Posted inଫୁରସତ

ବଦଳୁଛି ଭୂଭାଗ, ବଢୁଛି ମରୁଭୂମି

ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍‌ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା ଭଳି ସମସ୍ୟା ଉପରେ ଆଲୋକପାତ କରାଯାଏ। ତେବେ ଏସବୁ ପରିବେଶଗତ ସମସ୍ୟାର ଗୋଟିଏ ଗୋଟିଏ ଛୋଟିଆ ଅଙ୍ଗ। ଏହାକୁ ବାଦ୍‌ଦେଲେ ଅନେକ ଗମ୍ଭୀର ସମସ୍ୟା ସବୁଜ ଗ୍ରହର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀ ଶୁଷ୍କ ହେବାରେ ଲାଗିଛି। ଏହା ଜାରି ରହିଲେ ଆଗାମୀ କିଛି ବର୍ଷ ଭିତରେ ସମଗ୍ର ପୃଥିବୀ ମରୁସ୍ଥଳରେ ପରିଣତ ହୋଇଯିବ ବୋଲି ବିଶେଷଜ୍ଞମାନେ ଯେଉଁ ଆଶଙ୍କା କରୁଛନ୍ତି, ତାହାକୁ ଏଡ଼ାଇ ଦିଆଯାଇ ନ ପାରେ।

ନୂଆଦିଲ୍ଲୀ: ବିଶ୍ୱର ଏକମାତ୍ର ଜୀବଜଗତ ତିଷ୍ଠି ରହିଥିବା ସବୁଜଗ୍ରହ ପୃଥିବୀର ଭବିଷ୍ୟତ କ’ଣ? ପୃଥିବୀ ଆୟୁ ଆଉ କେତେଦିନ? ପ୍ରାକୃତିକ ଆବାସରେ ମନୁଷ୍ୟର ମାତ୍ରାଧିକ ହସ୍ତକ୍ଷେପ ପୃଥିବୀରୁ ଜୀବଜଗତକୁ ଧ୍ୱଂସ କରିଦେବନି ତ? ଏବେ ଏଭଳି କିଛି ପ୍ରଶ୍ନ ମାଟି ମା’ ବିଷୟରେ ଭାବିବାକୁ ବାଧ୍ୟ କରିଛି। ଚିରହରିତ୍‌ ଜଙ୍ଗଲରେ ସୁରକ୍ଷା, ମାନବଜାତିର ସମୃଦ୍ଧ ସ୍ବାସ୍ଥ୍ୟ, ପରିବେଶର ସୁରକ୍ଷା ଏବଂ ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍‌ ୧୭ରେ ପାଳିତ ହୁଏ ମରୁସ୍ଥଳ ନିରୋଧ ଏବଂ ମରୁଡ଼ି ନିରାକରଣ ଦିବସ। ଏହିଦିନ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥାଏ।
ମାନବୀୟ କାର୍ଯ୍ୟକଳାପ ଯୋଗୁ ବଦଳୁଥିବା ଜଳବାୟୁ ପୃଥିବୀର ଜୀବନଚକ୍ରକୁ କଠିନ ମୋଡକୁ ନେଇ ଆସିଲାଣି। କେବଳ ଏତିକି ନୁହେଁ, ପରିବେଶକୁ ଏଭଳି ସ୍ଥିତିକୁ ନେଇ ଆସିଲାଣି, ଯେଉଁଠାରୁ ମୁକୁଳିବା ଏକପ୍ରକାର ଅସମ୍ଭବ। ଏହାକୁ ବୁଝିବା ଲାଗି ମରୁସ୍ଥଳୀକରଣ ପ୍ରକ୍ରିୟାକୁ ବୁଝିବା ନିହାତି ଜରୁରୀ। ମାନବଜାତିର ବିକାଶ ସହିତ ଭୂମିର ପ୍ରାକୃତିକ ପ୍ରକ୍ରିୟା ଶେଷ ହେବା ଆରମ୍ଭ କରିଛି। ନୂଆ ପ୍ରଜାତିର ବୃକ୍ଷଲତା ସୃଷ୍ଟି, ମୃତ୍ତିକା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହେଉଛି। ଜଙ୍ଗଲ ସମ୍ପଦର ହ୍ରାସ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ଅଧିକ ଶୁଷ୍କ କରିବା ସହିତ ମରୁସ୍ଥଳରେ ରୂପାନ୍ତରିତ କରିବାରେ ଲାଗିଛି। ଯଦିଓ ପ୍ରାକୃତିକ ଭାବେ ଏହା ଏକ ସୂକ୍ଷ୍ମ ପ୍ରକ୍ରିୟା, ତଥାପି ମାନବୀୟ ଗତିବିଧି ଏହାକୁ ଅଧିକ ତୀବ୍ର କରିଦେଇଛି।
ଭୂପୃଷ୍ଠରେ ମୃତ୍ତିକାର ପତଳାସ୍ତରଟିଏ ହେବା ଲାଗି ଲକ୍ଷାଧିକ ବର୍ଷ ଲାଗିଯାଏ। ଏହି ନୂଆ ମାଟି ଅଙ୍କୁରୋଦଗମ୍‌ ଲାଗି ବେଶ୍‌ ଉପଯୋଗୀ। ହେଲେ ଏହି ମାଟି ଥରେ ମରୁବାଲିରେ ରୂପାନ୍ତରିତ ହୋଇଗଲେ ତାହା ଫସଲ ଉତ୍ପାଦନ, ଗଛ ବଞ୍ଚତ୍ବା ଲାଗି ଅନୁପଯୋଗୀ ହୋଇଯାଏ। ଏହି କାରଣରୁ ପୃଥିବୀରେ ମରୁଭୂମିର ପରିସୀମା ବଢ଼ିବାରେ ଲାଗିଛି। ସେହିପରି ଜଙ୍ଗଲ ଓ ଚାଷ ଉପଯୋଗୀ ଜମିର ପରିମାଣ ମାତ୍ରାଧିକଭାବେ ହ୍ରାସ ପାଉଛି। ଭୂ-ପୃଷ୍ଠର ଉପରିଭାଗର ମୃତ୍ତିକାସ୍ତରକୁ ସୁରକ୍ଷା ଦେବା ଲାଗି ବିଶେଷଜ୍ଞମାନେ ଦୀର୍ଘଦିନ ହେଲା ଗୁରୁତ୍ୱାରୋପ କରି ଆସୁଛନ୍ତି। ପାଣିସ୍ରୋତରେ ମୃତ୍ତିକା ପ୍ରବାହ ରୋକିବା ଲାଗି ବ୍ୟାପକ ବନୀକରଣ, ପ୍ରାକୃତିକ ଉପାୟରେ ଉର୍ବରତା ବଜାୟ ରଖିବା ଲାଗି ଆନୁଷଙ୍ଗିକ ପଦକ୍ଷେପ, ସାର, କୀଟନାଶକ ଯଥାସମ୍ଭବ କମ୍‌ ବ୍ୟବହାର, ଭୂମି ଉପଯୋଗ ପଦ୍ଧତି ପରିବର୍ତ୍ତନ ଦ୍ୱାରା ମରୁସ୍ଥଳୀକରଣକୁ ଅନେକାଂଶରେ ପ୍ରତିହତ କରାଯାଇପାରିବ।
କରୋନା ମହାମାରୀ ସମୟରେ ବିଶ୍ୱ ଅର୍ଥନୀତି ବ୍ୟାପକମାତ୍ରାରେ ପ୍ରଭାବିତ ହୋଇଛି। ପୃଥିବୀର ଭୂମିରୂପ, ପରିବେଶକୁ ସଜାଡ଼ିବା ଲାଗି ଏହା ପ୍ରକୃଷ୍ଟ ସମୟ। ଏହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିପାରିବ। ଆର୍ଥିକସ୍ତରରେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଜାତିସଂଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।ଜାତିସଂଘ ପକ୍ଷରୁ ଆହୁରି କୁହାଯାଇଛି, ପୃଥିବୀରେ ଜୀବନ ସଞ୍ଚାରଠାରୁ ଅଦ୍ୟାବଧି କୋଟି କୋଟି ପ୍ରଜାତିର ଜୀବ ସୃଷ୍ଟି ହୋଇଛନ୍ତି। ସମୟ ଅନୁଯାୟୀ ସେମାନଙ୍କ ଭିତରୁ ଅନେକେ ଲୁପ୍ତ ହୋଇସାରିଲେଣି। ଏବେ ୮୦ ଲକ୍ଷ ପ୍ରଜାତି ଭିତରୁ ବିଭିନ୍ନ କାରଣରୁ ୧୦ ଲକ୍ଷ ପ୍ରଜାତି ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ସୁରକ୍ଷା ଦେବାକୁ ହେଲେ ୨୦୩୦ ସୁଦ୍ଧା ଅନୂ୍ୟନ ୮୦ କୋଟି ହେକ୍ଟର ଭୂଭାଗକୁ ସଜାଡ଼ିବା ସହିତ ଏହାକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରିବାକୁ ପଡ଼ିବ। ତା’ହେଲେ ପୃଥିବୀକୁ କିଛି ମାତ୍ରାରେ ସୁରକ୍ଷା ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri