ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି ଖୋଜାଚାଲିଛି। ଏନ୍‌ଟିପିସି ପକ୍ଷରୁ ଦେବଗଡ଼ ଓ ନବରଙ୍ଗପୁରରେ ପରମାଣୁ ଶକ୍ତି ପ୍ରକଳ୍ପ ଲାଗି ଅନୁଧ୍ୟାନ କରାଯାଉଛି ବୋଲି ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ବିଶାଳ ଦେବ କହିଛନ୍ତି। ଲୋକସେବା ଭବନରେ ମଙ୍ଗଳବାର ଇଣ୍ଡିଆନ୍‌ ଗ୍ରୀନ୍‌ ବିଲ୍‌ଡିଂ କାଉନ୍‌ସିଲ(ଆଇଜିବିସି) ସାର୍ଟିଫିକେଶନ ଓ ମିଡିଆ ଇଣ୍ଟରଆକ୍ସନ ଅବସରରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଏସିଏସ୍‌ ଦେବ କହିଛନ୍ତି, ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ପୂର୍ବରୁ ୪ଟି ସ୍ଥାନ ଚିହ୍ନଟ ହୋଇଥିଲା, ସେଥିରୁ ଦୁଇଟି ପ୍ରାଥମିକ ଅନୁଧ୍ୟାନ ବେଳେ ଉପଯୁକ୍ତ ନ ଥିବା ଜଣାପଡ଼ିଥିଲା। ଏନ୍‌ଟିପିସି ଓ ଏନ୍‌ପିସିଆଇଏଲ୍‌ ମିଳିତ ଭାବେ ଓଡ଼ିଶାରେ ୩,୨୦୦ ମେଗାୱାଟ୍‌ର ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ପ୍ରସ୍ତାବ ରଖିଛନ୍ତି। ତେବେ ପରମାଣୁ ପ୍ରକଳ୍ପରେ ସୁରକ୍ଷା ଓ ପରିବେଶ ସୁରକ୍ଷା ସହ କୌଣସି ସାଲିସ୍‌ କରାଯିବ ନାହିଁ। ରାଜ୍ୟର ବଢ଼ୁଥିବା ବିଦ୍ୟୁତ୍‌ ଚାହିଦାକୁ ପୂରଣ କରିବା ପାଇଁ ସ୍ବଚ୍ଛ ଶକ୍ତିର ବିଭିନ୍ନ ବିକଳ୍ପ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସରକାରଙ୍କୁ ମିଳିଥିବା ପ୍ରସ୍ତାବକୁ ନେଇ ଅନୁଧ୍ୟାନ କରାଯାଉଛି ବୋଲି ଏସିଏସ୍‌ କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ୍‌ ଚାହିଦାକୁ ଦୃଷ୍ଟିରେ ରଖି ସ୍ବଚ୍ଛ ଓ ଦୀର୍ଘମିଆଦୀ ଶକ୍ତି ଉତ୍ସ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପରମାଣୁ ଶକ୍ତି ଏ ଦିଗରେ ଏକ ବିକଳ୍ପ ହୋଇପାରେ। ତେବେ ଜନସାଧାରଣଙ୍କ ସୁରକ୍ଷା ସହ ପରିବେଶ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ୍‌ କରାଯିବନାହିଁ। ପ୍ରକଳ୍ପ ଆଗକୁ ବଢ଼ିଲେ ସମସ୍ତ ଆବଶ୍ୟକ ସୁରକ୍ଷା ମାନଦଣ୍ଡ ଓ ନିୟମାବଳୀ ପାଳନ କରାଯିବ।
ଗୋଟିଏପଟେ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସାରାଦେଶରେ ପରିଗଣିତ ହେଉଛି। ଓଡ଼ିଶା ବିଦ୍ୟୁତ୍‌ ଉପରେ ବିହାର ଓ କେରଳ ନିର୍ଭର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଦୀର୍ଘମିଆଦୀ ଶକ୍ତିର ଆବଶ୍ୟକତା ପୂରଣ ଓ ସ୍ବଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା ଦିଗରେ ପରମାଣୁ ଶକ୍ତି ପ୍ରକଳ୍ପ ଉପରେ ସରକାରଙ୍କ ଗୁରୁତ୍ୱକୁ ନେଇ ରାଜନୈତିକ ମହଲରେ ଏବେ କମ୍ପନ ସୃଷ୍ଟି ହୋଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri