କୋରାପୁଟ-କିରଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ

କୋରାପୁଟ,୨୫ା୯(ଅମିତାଭ ବେହେରା):କୋରାପୁଟ ଜିଲା ମାନବାର-ଜରଟି ରେଳ ଷ୍ଟେଶନ ମଝି ତଥା କୋରାପୁଟ-କିରଣ୍ଡୁଲ ରେଳ ଲାଇନ୍‌ରେ ଶନିବାର ରାତିରେ ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଓ ପଥର ଖସି ରେଳ ଧାରଣାରେ ପଡିଛି। ଫଳରେ ରାତି ପ୍ରାୟ ୩ଟାରୁ ଉକ୍ତ ଲାଇନ୍‌ରେ ଯାତାୟାତ କରୁଥିବା ସମସ୍ତ ଟ୍ରେନ୍‌ କୋରାପୁଟ ଷ୍ଟେଶନରେ ଅଟକି ରହିଛି l ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ତେବେ ମାଟି ଧସିବା ସମୟରେ ଏହି ଲାଇନ୍‌ରେ କୌଣସି ଯାତ୍ରୀବାହୀ କିମ୍ବା ମାଲବାହୀ ଟ୍ରେନ ଚଳାଚଳ କରି ନ ଥିବାରୁ କୌଣସି ଅଘଟଣ ଘଟିନାହିଁ।
ରେଳ ଧାରଣାରେ ପଥର ମାଟି ଖସିବା ଯୋଗୁ କୋରାପୁଟ-ଜଗଦଲପୁର, ବିଶାଖାପାଟଣା-ଜଗଦଲପୁରକୁ ଯାତାୟାତ କରୁଥିବା ଟ୍ରେନ୍‌ଗୁଡିକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୋରାପୁଟ କିରଣ୍ଡୁଲ ଲାଇନରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ରେଳ ବିଭାଗର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଉପସ୍ଥିତ ରହି ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଯୋଗୁ ଯେଉଁ ଯାତ୍ରୀମାନେ କୋରାପୁଟରୁ ଜଗଦଲପୁର ଯିବା ପାଇଁ ଅପେକ୍ଷା କରିଥିଲେ ସେମାନେ କୋରାପୁଟ ଷ୍ଟେଶନରେ ଅଟକି ରହିଛନ୍ତି। ଜଗଦଲପୁର ଯିବାକୁ ଥିବା ମାଲବାହୀ ଟ୍ରେନଗୁଡିକ ମଧ୍ୟ ଅଟକି ରହିଛି। ଟ୍ରେନ ବାତିଲ ଯୋଗୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟରୁ ଜଗଦଲପୁର ଓ କିରଣ୍ଡୁଲ ମଧ୍ୟରେ ଯାତାୟାତ କରୁଥିବା ଟ୍ରେନଗୁଡିକୁ ବାତିଲ କରାଯାଇଛି l ତେବେ ସନ୍ଧ୍ୟା ବେଳକୁ କୋରାପୁଟ ଷ୍ଟେଶନରେ ଅଟକି ରହିଥିବା କୋରାପୁଟ-ଭୁବନେଶ୍ୱର ଓ କୋରାପୁଟ-ରାଉରକେଲା, କୋରାପୁଟରୁ ବିଶାଖାପାଟଣା ଟ୍ରେନ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଯେଉଁ ଟ୍ରେନ୍‌ଗୁଡିକ ବାତିଲ ହୋଇଛି ସେନେଇ ଯାତ୍ରୀମାନଙ୍କୁ ଅବଗତ କରାଯାଉଛି। ଘଟଣାସ୍ଥଳରେ ରେଲଓ୍ବେର ଡେପୁଟି ଚିଫ୍‌ (କନ୍‌ଷ୍ଟ୍ରକ୍ସନ) ବି.ବି. ମହାରଣାଙ୍କ ତତ୍ତ୍ୱାବଧାନରେ ଲାଇନ୍‌ ମରାମତି କାର୍ଯ୍ୟ ଜାରି ରହିଛି। ଦିନେ ଦୁଇଦିନ ମଧ୍ୟରେ କାର୍ଯ୍ୟ ସାରି ଉକ୍ତ ଲାଇନରେ ସମସ୍ତ ରେଳ ଚଳାଚଳ ସ୍ବାଭାବିକ କରିବାକୁ ଆମେ ଉଦ୍ୟମ କରିବୁ ବୋଲି ମହାରଣା କହିଛନ୍ତିି। ସେଠାରେ ବିଭାଗର ସମସ୍ତ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ଜଗଦଲପୁର ଯିବାକୁ ଥିବା ଯାତ୍ରୀମାନେ ଗାଡି କରି ଯାଇଥିବା ଜଣାପଡିଛି। ସେହିପରି ଜଗଦଲପୁର ଆଡୁ ଆସୁଥିବା ଯାତ୍ରୀମାନେ ଜୟପୁର ଷ୍ଟେଶନରେ ଓହ୍ଲାଇ ଗାଡିକରି କୋରାପୁଟ ସମେତ ନିଜ ଗନ୍ତବ୍ୟ ସ୍ଥାନକୁ ଯାଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, କୋରାପୁଟ ଜିଲାରେ ଟ୍ରେନ୍‌ ଲାଇନଗୁଡିକ ପାହାଡ଼ ମଧ୍ୟଦେଇ ଯାଇଛି। ସେଥିପାଇଁ ପାହାଡ଼ କାଟି ଟ୍ରେନ ଲାଇନ୍‌ ନିର୍ମାଣ କରାଯାଇଛି। ଏବେ ଦ୍ୱିତୀୟ ଲାଇନ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ପାହାଡ଼ କଟା ହୋଇଛି। ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିଲା। ଏହି ବର୍ଷାରେ ମାଟି ଓଦା ହୋଇ ରହିଥିବାରୁ ଭୂସ୍ଖଳନ ଘଟି ପାହାଡ଼ରୁ ପଥର ଓ ମାଟି ଧସି ଏପରି ପରିସ୍ଥିତି ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri