ଲାଲ୍‌କିଲ୍ଲା

ନୂଆଦିଲ୍ଲୀର ମଧ୍ୟଭାଗରେ ରହିଛି ପ୍ରସିଦ୍ଧ ଐତିହାସିକ ସ୍ଥାପତ୍ୟ ଲାଲ୍‌କିଲ୍ଲା, ଯାହାକି ମୋଗଲ ସମ୍ରାଟ୍‌ ଶାହାଜାହାନଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ବର୍ତ୍ତମାନ ଏହା ଭାରତର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଲାଭ କରିଛି। ତେବେ ଜାଣିବା ଏହା ସମ୍ପର୍କରେ କେତେକ ରୋଚକ ତଥ୍ୟ…
ଲାଲ୍‌କିଲ୍ଲାର ନାମ ଏପରି ରଖାଯିବାର କାରଣ ଏହାର ରଙ୍ଗ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାସ୍ତବରେ ଏହା ଧଳାରଙ୍ଗର ପଥର ବା ଚୂନ ପଥରରେ ନିର୍ମାଣ କରାଯାଇଥିଲା। କେବଳ ଏହାର ଚତୁଃପାର୍ଶ୍ୱରେ ଥିବା ସୁଉଚ୍ଚ ପାଚେରୀ ଲାଲ୍‌ ପଥର ଏବଂ ଇଟାରେ ନିର୍ମାଣ କରାଯାଇଥିବାରୁ ବ୍ରିଟିଶରମାନେ ଏହାକୁ ରେଡ୍‌ ଫୋର୍ଟ ବୋଲି ନାମକରଣ କରିଥିଲେ। ପ୍ରଥମେ ଏହାକୁ କିଲ୍ଲା-ଏ-ମୁବାରକ୍‌ କୁହାଯାଉଥିଲା। କ୍ରମଶଃ ସେଠାକାର ବାସିନ୍ଦା ଏହାକୁ ଲାଲ୍‌କିଲ୍ଲା କହିଲେ, ଯାହାକି ତାହାର ପରିଚୟ ପାଲଟିଗଲା।
ଶାହାଜାହାନ ନିଜ ସାମ୍ରାଜ୍ୟର ରାଜଧାନୀ ଆଗ୍ରାଠାରୁ ଦିଲୀକୁ ସ୍ଥାନାନ୍ତରିତ କରିବା ଲାଗି ଲାଲ୍‌କିଲ୍ଲା ନିର୍ମାଣ କରାଇଥିଲେ। ତେବେ ଏହା ସମ୍ପୂର୍ଣ୍ଣ ହେବା ଲାଗି ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା। ଏହାକୁ ଉସ୍ତାଦ ହମିଦ୍‌ ଏବଂ ଉସ୍ତାଦ ଅହମଦ୍‌ ଡିଜାଇନ୍‌ କରିଥିଲେ।
ଏହାର ମୁଖ୍ୟଦ୍ୱାରକୁ ଲାହୋର ଗେଟ୍‌ ମଧ୍ୟ କୁହାଯାଏ।
ଏହା ମଧ୍ୟରେ ଥିବା ଖାସ୍‌ ମହଲରେ ସମ୍ରାଟ୍‌ଙ୍କ ରାଣୀମାନେ ଏବଂ ସେମାନଙ୍କ ଦାସୀ ରୁହନ୍ତି। ଉକ୍ତ ସ୍ଥାନକୁ କେବଳ ସମ୍ରାଟ୍‌ ଯାଇ ପାରୁଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିଷିଦ୍ଧ।
ଦେଶର ପ୍ରଥମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲାଲ୍‌କିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ସେହିଠାରେ ହିଁ ପତାକା ଉତ୍ତୋଳନ ହୋଇ ଆସୁଅଛି।
ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ମୋଗଲ ଶାସକମାନେ ଏଠାରେ ରହିବା ପରେ ୧୮୫୭ କ୍ରାନ୍ତି ପରେ ବ୍ରିଟିଶ୍‌ମାନେ ଏହାକୁ ଅଧିକାର କରିବା ସହ ଏହାକୁ ଅନେକ କ୍ଷତି ମଧ୍ୟ ପହଞ୍ଚାଇଥିଲେ।
କୋହିନୂର ହୀରା ପ୍ରଥମେ ଲାଲ୍‌କିଲ୍ଲାର ଦିଓ୍ବାନେ ଖାସ୍‌ରେ ଥିବା ଶାହାଜାହାନଙ୍କ ସିଂହାସନରେ ସଜ୍ଜିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନାଦିର ଶାହାଙ୍କ ଦ୍ୱାରା ଚୋରି ହୋଇଯାଇଥିଲା।
୨୦୦୭ ମସିହାରେ ୟୁନେସ୍କୋ ଦ୍ୱାରା ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ରେ ଏହା ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri