ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧: ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ପୁରୀଗୁଡ଼ା ଗାଁ। ଲଗାଣ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ଘଟିଥିବା ଆଶଙ୍କା କରାଯାଉଛି।

ପ୍ରବଳ ବର୍ଷା ପରେ ପାହାଡ଼ରୁ ବିରାଟ ପଥର ଖସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ସୃଷ୍ଟି କରିଛି। ପଥରଟି ଗାଁ ଆଡ଼କୁ ଖସିଥିବାରୁ ପୁରୀଗୁଡ଼ା ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଥିଲା। ତେବେ ଗାଁଟି ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛି।

ଲଗାଣ ବର୍ଷା ଯୋଗୁଁ ପାହାଡ଼ ମାଟି ଓ ପଥର ଦୁର୍ବଳ ହୋଇ ଏପରି ଭୂସ୍ଖଳନ ଘଟିଥିବା ଆଶଙ୍କା କରାଯାଉଛି। ଅଞ୍ଚଳରେ ପୁନର୍ବାର ଏଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

Dharitri – Odisha’s No.1 Odia Daily

Share