Posted inଜାତୀୟ

ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯାଇଛନ୍ତି ଲାଲୁ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଉତ୍ତମ ନଗର ଆସନରୁ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଥିବା ନରେଶ ବଲିଆନ ମଧ୍ୟ ଲାଲୁଙ୍କୁ ନେଇ ଏକ ଟୁଇଟ କରିଛନ୍ତି। ତାଙ୍କୁ ମିଳିଥିବା ଦଣ୍ଡାଦେଶକୁ ନେଇ ନରେଶ ଟୁଇଟରରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଲାଲୁଙ୍କ ଝିଅ ରାଜ ଲକ୍ଷ୍ମୀ ଯାଦବ ନରେଶଙ୍କ ଉପରେ ବର୍ଷିଛନ୍ତି। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଡୋରଣ୍ଡା ଟ୍ରେଜେରୀ ମାମଲାରେ କୋର୍ଟ ଲାଲୁଙ୍କୁ ସୋମବାର ଦଣ୍ଡାଦେଶ କରିଛନ୍ତି। ଏଥିସହ ସିବିଆଇର ସ୍ବତନ୍ତ୍ର କୋର୍ଟ ଲାଲୁଙ୍କ ଉପରେ ୬୦ଲକ୍ଷ ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ପ୍ରସଙ୍ଗରେ ଏଏପି ବିଧାୟକ ନରେଶ ବଲିଆନ ଲାଲୁଙ୍କୁ ନେଇ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଗୋଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ୫ବର୍ଷ ଜେଲ୍‌ ଓ ୬୦ଲକ୍ଷ ଟଙ୍କା ଜରିମାନା ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ଜେଲ୍‌ରେ ଲାଲୁ ସୁସ୍ଥ ରୁହନ୍ତୁ, ଏହାହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା। ଏଥିସହ ଲାଲୁଙ୍କଠାରୁ କିଛି ଶିଖିବାକୁ ନରେଶ ଅନ୍ୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନୀରିହ ପଶୁଙ୍କ ଖାଦ୍ୟ ଖାଆନ୍ତୁ ନାହିଁ। ଅନ୍ୟପଟେ ଦଣ୍ଡାଦେଶ ପରେ ଲାଲୁ ମଧ୍ୟ ଏକ ଟୁଇଟ କରିଛନ୍ତି। ତେବେ ଲାଲୁଙ୍କ ଏହି ଟୁଇଟରେ ରିଟୁଇଟ କରି ନରେଶ ଲେଖିଛନ୍ତି, ସ୍ବାଧୀନତା ଆନ୍ଦୋଳନରେ ନୁହେଁ, ନୀରିହ ପଶୁଙ୍କ ଖାଦ୍ୟ ଖାଇ ଜେଲ୍‌ ଯାଇଛ। ଡ୍ରାମା ବନ୍ଦ କର, ଆପଣଙ୍କ ଭଳି ଭ୍ରଷ୍ଟାଚାର ରାଜନେତାଙ୍କ ଲାଗି ବିହାର ବଦ୍‌ନାମ ହୋଇଛି। ତେବେ ନରେଶଙ୍କ ଏଭଳି ମନ୍ତବ୍ୟ ଉପରେ ରାଜ ଲକ୍ଷ୍ମୀ ମଧ୍ୟ ରିଟୁଇଟ କରି ଲେଖିଛନ୍ତି, ସତରେ ଏହା କ’ଣ ଆପଣଙ୍କ କାମ। ଅରବିନ୍ଦ କେଜ୍ରିଓ୍ବାଲ ଆପଣ ଭଳି ବିଧାୟକଙ୍କୁ କିଭଳି ସହ୍ୟ କରିଛନ୍ତି। ଏଭଳି କରିବାକୁ ଆପଣଙ୍କୁ କେତେ ଟଙ୍କା ମିଳେ, ପ୍ରଥମେ ଦେଶ ପାଇଁ କିଛି କର ବୋଲି କହି ନରେଶଙ୍କ ଉପରେ ବର୍ଷିଛନ୍ତି ରାଜ ଲକ୍ଷ୍ମୀ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri