Posted inଜାତୀୟ

କର୍ନାଟକରେ ଭୂସ୍ଖଳନ, ୬ ଜଣଙ୍କ ମୃତ୍ୟୁ…

ବେଙ୍ଗାଲୁରୁ, ୩।୮ : କର୍ନାଟକର ଉତ୍ତର କନ୍ନଡ ଏବଂ ଦକ୍ଷିଣ କନ୍ନଡ ଜିଲାରେ ଭୂସ୍ଖଳନରେ ଦୁଇ ଭଉଣୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ପୋଲିି କହିଛିଯେ ମୃତକଙ୍କ ମଧ୍ୟରେ ଉଭୟ ଭଉଣୀଙ୍କ ମୃତଦେହ ପରସ୍ପରର ହାତ ଧରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଉତ୍ତର କନ୍ନଡ ଜିଲାର ଭଟକଲ ତାଲୁକା ଅନ୍ତର୍ଗତ ମୁତାଲି ଗ୍ରାମରେ ଏକ ପର୍ବତର ଏକ ଅଂଶ ଖସିପଡିବାରୁ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ଦ୍ୱିତୀୟ ଘଟଣା ଦକ୍ଷିଣା କନ୍ନଡ ଜିଲାର ସୁବ୍ରମଣ୍ୟମରେ ଘଟିଛି। ସେଠାରେ ଦୁଇ ଭଉଣୀଙ୍କ ମୃତଦେହ ପରସ୍ପରର ହାତ ଧରିଥିବାର ଦେଖିବାକୁ ମିଳିଛି। ପର୍ବତର ଏକ ଅଂଶ ସେମାନଙ୍କ ଘରେ ପଡ଼ିବା ପରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା

ଉଦ୍ଧାର କାର୍ଯ୍ୟ ପରେ ୧୧ ବର୍ଷୀୟ ଶ୍ରୁତି ଏବଂ ୬ ବର୍ଷୀୟ ଜ୍ଞନଶ୍ରୀଙ୍କ ମୃତଦେହ ମିଳିଛି ବୋଲି ପୋଲିସ କହିଛି। ମୃତ ବାଳିକାମାନଙ୍କ ପିତାଙ୍କ ନାମ କୁସୁମଧର। ସେ କହିଛନ୍ତି ଯେ ସୁବ୍ରମଣ୍ୟମରେ ପ୍ରବଳ ବର୍ଷା ହୋଇଛି। ଏହା ଯୋଗୁ ଭୂସ୍ଖଳନ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ରାସ୍ତାରେ ଗଛ ପଡିବା ସହ ପାଣି ଜମି ରହିଥିବାରୁ ତୁରନ୍ତ ଉଦ୍ଧାରକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିପାରି ନଥିଲେ। ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍କରଙ୍କ ଉପରେ ବ୍ୟାନ୍‌ ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ବ୍ୟାନ୍‌...

ବୁଲ୍‌ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍‌

ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍‌ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା...

ଭାଲେଣ୍ଟାଇନ୍ସ ଡେ’ରେ ବିବାହ କଲେ ରାଣୀ-ରାଜା

ବେଙ୍ଗାଲୁରୁ,୧୪।୨: କର୍ନାଟକର କ୍ୟୁବାନ ପାର୍କରେ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ରାଣୀ ଓ ରାଜାଙ୍କର ବିବାହ ଅନୁଷ୍ଠିତ ହୋଇଛି। ସାଧାରଣ ବିବାହ ଭଳି ଉଭୟଙ୍କୁ ପାରମ୍ପରିକ...

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ...

ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ

ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ...

ଦେଶମାତୃକାର ସେବା କରି ଗାଁକୁ ଫେରିବା ପରେ ସୈନିକଙ୍କୁ ଏମିତି ପାଛୋଟି ନେଲେ ଗ୍ରାମବାସୀ

ଭୋପାଳ,୬।୨: ମଧ୍ୟପ୍ରଦେଶର ବରଓ୍ବାନି ଜିଲାର ଭାରତୀୟ ସେନାରେ ୨୧ ବର୍ଷ ସେବା ପୂରଣ ପରିବା ପରେ ଘରକୁ ଫେରିଥିବା ସୈନିକଙ୍କୁ ଗ୍ରାମବାସୀ ଅଦ୍ଭୁତପୂର୍ବ ସ୍ବାଗତ ଜଣାଇଛନ୍ତି।...

ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ସେ ଗସ୍ତ...

କେଜରିଓ୍ବାଲଙ୍କ ମାଗଣା ଯାତ୍ରା ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଲେ ମହିଳା

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳା ଏଣିକି ମାଗଣରେ ଯାତ୍ରା କରିବେ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week