂର୍ଣ୍ଣମୀରେ ଏବର୍ଷର ୪ର୍ଥ ସୁପରମୁନ୍‌ ଦେଖିହେବ। କିନ୍ତୁ ନଭେମ୍ବର ୧୫ ବେଳକୁ ଚନ୍ଦ୍ର ଟିକିଏ ଅଧିକ ଦୂରତାରେ ରହିବ ଏବଂ ୩ୟ ସୁପରମୁନ୍‌ ତୁଳନାରେ ସାନ ଦିଶିବ। ଅତୀତରେ ୨୦୧୩ ଜୁନ୍‌ ୨୩ରେ ପଡ଼ିଥିବା ପୂର୍ଣ୍ଣମୀରେ ସୁପରମୁନ୍‌ ଦେଖିବାକୁ ମିଳିଥିଲା। ୨୦୧୧ ମାର୍ଚ୍ଚ ୧୯ର ପୂନେଇଁ ଜହ୍ନ ଆମ ପୃଥିବୀର ସବୁଠାରୁ ନିକଟକୁ ଆସିଥିବାରୁ ବେଶ୍‌ ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା। ପୁଣି ୨୦୧୪ ଅଗଷ୍ଟ ୧୦ରେ ଆଉ ଥରେ ଅତି ନିକଟକୁ ଆସିଥିଲା ଓ ସୁପରମୁନ୍‌ ଦେଖାଗଲା।
ସୁପରମୁନ୍‌ ପରି ଘଟଣାକୁ ନେଇ ସାଧାରଣ ଲୋକଙ୍କର ଅନ୍ଧବିଶ୍ୱାସ ରହିଛି। ସୁପରମୁନ୍‌ ଦେଖାଦେଲେ ପୃଥିବୀକୁ ମାରାତ୍ମକ ବିପଦ ମାଡ଼ିଆସେ ବୋଲି ଲୋକେ ବିଶ୍ୱାସ କରନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ ଏହିପରି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚନା ଦିଏ। ସୁପରମୁନ୍‌ ଦର୍ଶନ କଲେ ତାହାର ଶକ୍ତିଶାଳୀ ଆକର୍ଷଣ ଲୋକଙ୍କୁ ପାଗଳ କରିଦିଏ। ସୁପରମୁନ୍‌ ଦେଖିଥିବା ଲୋକମାନେ ଏଣୁତେଣୁ ଭୁଲ୍‌ କାମ କରିବସନ୍ତି। କାରଣ, ସେହି ସମୟରେ ପୃଥିବୀ ଉପରେ ବିଶାଳ ଚନ୍ଦ୍ରର ଅଧିକ ମାଧ୍ୟାକର୍ଷଣ ବଳ ପଡୁଥାଏ। ସେହି ମାଧ୍ୟାକର୍ଷଣ ବଳ ଦର୍ଶକର ମସ୍ତିଷ୍କ ଉପରେ କୁପ୍ରଭାବ ପକେଇଥାଏ। ହେଲେ, ଏସବୁ ବିଶ୍ୱାସ ଠିକ୍‌ ନୁହେଁ। ଚନ୍ଦ୍ରର ଆକର୍ଷଣ ସବୁବେଳେ ଆମ ଉପରେ ପଡୁଛି। ଅବଶ୍ୟ ସୁପରମୁନ୍‌ ସମୟରେ ଟିକିଏ ଅଧିକ ପଡ଼ିବ। କିନ୍ତୁ ତାହା ଆମର ମସ୍ତିଷ୍କକୁ ପାଗଳ କରିବା କଥା ଭୁଲ୍‌। ଆଉ ରହିଲା ପୃଥିବୀ ଧ୍ୱଂସ ହେବା କଥା। ଆଗରୁ ଅନେକ ସୁପରମୁନ୍‌ ଦେଖାଯାଇଛି। ଅକ୍ଟୋବର ୧୭ ର ସୁପରମୁନ୍‌ଠାରୁ ଆହୁରି ବଡ଼ ସୁପରମୁନ୍‌ ଦେଖାଦେଇଛି। କିନ୍ତୁ, ସୁପରମୁନ୍‌ ସକାଶେ ସେମିତି ଭୟାବହ ଦୁର୍ଘଟଣା କିମ୍ବା ପ୍ରଳୟ ଘଟି ନାହିଁ। ଆମ ବିଶ୍ୱାସ କେତେ ସତ କେତେ ମିଛ, ତାହା ପ୍ରମାଣିତ ହୋଇସାରିଛି। ତେଣୁ ଆସନ୍ତା ସୁପରମୁନ୍‌କୁ ଆମେ ସମସ୍ତେ ବିନା ଭୟରେ ଦେଖିପାରିବା ଓ ଏତେ ବଡ଼ ଜହ୍ନର ଉଜ୍ଜ୍ୱଳ ଆଲୋକକୁ ଉପଭୋଗ କରିପାରିବା।
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ଅଟୋନୋମସ୍‌ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri