ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ବିଛାଇଥିଲେ ଲ୍ୟାଣ୍ଡମାଇନ: ଯୋଜନା ପଣ୍ଡ

ଚିତ୍ରକୋଣ୍ଡା,୨୦।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମାମୁଡି ପିପିଲପଦର ଅଞ୍ଚଳରୁ ଶନିବାର ବିଏସ୍‌ଏଫ ଯବାନମାନେ ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି। ବିଏସ୍‌ଏଫ୍‌ ଯବାନ ଉକ୍ତ ରାସ୍ତା ଦେଇ ଯିବାଆସିବା କରୁଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏଭଳି ଯୋଜନା କରିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ପରେ ବିଏସ୍‌ଏଫ୍‌ ଯବାନ ଉପାନ୍ତ ଅଞ୍ଚଳ ପିପଲପଦରଠାରୁ ନାକାମାମୁ ମଧ୍ୟରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲେ। ଏହି ସମୟରେ କୁସୁମପଦର ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଥିଲା। ପରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତାହାକୁ ନିଷ୍କ୍ରିୟ କରିଛନ୍ତି।