Posted inଜାତୀୟ

ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ନିଜ ହାତରେ ରୋଷେଇ କରି ଖୁଆଇବେ ମୁଖ୍ୟମନ୍ତ୍ରୀ

ଜଳନ୍ଧର,୮।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ଅଲିମ୍ପିକ ପଦକ ବିଜେତାମାନଙ୍କୁ ବୁଧବାର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ରାତ୍ରୀ ଭୋଜନ ପାଇଁ ପଟିଆଲାର ପାରମ୍ପାରିକ ଖାଦ୍ୟ ପୁଲାଓ, ମେଣ୍ଢା ମାଂସ, ଚିକେନ, ଆଳୁ ଏବଂ ମିଠା ପୁଲାଓ ଭଳି ସମସ୍ତ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବେ ନିଜେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ପଞ୍ଜାବର ଅଲିମ୍ପିକ ପଦକ ବିଜେତା କ୍ରୀଡ଼ାବିତ୍‌ (ଏବଂ ନୀରଜ ଚୋପ୍ରା) କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ କ୍ୟାପଟେନ ଅମରିନ୍ଦର ସିଂ ନିଜେ ରୋଷେଇ କରି ଖେଳାଳିଙ୍କୁ ଖୁଆଇବେ। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରେଭେନ ଥୁକ୍ରାଲ ଟୁଇଟ୍‌ କରିଛନ୍ତି।
କ୍ୟାପଟେନ ଅମରିନ୍ଦର ସିଂ ଜଣେ ଭଲ ରୋଷେୟା। ଗତ ମାସରେ ପଞ୍ଜାବରେ ଟୋକିଓ ଅଲିମ୍ପିକ୍ସର ବିଜେତାମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ୟାପଟେନ ଅମରିନ୍ଦର ସିଂ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ସମସ୍ତ ଖେଳାଳିଙ୍କୁ ନିଜ ହାତରନ୍ଧା ଖାଦ୍ୟ ଯୋଗାଇ ଦେବେ। ମୁଁ ଖାଦ୍ୟକୁ ବହୁତ ପସନ୍ଦ କରେ ନାହିଁ କିନ୍ତୁ ରୋଷେଇ କରିବାକୁ ଭଲ ପାଏ। ମୁଁ ତୁମ ସମସ୍ତଙ୍କ ପାଇଁ ରୋଷେଇ କରିବି ଏବଂ ସମସ୍ତ ପଦକ ବିଜେତାଙ୍କୁ ପଞ୍ଜାବ ସରକାର ଚାକିରି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଜାବରେ ଖେଳାଳିଙ୍କ ନାମରେ ସ୍କୁଲ ଏବଂ ରାସ୍ତା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାଲେଶ୍ୱର,୧୯।୨: ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ ଟ୍ରକ୍…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri