ଶ୍ରୀଲଙ୍କାରେ ହାହାକାର, ଚାଉଳ କିଲୋ ହେବ ୫୦୦ ଟଙ୍କା…

କଲମ୍ବୋ, ୭।୬ : ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀକୁ ନେଇ ହାହାକାର ସୃଷ୍ଟି ହୋଇଛି। ଏବେ ଶ୍ରୀଲଙ୍କାରେ ଏକ କିଲୋଗ୍ରାମ ଚାଉଳର ଦାମ ୫୦୦ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସ୍ଥାନୀୟ ମିଲ ମାଲିକମାନଙ୍କ ଅନୁସାରେ ଏକ କିଲୋଗ୍ରାମ ଚାଉଳର ଦାମ୍‌ ଖୁବ୍‌ ଶୀଘ୍ର ୫୦୦ ଟଙ୍କା ଛୁଇଁବାର ଆଶଙ୍କା ରହିଛି।

ବର୍ତ୍ତମାନ ଶ୍ରୀଲଙ୍କାରେ ଭଡାପାଥୁ କିସମର ଏକ କିଲୋଗ୍ରାମ ଚାଉଳ ଦାମ ୨୦୦ ଟଙ୍କା ରହିଛି। ବର୍ତ୍ତମାନ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ସ୍ତର ଚଳିତ ବର୍ଷ ଜାନୁୟାରୀ ଠାରୁ ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ତେଣୁ, ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ।

ପରିସ୍ଥିତି ଏପରି ଯେ ଗରିବଙ୍କ ବଞ୍ଚିବା ପାଇଁ ବ୍ୟବହୃତ ଗହମ ଏବଂ ଚାଉଳ ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟ ଲଗାତାର ବଢ଼ିବାରେ ଲାଗିଛି। ଶ୍ରୀଲଙ୍କାରେ ଗହମର ଦାମ୍‌ ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ବଢୁୁଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅଧିକାଂଶ ଦୋକାନୀ ଗହମ ଅର୍ଡର ଏବଂ ବିକ୍ରୟ ବନ୍ଦକରି ଦେଇଛନ୍ତି। ସ୍ଥାନୀୟ ଦୋକାନୀମାନେ କହିଛନ୍ତି ଯେ ଏହି ସମୟରେ ଶ୍ରୀଲଙ୍କାରେ ଚାଉଳ ତୁଳନାରେ ଗହମର ମୂଲ୍ୟ ବୃଦ୍ଧି ଯୋଗୁ ସେମାନେ ଗହମ ଅର୍ଡର କରିଥିଲେ। ଏବେ ସେମାନଙ୍କ ଦୋକାନ ମଧ୍ୟ ବନ୍ଦ ହେବାକୁ ଯାଉଛି।

ସୂଚନାଯୋଗ୍ୟ,ଶ୍ରୀଲଙ୍କାର ସଙ୍କଟ ସମୟରେ ଭାରତ ଲଗାତାର ସହାୟତା ଯୋଗାଣ ଜାରି ରଖିଛି।

 


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?