ଜମିଜମା ସମସ୍ୟା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବାଧକ

ଜଗତ୍‌ସିଂହପୁର ଅଫିସ, ୯ା୧୧: ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ଅର୍ଥାତ୍‌ ସବୁଠି ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କରିବାରେ ସରକାର ବିଫଳ ହେଉଛନ୍ତି। ଜିଲାରେ ୨୮୯ କେନ୍ଦ୍ରରେ ବିଲ୍ଡିଂ ନିର୍ମାଣାଧୀଥିବା ବେଳେ ୪୮୦ଟି ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନାହିଁ। ସେହିପରି ୧୧୭ କାର୍ଯ୍ୟାଦେଶ ଦିଆଯାଇ ନ ଥିବାବେଳେ ୨୧୭ଟି କାର୍ଯ୍ୟ ଆରମ୍ଭ ହେବାକୁ ନାହିଁ। ସରକାର ଅନୁଦାନ ଦେଉଥିବାବେଳେ ଏହାର ବିନିଯୋଗରେ ଯଥେଷ୍ଟ ବିଳମ୍ବ ଜନ ଅସନ୍ତୋଷର କାରଣ ହୋଇଛି । ଧରିତ୍ରୀରେ ଗତ ଅକ୍ଟୋବର ୧୮ରେ ପ୍ରକାଶିତ ଏହି ଖବରର ଗୁରୁତ୍ୱ ଜିଲା ଯୋଜନା କମିଟି ସମୀକ୍ଷା ବୈଠକରେ ପ୍ରତିଫଳିତ ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜିଲାପାଳ ପାରୁଲ ପଟୱାରୀ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବକୁ ସ୍ବୀକାର କରିବା ସହ ଏହି ସମସ୍ୟାଗୁଡିକର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ଜମିଜମା ସମସ୍ୟା ବାଧକ ସାଜିଛି। ଏହାର ସମାଧାନ ପାଇଁ ତହସିଲଦାରମାନେ ବିଶେଷ ଦାୟିତ୍ୱବାନ ହୋଇ ପଦକ୍ଷେପ ନିଅନ୍ତୁ। ଏହାବାଦ୍‌ ମିଶ୍ରଣ ହୋଇଥିବା ବିଦ୍ୟାଳୟଗୁଡିକର ଖାଲି ବିଲ୍ଡିଂରେ ଅଙ୍ଗନୱାଡି କେନ୍ଦ୍ର ଚାଲୁ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ଜଗତ୍‌ସିଂହପୁର ଜିଲାର ଗାରିମା ବଖାଣିଥିଲେ। ସେ କହିଥିଲେ ଜଗତ୍‌ସିଂହପୁର ଏକ ସଂସ୍କୃତି ସମ୍ପନ୍ନ ଜିଲା। ଏ ଜିଲାର ଅଧିକାଂଶ ଲୋକ କୃଷି, ପ୍ରାଣୀପାଳନ ଓ ବାଣିଜ୍ୟ ଉପରେ ନିର୍ଭର କରନ୍ତି। ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ପ୍ରାଣୀପାଳନ, ଗମନାଗମନ, ମହିଳା ଓ ଶିଶୁ ବିକାଶର ଉନ୍ନତି ପାଇଁ ସମସ୍ତ ସଦସ୍ୟ ଯାହା ମତାମତ ଦେବେ ତାହାକୁ ଜିଲାର ବାର୍ଷିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ତା’ପରେ ଅନୁମୋଦନ ଲାଭ କରିବ। ବୈଠକରେ ପୂର୍ବ ଯୋଜନା କମିଟି ନିଷ୍ପତ୍ତି ଅନୁଯାୟୀ ଯେଉଁ ପ୍ରକଳ୍ପମାନ ଅନୁମୋଦନ ଲାଭ କରିଥିଲା ତାର ଅଗ୍ରଗତି ବିଶେଷକରି ବାକି କାମ ସାରିବା ଉପରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଜିଲାରେ କେତେ ଜଳସେଚିତ ଓ ଅଣଜଳସେଚିତ ଜମି ରହିଛି ତା ଉପରେ ସମୀକ୍ଷା ହୋଇଥିଲା । କୃଷି ଓ ଜଳ ସମ୍ପଦ ବିଭାଗ ମିଳିତ ବୈଠକ କରି ସମସ୍ତ ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଉଭୟ ବିଭାଗକୁ ପରାମର୍ଶ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ସୂଚନା ଦେଇଥିଲେ। ଏହି ସମୟରେ ମନ୍ତ୍ରୀ ଗାଁ ପରିମଳ ଉପରେ ଗୁରୁତ୍ୱ ଦେଇ ଜିକେଏସ୍‌ ଅର୍ଥରେ ଖତଗଡିଆ, ଦଳଗଡିଆ ଆଦିକୁ ସଫା କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଶ୍ରମିକମାନଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏମ୍‌ପି ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲା ପରିଷଦ ସଭାପତି ମନୋଜ ଭୋଇ ଓ ଜିଲା ଯୋଜନା କମିଟି ଏକ୍ସପଟ କମିଟି ସଭ୍ୟ ଶାରଦା ପ୍ରସାଦ ଜେନା ପ୍ରମୁଖ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପାରାଦୀପରେ ଥିବା ଶିଳ୍ପ ସଂସ୍ଥାଗୁଡିକରେ ବାହାର ରାଜ୍ୟର ଅଧିକ ଶ୍ରମିକ କାମ କରୁଛନ୍ତି। ସେସବୁ ସଂସ୍ଥାରେ ଜିଲାର ଶ୍ରମିକଙ୍କୁ ଅଧିକ ସଂଖ୍ୟାରେ ଅନ୍ତର୍ଭୁକ୍ତ କରିବା ଉପରେ ମତ ପ୍ରକାଶ ପାଇଥିଲା। ବୈଠକରେ କୃଷି, ସ୍ବାସ୍ଥ୍ୟ, ମତ୍ସ୍ୟ ସମ୍ପଦ, ଜଳସମ୍ପଦ, ଉଠା ଜଳସେଚନ, ଶ୍ରମ ଓ ନିୟୋଜନ, ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଶେଷରେ ଯୋଜନା ସହକାରୀ ନିର୍ଦ୍ଦେଶିକା ରେଖା ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri