ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ ବଢୁଛି ବିଭିନ୍ନ ଗଛ । ଏହି ସବୁ କରିସ୍ମା କରି ଦେଖାଇଛନ୍ତି ନୟାଗଡ ସହର ଡିଆରଡିଏ ରୋଡର ରଞ୍ଜନ କୁମାର ଖଟେଇ । ସେଥିପାଇଁ ତାଙ୍କୁ ଜଣେ ସଫଳ ଚାଷୀର ମାନ୍ୟତା ମିଳିଛି । ଗଛରେ କଲମି କରିବାର କଳା ହିଁ ତାଙ୍କୁ ଏହି ସଫଳତା ଦେଇଛି ବୋଲି ସେ କହିଛନ୍ତି ।
ରଞ୍ଜନଙ୍କ ଘର ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଧୀନ ଆରଡା ଗାଁରେ । ସେ ବହୁଦିନ ହେଲା ନୟାଗଡରେ ରହୁଛନ୍ତି। ଗାଁରେ ଥିବା ନିଜର ୪ ଏକର ଜମିରେ ସେ ପୋଟଳ, ବାଇଗଣ, ଟମାଟୋ, କାକୁଡି ଆଦି ପନିପରିବା ଚାଷ କରିଛନ୍ତି । ହେଲେ ନୟାଗଡ଼ ଡିଆରଡିଏ ରାସ୍ତାର ନବୋଦୟ ସ୍କୁଲ ପଛପାଖରେ ଥିବା ତାଙ୍କ ଘର ବଗିଚାରେ ବହୁ କଲମି ଗଛରେ ସମ୍ଭାର ରହିଛି । ଘର ସମ୍ମୁଖ ରଙ୍ଗ ବେରଙ୍ଗର ଫୁଲ ଓ ଫଳରେ ପୂରି ଉଠୁଛି । ବିନା ମାଟିରେ ବଢୁଥିବା ଗଛରେ ଫୁଲ ଓ ଫଳ ଝୁଲୁଛି । ସେ ଜିଆଖତ, କୋକପିଟି, ପେରଲାଇଟ୍‌, ଭର୍ମିକୁଲଟକୁ ମିଶ୍ରଣ କରି ପୋଟିଂମିକ୍ସ ସୃଷ୍ଟି କରି ସେଥିରେ ଗଛ ଲଗାଇଛନ୍ତି। ତାଙ୍କ ବଗିଚାରେ ୭ କିସମର ଆମ୍ବ, ମଞ୍ଜିବିହୀନ ସ୍ବାଦିଷ୍ଟ ଲେମ୍ବୁ, ମୌସୁମୀ, କରମଙ୍ଗା, ବରକୋଳି, ଚେରି, ଟମାଟୋ, ଅଁଳା, ଅଙ୍ଗୁର ଗଛ ରହିଛି । ଆମ୍ବ ଗଛରୁ ଫଳ ତୋଳା ହେବା ପରେ ପୁଣି ବଉଳ ଆସୁଛି । ବର୍ଷ ତମାମ ଗଛରେ ଆମ୍ବ ଫଳୁଛି, ବଉଳ ଭରି ରହୁଛି। ସେହିପରି କରବର ଗଛରେ ନାଲି, ହଳଦିଆ, ଗୋଲାପି ଫୁଲ ଫୁଟୁଛି । ଭେଜିି ବାଇଗଣ ଗଛରେ କଲମି କରି କଳା ଓ ଧଳା ରଙ୍ଗର ବାଇଗଣ ସମେତ ଲଙ୍କା ଓ ଟମାଟୋ ଫଳୁଛି । ଗୋଟିଏ ମନ୍ଦାର ଗଛରେ ନାଲି, ହଳଦିଆ, ସୁନେଲି, ପାଉଁଶିଆ, ଗୋଲାପି ରଙ୍ଗର ଫୁଲ ଫୁଟୁଛି ।
ଏନେଇ ରଞ୍ଜନ କୁହନ୍ତି ମୁଁ କଲମି ଉପାୟରେ ୫ ବର୍ଷ ହେଲା ଫୁଲ ଓ ଫଳ ସୃଷ୍ଟି କରି ଆସିଛି। ଯୁକ୍ତ ୩ ପାସ କରିବା ପରେ କୌଣସି କର୍ମ ସଂସ୍ଥାନ ମିଳିଲା ନାହିଁ ା କିଛିଦିନ ବେକାର ରହିବା ପରେ ଏପରି ଚାଷକୁ ଆଦରି ନେଇଥିଲି । ଏଥିରୁ କିଛି ରୋଜଗାର ମିଳୁଛି। ବିଭିନ୍ନ ଗଛ ସମ୍ପର୍କରେ ଆସି ନିଜକୁ ଖୁସି ଲାଗୁଛି । ଏବେ କଲମି କରି ବିଭିନ୍ନ ଫୁଲ ଓ ଫଳ ଗଛ ଲଗାଇ ସମୟକୁ ଅତିବାହିତ କରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନୟାଗଡ ଗ୍ରାମୀଣ ଷ୍ଟେଟବ୍ୟାଙ୍କ ଆମତ୍ ନିଯୁକ୍ତି ତାଲିମ କେନ୍ଦ୍ରର ଫାକଲ୍‌ଟି ଓ ରୁଟ୍‌ ସାଇଟ୍‌ର ଆସେସର ଭାବେ ରଞ୍ଜନ କାମ କରୁଛନ୍ତି । ଏପରି ନସର୍ର୍ରୀ ପରିଚାଳନା ପାଇଁ ସେ ବହୁ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରୁଛନ୍ତି । କଲମି ମାଧ୍ୟମରେ ଚାଷ କରିବାକୁ ସେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛନ୍ତି । କଲମି ଓ ପନିପରିବା ଚାଷ ଉପରେ ତାଲିମ ଦେବାକୁ ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲାକୁ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri