ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ରାସନ୍ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ ବିକ୍ରୀ ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀ ନିର୍ମିତ ପ୍ରାୟ ୨୫ ହଜାର ଟଙ୍କା ମୂଲ୍ୟର ବାଣ ଜବତ କରିଛନ୍ତି। ଗ୍ରାମର ଏମ.ସନମନ୍ ପାତ୍ର ଙ୍କ ରାସନ୍ ଦୋକାନରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ମହଜୁଦ ଥିବା ପୋଲିସ କୁ ଖବର ମିଳିଥିଲା। ଥାନା ଆଇଆଇସି କିଶୋର କୁମାର ସାମଲ ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ଗୁରୁବାର ସନାତନ ଙ୍କ ଦୋକାନରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିଲେ। ପରେ ଜବତ ବାଣ ସହ ତାଙ୍କୁ ପୋଲିସ ଥାନା କୁ ଅଣାଯାଇଥିଲା। ବିନା ଲାଇସେନ୍ସ ରେ ବିକ୍ରୀ ଉଦ୍ଦେଶ୍ୟରେ ବେଆଇନ ଭାବେ ବିଭିନ୍ନ କମ୍ପାନୀ ନିର୍ମିତ ବାଣ ଓ ହାତ ତିଆରି ଦେଶୀ ବାଣ ଗୁଡ଼ିକୁ ସେ ଦୋକାନ ଭିତରେ ମହଜୁଦ ରଖିଥିବା ସ୍ୱୀକାର କରିଥିଲେ। ଆଇଆଇସି ମାମଲା ନଂ.୪୬୪/୨୬ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ତାଙ୍କୁ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।