Posted inଜାତୀୟ

ଜମ୍ମୁ-କଶ୍ମୀର ରାଜୌରୀରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ଯବାନ ଶହୀଦ, ୨ ଆହତ…

ଶ୍ରୀନଗର,୧୮।୧ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ନୋଶେରା ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହା ସହିତ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଫରୱାର୍ଡ ଡିଫେନ୍ସ ଲାଇନ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ୮୦ ପଦାତିକ ବ୍ରିଗେଡ ଅଧୀନରେ ଥିବା୧୭ ଶିଖ ଲାଇଟ ବାଟାଲିୟନର ଦାୟିତ୍ୱ ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟିଥିବା ବେଳେ ତିନିଜଣ ସେନା କର୍ମଚାରୀ ନିୟନ୍ତ୍ରଣ ରେଖା ଉପରେ ନିୟମିତ ନଜର ରଖିଥିଲେ।

ବିସ୍ଫୋରଣ ପରେ ଆହତ ଯବାନମାନଙ୍କୁ ତୁରନ୍ତ ଉଦାମପୁରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଆହତ ଯବାନ ଘଟଣାସ୍ଥଳରେ ଶହୀଦ ହୋଇଥିଲେ। ଦୁଇ ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବିମାନ ଯୋଗେ ଡାକ୍ତରଖାନା ପଠାଯାଇଛି। ସହିଦ ଯବାନଙ୍କ ବିଷୟରେ ସେନା ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ।
ଗତ ବର୍ଷ ମଧ୍ୟ ଜମ୍ମୁ ଡିଭିଜନର ରାଜୌରୀ ଜିଲାର ଏଲଓସି ନିକଟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଦୁଇଜଣ ସେନା ପୋର୍ଟର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅଧିକାରୀମାନେ କହିଛନ୍ତି ଶନିବାର ଦିନ ନୋଶେରା ସେକ୍ଟରର କାଲାଲ ଅଞ୍ଚଳରେ ଘଟିଥିବା ବିସ୍ଫୋରଣରେ ମାଙ୍ଗିଓଟ ଗାଁର ବାସିନ୍ଦା ରାଜକୁମାର ଏବଂ ଅଶ୍ୱାନୀ କୁମାର ଆହତ ହୋଇଥିଲେ। ସେ କହିଛନ୍ତି ଆହତ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଅଧିକାରୀମାନେ କହିଥିଲେ ଅନୁପ୍ରବେଶ ବିରୋଧୀ ପ୍ରତିବନ୍ଧକ ପ୍ରଣାଳୀ ଅଧୀନରେ ଅଗ୍ରଗାମୀ ଅଞ୍ଚଳରେ ଲ୍ୟାଣ୍ଡମାଇନ ଲଗାଯାଇଛି। ବେଳେବେଳେ ବର୍ଷା ଯୋଗୁଁ ପାଣିପାଗର ପରିସ୍ଥିତି ବଦଳିଯାଏ, ଯାହାଦ୍ୱାରା ଏପରି ଦୁର୍ଘଟଣା ଘଟେ। ଏଥିପାଇଁ ଉନ୍ନତ ସ୍ଥାନରେ ଅଧିକ ସଚେତନତାର ଆବଶ୍ୟକତା ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

Nvidiaର ସିଇଓ ପଦରୁ ଇସ୍ତଫା ଦେଲେ ଜେନସେନ ହୁଆଙ୍ଗ; ଜଣେ ଚାଇନିଜ ମହିଳାଙ୍କ ସହ ସମ୍ପର୍କକୁ ନେଇ ସୃଷ୍ଟି ହେଲା ବିବାଦ

ହଙ୍ଗକଙ୍ଗ,୧୨।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ଗତ କିଛି ଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଚାଇନିଜ ଗୁପ୍ତଚରଙ୍କ ସହ ତାଙ୍କର ସମ୍ପର୍କ…

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

‘ଏକ୍ସ’ (X) ୟୁଜର୍ସଙ୍କ ଅନୁରୋଧ ପୂରଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ହୋଇଥିବା ଆଦାନପ୍ରଦାନ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?