ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ମାମଲା: ତହସିଲଦାର, ଅତିରିକ୍ତ ତହସିଲଦାର ନିଲମ୍ବିତ

ବଲାଙ୍ଗୀର ଅଫିସ, ୬ା୭:ଜଣେ ମୃତବ୍ୟକ୍ତିଙ୍କ ନାଁରେ ଜମି ହଡ଼ପ ମାମଲାରେ ରାଜ୍ୟ ସରକାର ବୁଧବାର ବଲାଙ୍ଗୀର ତହସିଲଦାର ମଘବନ ବାଗ ଏବଂ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷେ ବଲାଙ୍ଗୀର ସଦର ଥାନା ପୋଲିସ ଏହି ମାମଲାରେ ବଲାଙ୍ଗୀର ତହସିଲ ଅଫିସର ରେକର୍ଡ କିପର ତଥା ବରିଷ୍ଠ ରାଜସ୍ବ ସହକାରୀ ମକରଧ୍ୱଜ କାଲସାଏ (୪୬)ଙ୍କୁ ଗିରଫ କରିଛି। ଏହି ଜମି ହଡ଼ପ ମାମଲାରେ ପୂର୍ବରୁ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ଜିଲାପାଳ ଚଞ୍ଚଳ ରାଣାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଜମି ହଡ଼ପ ସଂକ୍ରାନ୍ତରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଅତିରିକ୍ତ ଜିଲାପାଳ ଏବଂ ଉପଜିଲାପାଳଙ୍କୁ ନେଇ ଦୁଇଜଣିଆ ତଦନ୍ତ କମିଟି ଗଠନ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଉକ୍ତ ରିପୋର୍ଟକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା। ଉକ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ତହସିଲଦାର ବାଗ ଏବଂ ଅତିରିକ୍ତ ତହସିଲଦାର ରାଉତ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ତହସିଲଦାର ବାଗ ଏବଂ ଅତିରିକ୍ତ ତହସିଲଦାରଙ୍କ ନିଳମ୍ବନ ପରେ ଏହି ଦୁଇ ଅଧିକାରୀଙ୍କ ଅଡୁଆ ବଢ଼ିଛି। ଏମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ଛୁଟିଦିନରେ ତହସିଲଦାର ବାଗଙ୍କ ଡିଜିଟାଲ ସିଗ୍‌ନେଚର, ଆଇଡି ଏବଂ ପାସ୍‌ୱାର୍ଡ ବ୍ୟବହାର କରାଯାଇ ଜଣେ ମୃତବ୍ୟକ୍ତିଙ୍କ ଦେଢ଼ ଏକର ଜମିକୁ ବିକ୍ରି କରାଯାଇଥିଲା। ଏପରିକି ସମ୍ପୃକ୍ତ ଜମିକେତ୍ରାଙ୍କୁ ପଟ୍ଟା ଦିଆଯାଇଥିବା ଅଭିଯୋଗ ହୋଇଥିଲା।
ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗ୍ରାମର ଅବଦୁଲ ଷାଣ୍ଢ ଗତ ଜୁନ୍‌ ୧୬ ତାରିଖରେ ସଦର ଥାନାରେ ତାଙ୍କ ବାପା ହର୍ଷ ଷାଣ୍ଢଙ୍କ ନଁାରେ ଦେଢ଼ ଏକର ଜମି ବିକ୍ରି କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ବଲାଙ୍ଗୀର ତହସିଲଦାର, ଅତିରିକ୍ତ ତହସିଲଦାର, ସବ୍‌ରେଜିଷ୍ଟାରଙ୍କ ସମେତ ୯ ଜଣଙ୍କ ବିରୋଧରେ ସେ ଅଭିଯୋଗ କରିଥିଲେ। ସଦର ଥାନା ପୋଲିସ ଏକ ମାମଲା(୨୪୯/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୨୦୦୫ ମସିହାରୁ ଜମି ମାଲିକ ହର୍ଷ ଷାଣ୍ଢଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ୱେ ତାଙ୍କ ନଁାରେ ଜଣେ ବ୍ୟକ୍ତିଙ୍କୁ ଠିଆ କରାଇ ୨୦୨୧ ଡିସେମ୍ବର ୧୧ରେ ସେଲଡିଡ୍‌ ତିଆରି କରାଯାଇଥିଲା। ଶିକାବେହେଙ୍ଗା ଗ୍ରାମର ଉତ୍ତମ ନାଗ ନାମକ ଜଣେ ବ୍ୟକ୍ତି ନିଜକୁ ହର୍ଷ ଷାଣ୍ଢ ଭାବେ ପରିଚୟ ଦେଇ ଏବଂ ଜାଲ କାଗଜପତ୍ର ଦେଇ ସବ୍‌ରେଜିଷ୍ଟ୍ରି ଅଫିସରେ ୫୦ ଡିସମିଲ ଜମିର ସେଲଡିଡ୍‌ରେ ଦସ୍ତଖତ କରିଥିଲେ। ବଲାଙ୍ଗୀର ଗୋପବନ୍ଧୁନଗରର ମାଧବ ପୃଷ୍ଟି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଲବଣୀ ପୃଷ୍ଟିଙ୍କ ନଁାରେ ଏହି ୫୦ ଡିସମିଲ ଜମି କିଣିଥିଲେ। ୨୦୨୨ ମାର୍ଚ୍ଚ ୩ ତାରିଖରେ ଏହି ସେଲଡିଡ୍‌ର ପାର୍ଚ୍ଚା କରାଯାଇଥିଲା। ତହସିଲ ଅଫିସରୁ ୫୦ ଡିସମିଲ ଜମିର ପାର୍ଚ୍ଚା ବାହାରିବା ପରିବର୍ତ୍ତେ ଲବଣୀ ପୃଷ୍ଟିଙ୍କ ନଁାରେ ୧.୪୯ ଏକର ଜମିର ପାର୍ଚ୍ଚା ତିଆରି ହୋଇଯାଇଥିଲା। ଏହି ଜମି କେଳେଙ୍କାରୀରେ ତହସିଲଦାର ବାଗଙ୍କ ଡିଜିଟାଲ ସିଗ୍‌ନେଚର, ଆଇଡି ଏବଂ ପାସ୍‌ୱାର୍ଡ ବ୍ୟବହାର କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଜମି କିଣିଥିବା ଲବଣୀ ପୃଷ୍ଟିଙ୍କ ସ୍ବାମୀ ମାଧବ ପୃଷ୍ଟି, ନକଲି ଜମି ମାଲିକ ସାଜିଥିବା ଉତ୍ତମ ନାଗ ଏବଂ ସାକ୍ଷୀ ହୋଇଥିବା ଦେବରାଜ ରାଉତ୍‌ଙ୍କୁ ପୋଲିସ ପୂର୍ବରୁ ଗିରଫ କରି ଜେଲକୁ ପଠାଇ ସାରିଛି। ବୁଧବାର ରେକର୍ଡ କିପର ମକରଧ୍ୱଜ କାଲସାଲଙ୍କୁ ଗିରଫ କରାଯିବା ପରେ ଏହି ଜମି ବିକ୍ରି ଘଟଣାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଆହୁରି କେତେକ ଅଧିକାରୀ ଓ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri