ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ଜମିମାଲିକ ଦର୍ଶାଇ ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜମିକୁ ବିକ୍ରି କରିଦେଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରାୟ ଏକମାସ ହେଲା ଗଣମାଧ୍ୟମରେ ଏଥିନେଇ ଖବରପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶୁକ୍ରବାର ଏହାକୁ ନେଇ କଂଗ୍ରେସ ଦଳ ପ୍ରତିବାଦ କରି ମୁହଁ ଖୋଲିଛି। କଂଗ୍ରେସ ନେତାମାନେ ସରକାର ଓ ପ୍ରଶାସନକୁ କଡ଼ା ସମାଲୋଚନା କରିବା ସହ କାହା ଚାପରେ ପ୍ରଶାସନ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ହୋଇ ବସିରହିଛି ବୋଲି ପ୍ରଶ୍ନ କରିବା ସହ କେତେଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନକୁ ଜବାବ ମାଗିଛି। ଏପରିକି ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ରୋକଠୋକ୍‌ ଭାବରେ ଚେତାବନି ଦେଇଛନ୍ତି। କଂଗେସର ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା,ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ସମେତ ବହୁକର୍ମୀ ସବରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସି ସେଠାରେ ଉପସ୍ଥିତ ଥିବା ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଅଭିଯୋଗକୁ ନେଇ ଅତିରିକ୍ତ ଜିଲାପାଳ କହିଛନ୍ତି ଯେ ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଏଥିନେଇ ନୂତନଭାବେ ଯୋଗଦେଇଥିବା ସବରେଜିଷ୍ଟ୍ରାର ପ୍ରଫୁଲ୍ଲ କୁମାର ଛୁରାଙ୍କୁ ନିର୍ଦ୍ଦେଶ ଦେଇଛ। ଯଦି ଦରକାର ପଡ଼ିଲେ ଜିଲା ପ୍ରଶାସନସ୍ତରରୁ ମଧ୍ୟ ତଦନ୍ତ କରାଯିବ। ତଦନ୍ତ ପରେ ହିଁ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଣିଗାଁ ମୌଜାରେ ବଡ଼ବରଗାଁର ଦଣ୍ଡପାଟ ବାଉରିଦୋରା ପିତା ଦଣ୍ଡପାଟ କ୍ରିଷ୍ଣାମା ଦୋରାଙ୍କ ନାମରେ ଥିବା ଖାତାନଂ ୩୯୦ରେ ରହିଥିବା ଦୁଇଟି ପ୍ଲଟ୍‌ରେ ଥିବା ବିଲ ପ୍ଲଟନଂ ୩୦୬୨ ଓ ପ୍ଲଟ ନଂ ୩୦୬୩ ରହିଛ। ସେ ଗତ ୨୦୧୦ ମସିହା ଡିସେମ୍ବରରୁ ମୃତ୍ୟୁ ଘଟିଛି। ମାତ୍ର ତାଙ୍କର ଏହି ଜମିକୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାସିଙ୍ଗି ଗ୍ରାମର ପି.ମହେନ୍ଦ୍ର ଦୋରା ପିତା ପି.ରାମଚନ୍ଦ୍ର ଦୋରା ନାମକ ବ୍ୟକ୍ତି ନିଜର ଆଧାରକାର୍ଡକୁ ଜାଲିଆତି କରି ଦଣ୍ଡପାଟ ବାଉରିଦୋରାଙ୍କ ନାମରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରାଇ କବିସୂର୍ଯ୍ୟନଗର ଥାନା ବଡଖରିଡ଼ା ପଞ୍ଚାୟତ ବୀରଜଗନ୍ନାଥପୁର ଗ୍ରାମର ଭାଗ୍ୟଲତା ମହାପାତ୍ରଙ୍କୁ ଗତ ଜୁନ୍‌ମାସରେ ଜମିଟିକୁ ବିକ୍ରି କରି ଦେଇଛନ୍ତି। ଏହି ନକଲି ଜମିମାଲିକଙ୍କ ସମେତ ପୁରୁଷୋତ୍ତମପୁର ଗଡ଼ସାହିର କେଶାର୍ପୁ ଆମୋଜିଆମ୍ମା ଦୋରା ସ୍ବାମୀ କେଶାର୍ପୁ ରଘୁନାଥ ଦୋରା, କେଶାର୍ପୁ ନିଶାରାଣୀ ଦୋରା, ସ୍ବାମୀ କେଶାର୍ପୁ ଲକ୍ଷ୍ମୀନାରାୟଣ ଦୋରା, କେଶାର୍ପୁ ଶ୍ରୀରାମ ଦୋରା ପିତା କେଶାର୍ପୁ ଲକ୍ଷ୍ମୀନାରାୟଣ ଦୋରା ପ୍ରମୁଖ ଏହି ଜମିରେ ବିକ୍ରେତା ଭାବରେ ରହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri