ଜମିଫାଟି ଅଁ।, ମାଡି ଗଲାଣି ଘାସ

ଲୋଇସିଂହା, ୫।୮(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ସତ୍ତ୍ୱେ ୮୦ପ୍ରତିଶତ ଚାଷ ହୋଇଛି। ବର୍ଷାଭାବରୁ ୨୦ ପ୍ରତିଶତ ଚାଷ ହୋଇପାରିନାହିଁ । ୨ ସପ୍ତାହ ହେଲା ବର୍ଷା ଉଭାନ ହୋଇଯାଇଥିବାରୁ ଚାଷଜମି ଫାଟି ଆଁ କଲାଣି । ପାଣି ନ ଥିବାରୁ ଚାଷଜମିରେ ଅନାବନା ଘାସ ମାଡିଗଲାଣି । ଏହାକୁ ନେଇ ଚାଷୀ ଚିନ୍ତିତ ହୋଇପଡିଛି। ଗତ ଦୁଇଦିନ ହେଲା ମେଘୁଆ ପାଗ ଥିଲେ ସୁଦ୍ଧା ବର୍ଷା ଦେଖାନାହିଁ । ସପ୍ତାହକ ମଧ୍ୟରେ ବର୍ଷା ନହେଲେ ମରୁଡି ନିଶ୍ଚିତ ବୋଲି ଚାଷୀମାନେ କହିଲେଣି।
ଲୋଇସିଂହା ବ୍ଲକରେ ୨୧ହଜାର ୧୧୫ହେକ୍ଟର ଚାଷ ଜମି ରହିଛି । ଧାନ ଚାଷ ଉପଯୋଗୀ ପାଇଁ ୧୦ ହଜାର ୫୯୦ ହେକ୍ଟର ଜମି ରହିଛି। ସେଥିରୁ ୧୦ହଜାର ୨୫୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ଲକ୍ଷ୍ୟ ରଖାଯାଇଥିବାବେଳେ ୮୮୫୦ ହେକ୍ଟର ଜମିରେ ରୁଆ ଓ ବିହୁଡା ସରିଛି । ୨୫୦ହେକ୍ଟର ଜମିରେ ହାଇବ୍ରିଡ ଧାନ ଚାଷ କରାଯାଇଥିବାବେଳେ ୨୪୧ ହେକ୍ଟରେ ରୁଆ ସମାପନ ହୋଇଛି । ଜୁନ ମାସରେ ୨୦୨.୨ ମିମି ବର୍ଷା ଆବଶ୍ୟକ ଥିବାବେଳେ ୧୮୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜୁଲାଇରେ ୩୬୦.୫ ମିମି ବର୍ଷା ଆବଶ୍ୟକ ଥିବାବେଳେ ୧୦୫ ମିମି ବର୍ଷା ହୋଇଛି ା ଉପରମୁଣ୍ଡାରେ ବର୍ଷା ହେବାରୁ ବ୍ଲକ ଦେଇ ଯାଇଥିବା ବିଭିନ୍ନ ନାଳାରେ ଯେଉଁ ପାଣି ଆସିଥିଲା ସେଥିରେ ଚାଷ କରଯାଇଛି ା ପ୍ରାୟ ଦୁଇ ସପ୍ତାହ ହେବ ବର୍ଷା ନ ଥିବାରୁ ବିହୁଡା ଓ ରୁଆ ହୋଇଥିବା ଜମିରେ ପାଣି ନାହିଁ, ଅନାବନା ଘାସ ମାଡିଗଲାଣି ା ବ୍ଲକ ସହକାରୀ କୃଷି ଅଧିକାରୀ ସୁଶୀଲ କୁମାର ସେଠୀଙ୍କୁ ପଚାରିବାରୁ ବର୍ଷାଭାବ ଯୋଗୁ ବ୍ଲକରେ ଚାଷ ଏବେ ସାଂଘାତିକ ସ୍ଥିତ ଦେଇ ଗତି କରୁଛି ା ଜିଲାକୁ ରେଡ ଜୋନ ଭାବେ ସରକାର ନେଇଛନ୍ତି। ନିକଟରେ ଭଲବର୍ଷା ନ ହେଲେ ମରୁଡିକୁ ଅସ୍ବୀକାର କରାଯାଇ ନପାରେ ବୋଲି ସେ କହିଛନ୍ତି।