ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ରାଉରକେଲା ଅଫିସ,୨୮ା୧: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଲ୍ୟାମ୍ପ୍ସ ଏମ୍‌ଡି ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ପରୀକ୍ଷିତଙ୍କ ପୈତୃକ ଘର, ରାଜଗାଙ୍ଗପୁରସ୍ଥିତ ଘରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ ଟିମ୍‌। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି। ତଦନ୍ତ ପରେ ସମ୍ପତ୍ତି ଆକଳନ କରାଯିବ ବୋଲି କହିଛି ଟିମ୍‌।