ଜମିଜମା ସମସ୍ୟା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବାଧକ

ଜଗତ୍‌ସିଂହପୁର ଅଫିସ, ୯ା୧୧: ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ଅର୍ଥାତ୍‌ ସବୁଠି ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କରିବାରେ ସରକାର ବିଫଳ ହେଉଛନ୍ତି। ଜିଲାରେ ୨୮୯ କେନ୍ଦ୍ରରେ ବିଲ୍ଡିଂ ନିର୍ମାଣାଧୀଥିବା ବେଳେ ୪୮୦ଟି ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନାହିଁ। ସେହିପରି ୧୧୭ କାର୍ଯ୍ୟାଦେଶ ଦିଆଯାଇ ନ ଥିବାବେଳେ ୨୧୭ଟି କାର୍ଯ୍ୟ ଆରମ୍ଭ ହେବାକୁ ନାହିଁ। ସରକାର ଅନୁଦାନ ଦେଉଥିବାବେଳେ ଏହାର ବିନିଯୋଗରେ ଯଥେଷ୍ଟ ବିଳମ୍ବ ଜନ ଅସନ୍ତୋଷର କାରଣ ହୋଇଛି । ଧରିତ୍ରୀରେ ଗତ ଅକ୍ଟୋବର ୧୮ରେ ପ୍ରକାଶିତ ଏହି ଖବରର ଗୁରୁତ୍ୱ ଜିଲା ଯୋଜନା କମିଟି ସମୀକ୍ଷା ବୈଠକରେ ପ୍ରତିଫଳିତ ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜିଲାପାଳ ପାରୁଲ ପଟୱାରୀ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବକୁ ସ୍ବୀକାର କରିବା ସହ ଏହି ସମସ୍ୟାଗୁଡିକର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ଜମିଜମା ସମସ୍ୟା ବାଧକ ସାଜିଛି। ଏହାର ସମାଧାନ ପାଇଁ ତହସିଲଦାରମାନେ ବିଶେଷ ଦାୟିତ୍ୱବାନ ହୋଇ ପଦକ୍ଷେପ ନିଅନ୍ତୁ। ଏହାବାଦ୍‌ ମିଶ୍ରଣ ହୋଇଥିବା ବିଦ୍ୟାଳୟଗୁଡିକର ଖାଲି ବିଲ୍ଡିଂରେ ଅଙ୍ଗନୱାଡି କେନ୍ଦ୍ର ଚାଲୁ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ଜଗତ୍‌ସିଂହପୁର ଜିଲାର ଗାରିମା ବଖାଣିଥିଲେ। ସେ କହିଥିଲେ ଜଗତ୍‌ସିଂହପୁର ଏକ ସଂସ୍କୃତି ସମ୍ପନ୍ନ ଜିଲା। ଏ ଜିଲାର ଅଧିକାଂଶ ଲୋକ କୃଷି, ପ୍ରାଣୀପାଳନ ଓ ବାଣିଜ୍ୟ ଉପରେ ନିର୍ଭର କରନ୍ତି। ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ପ୍ରାଣୀପାଳନ, ଗମନାଗମନ, ମହିଳା ଓ ଶିଶୁ ବିକାଶର ଉନ୍ନତି ପାଇଁ ସମସ୍ତ ସଦସ୍ୟ ଯାହା ମତାମତ ଦେବେ ତାହାକୁ ଜିଲାର ବାର୍ଷିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ତା’ପରେ ଅନୁମୋଦନ ଲାଭ କରିବ। ବୈଠକରେ ପୂର୍ବ ଯୋଜନା କମିଟି ନିଷ୍ପତ୍ତି ଅନୁଯାୟୀ ଯେଉଁ ପ୍ରକଳ୍ପମାନ ଅନୁମୋଦନ ଲାଭ କରିଥିଲା ତାର ଅଗ୍ରଗତି ବିଶେଷକରି ବାକି କାମ ସାରିବା ଉପରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଜିଲାରେ କେତେ ଜଳସେଚିତ ଓ ଅଣଜଳସେଚିତ ଜମି ରହିଛି ତା ଉପରେ ସମୀକ୍ଷା ହୋଇଥିଲା । କୃଷି ଓ ଜଳ ସମ୍ପଦ ବିଭାଗ ମିଳିତ ବୈଠକ କରି ସମସ୍ତ ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଉଭୟ ବିଭାଗକୁ ପରାମର୍ଶ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ସୂଚନା ଦେଇଥିଲେ। ଏହି ସମୟରେ ମନ୍ତ୍ରୀ ଗାଁ ପରିମଳ ଉପରେ ଗୁରୁତ୍ୱ ଦେଇ ଜିକେଏସ୍‌ ଅର୍ଥରେ ଖତଗଡିଆ, ଦଳଗଡିଆ ଆଦିକୁ ସଫା କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଶ୍ରମିକମାନଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏମ୍‌ପି ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲା ପରିଷଦ ସଭାପତି ମନୋଜ ଭୋଇ ଓ ଜିଲା ଯୋଜନା କମିଟି ଏକ୍ସପଟ କମିଟି ସଭ୍ୟ ଶାରଦା ପ୍ରସାଦ ଜେନା ପ୍ରମୁଖ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପାରାଦୀପରେ ଥିବା ଶିଳ୍ପ ସଂସ୍ଥାଗୁଡିକରେ ବାହାର ରାଜ୍ୟର ଅଧିକ ଶ୍ରମିକ କାମ କରୁଛନ୍ତି। ସେସବୁ ସଂସ୍ଥାରେ ଜିଲାର ଶ୍ରମିକଙ୍କୁ ଅଧିକ ସଂଖ୍ୟାରେ ଅନ୍ତର୍ଭୁକ୍ତ କରିବା ଉପରେ ମତ ପ୍ରକାଶ ପାଇଥିଲା। ବୈଠକରେ କୃଷି, ସ୍ବାସ୍ଥ୍ୟ, ମତ୍ସ୍ୟ ସମ୍ପଦ, ଜଳସମ୍ପଦ, ଉଠା ଜଳସେଚନ, ଶ୍ରମ ଓ ନିୟୋଜନ, ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଶେଷରେ ଯୋଜନା ସହକାରୀ ନିର୍ଦ୍ଦେଶିକା ରେଖା ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri