ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ମାମଲା: ତହସିଲଦାର, ଅତିରିକ୍ତ ତହସିଲଦାର ନିଲମ୍ବିତ

ବଲାଙ୍ଗୀର ଅଫିସ, ୬ା୭:ଜଣେ ମୃତବ୍ୟକ୍ତିଙ୍କ ନାଁରେ ଜମି ହଡ଼ପ ମାମଲାରେ ରାଜ୍ୟ ସରକାର ବୁଧବାର ବଲାଙ୍ଗୀର ତହସିଲଦାର ମଘବନ ବାଗ ଏବଂ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷେ ବଲାଙ୍ଗୀର ସଦର ଥାନା ପୋଲିସ ଏହି ମାମଲାରେ ବଲାଙ୍ଗୀର ତହସିଲ ଅଫିସର ରେକର୍ଡ କିପର ତଥା ବରିଷ୍ଠ ରାଜସ୍ବ ସହକାରୀ ମକରଧ୍ୱଜ କାଲସାଏ (୪୬)ଙ୍କୁ ଗିରଫ କରିଛି। ଏହି ଜମି ହଡ଼ପ ମାମଲାରେ ପୂର୍ବରୁ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ଜିଲାପାଳ ଚଞ୍ଚଳ ରାଣାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଜମି ହଡ଼ପ ସଂକ୍ରାନ୍ତରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଅତିରିକ୍ତ ଜିଲାପାଳ ଏବଂ ଉପଜିଲାପାଳଙ୍କୁ ନେଇ ଦୁଇଜଣିଆ ତଦନ୍ତ କମିଟି ଗଠନ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଉକ୍ତ ରିପୋର୍ଟକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା। ଉକ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ତହସିଲଦାର ବାଗ ଏବଂ ଅତିରିକ୍ତ ତହସିଲଦାର ରାଉତ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ତହସିଲଦାର ବାଗ ଏବଂ ଅତିରିକ୍ତ ତହସିଲଦାରଙ୍କ ନିଳମ୍ବନ ପରେ ଏହି ଦୁଇ ଅଧିକାରୀଙ୍କ ଅଡୁଆ ବଢ଼ିଛି। ଏମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ଛୁଟିଦିନରେ ତହସିଲଦାର ବାଗଙ୍କ ଡିଜିଟାଲ ସିଗ୍‌ନେଚର, ଆଇଡି ଏବଂ ପାସ୍‌ୱାର୍ଡ ବ୍ୟବହାର କରାଯାଇ ଜଣେ ମୃତବ୍ୟକ୍ତିଙ୍କ ଦେଢ଼ ଏକର ଜମିକୁ ବିକ୍ରି କରାଯାଇଥିଲା। ଏପରିକି ସମ୍ପୃକ୍ତ ଜମିକେତ୍ରାଙ୍କୁ ପଟ୍ଟା ଦିଆଯାଇଥିବା ଅଭିଯୋଗ ହୋଇଥିଲା।
ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗ୍ରାମର ଅବଦୁଲ ଷାଣ୍ଢ ଗତ ଜୁନ୍‌ ୧୬ ତାରିଖରେ ସଦର ଥାନାରେ ତାଙ୍କ ବାପା ହର୍ଷ ଷାଣ୍ଢଙ୍କ ନଁାରେ ଦେଢ଼ ଏକର ଜମି ବିକ୍ରି କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ବଲାଙ୍ଗୀର ତହସିଲଦାର, ଅତିରିକ୍ତ ତହସିଲଦାର, ସବ୍‌ରେଜିଷ୍ଟାରଙ୍କ ସମେତ ୯ ଜଣଙ୍କ ବିରୋଧରେ ସେ ଅଭିଯୋଗ କରିଥିଲେ। ସଦର ଥାନା ପୋଲିସ ଏକ ମାମଲା(୨୪୯/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୨୦୦୫ ମସିହାରୁ ଜମି ମାଲିକ ହର୍ଷ ଷାଣ୍ଢଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ୱେ ତାଙ୍କ ନଁାରେ ଜଣେ ବ୍ୟକ୍ତିଙ୍କୁ ଠିଆ କରାଇ ୨୦୨୧ ଡିସେମ୍ବର ୧୧ରେ ସେଲଡିଡ୍‌ ତିଆରି କରାଯାଇଥିଲା। ଶିକାବେହେଙ୍ଗା ଗ୍ରାମର ଉତ୍ତମ ନାଗ ନାମକ ଜଣେ ବ୍ୟକ୍ତି ନିଜକୁ ହର୍ଷ ଷାଣ୍ଢ ଭାବେ ପରିଚୟ ଦେଇ ଏବଂ ଜାଲ କାଗଜପତ୍ର ଦେଇ ସବ୍‌ରେଜିଷ୍ଟ୍ରି ଅଫିସରେ ୫୦ ଡିସମିଲ ଜମିର ସେଲଡିଡ୍‌ରେ ଦସ୍ତଖତ କରିଥିଲେ। ବଲାଙ୍ଗୀର ଗୋପବନ୍ଧୁନଗରର ମାଧବ ପୃଷ୍ଟି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଲବଣୀ ପୃଷ୍ଟିଙ୍କ ନଁାରେ ଏହି ୫୦ ଡିସମିଲ ଜମି କିଣିଥିଲେ। ୨୦୨୨ ମାର୍ଚ୍ଚ ୩ ତାରିଖରେ ଏହି ସେଲଡିଡ୍‌ର ପାର୍ଚ୍ଚା କରାଯାଇଥିଲା। ତହସିଲ ଅଫିସରୁ ୫୦ ଡିସମିଲ ଜମିର ପାର୍ଚ୍ଚା ବାହାରିବା ପରିବର୍ତ୍ତେ ଲବଣୀ ପୃଷ୍ଟିଙ୍କ ନଁାରେ ୧.୪୯ ଏକର ଜମିର ପାର୍ଚ୍ଚା ତିଆରି ହୋଇଯାଇଥିଲା। ଏହି ଜମି କେଳେଙ୍କାରୀରେ ତହସିଲଦାର ବାଗଙ୍କ ଡିଜିଟାଲ ସିଗ୍‌ନେଚର, ଆଇଡି ଏବଂ ପାସ୍‌ୱାର୍ଡ ବ୍ୟବହାର କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଜମି କିଣିଥିବା ଲବଣୀ ପୃଷ୍ଟିଙ୍କ ସ୍ବାମୀ ମାଧବ ପୃଷ୍ଟି, ନକଲି ଜମି ମାଲିକ ସାଜିଥିବା ଉତ୍ତମ ନାଗ ଏବଂ ସାକ୍ଷୀ ହୋଇଥିବା ଦେବରାଜ ରାଉତ୍‌ଙ୍କୁ ପୋଲିସ ପୂର୍ବରୁ ଗିରଫ କରି ଜେଲକୁ ପଠାଇ ସାରିଛି। ବୁଧବାର ରେକର୍ଡ କିପର ମକରଧ୍ୱଜ କାଲସାଲଙ୍କୁ ଗିରଫ କରାଯିବା ପରେ ଏହି ଜମି ବିକ୍ରି ଘଟଣାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଆହୁରି କେତେକ ଅଧିକାରୀ ଓ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri