ଅଲଗା ହେଲେ ସୁସ୍ମିତା-ଲଳିତ!

ମୁମ୍ବାଇ: ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ନାୟିକା ସୁସ୍ମିତା ସେନ ଓ ଲଳିତ ମୋଦି । ଦୁଇ ମାସ ପୂର୍ବେ ଏମାନେ ରିଲେସନଶିପରେ ଥିବା ବେଳେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ଏହାପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିଲା । ସେ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି ଲଳିତ ସ୍ୱୀକାର କରିବା ସହ ସେସିଆଲ ମିଡିଆରେ ଉଭୟଙ୍କର କିଛି ରୋମାଣ୍ଟିକ ଫଟୋ ବି ଶେୟାର କରିଥିଲେ । ଆଉ ସେସବୁ ଫଟୋ ଆଜି ପର୍ଯ୍ୟନ୍ତ ବି ଚର୍ଚ୍ଚାରେ ରହିଛି । ତା’ ମଧ୍ୟରେ ଏମିତିବି କିଛି ଫଟୋ ଥିଲା ଯେଉଁଥିରେ ଉଭୟ ଖୁବ୍ ନିକଟତର ହେବା ସହ ପରସ୍ପରପ୍ରତି ଥିବା ଭଲପାଇବା ବି ଦେଖିବାକୁ ମିଳିଥିଲା । ଏସବୁ ପରେ ଏବେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇ ଯାଇଥିବା ଖବର ଆସୁଛି । ଆଉ ଏହା ପ୍ରଥମେ ଜଣାପଡିଛି ଲଳିତ ମୋଦିଙ୍କ ଟୁଇଟର ଆକାଉଣ୍ଟ ଜରିଆରେ । ଲଳିତ ମୋଦି ତାଙ୍କ ଟୁଇଟର ଆକାଉଣ୍ଟରେ ବଡ ପରିବର୍ତ୍ତନ କରିଛନ୍ତି । ଆଉ ଏଥିରୁ ଜଣାପଡିଛି ସସ୍ମିତା-ଲଳିତ ଅଲଗା ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଲଳିତ ମୋଦି ତାଙ୍କ ଇନଷ୍ଟାଗ୍ରାମରେ ସୁସ୍ମିତାଙ୍କ ସହ ତାଙ୍କର କିଛି ଫଟୋ ଶେୟାର କରିଥିଲେ । ଏହାସହ ଉଭୟ ରିଲେସନଶିପରେ ଥିବା ବି କହିଥିଲେ । ଏହାସହ ସୁସ୍ମିତାଙ୍କ ପାଇଁ ଏକ ଲମ୍ବା ଚଉଡା ପୋଷ୍ଟ ବାୟୋରେ ଲେଖିଥିଲେ ଲଳିତ ମୋଦି । ହେଲେ ଏବେ ଲଳିତ ମୋଦି ଏଥିରେ ବଡ ପରିବର୍ତ୍ତନ କରିଛନ୍ତି । ଲଳିତ ଏବେ ଇନଷ୍ଟାଗ୍ରାମରେ ବାୟୋ’ର ଫଟୋ ବଦଳାଇ ଦେଇଛନ୍ତି । ଏହାସହ ବାୟୋରେ ସେ ସୁସ୍କିତା ସେନଙ୍କ ନାଁରେ ଯେଉଁ ପୋଷ୍ଟ ଲେଖିଥିଲେ ତାକୁ ହଟାଇ ଦେଇଛନ୍ତି । ଏସବୁ ଦେଖିବା ପରେ ଏବେ ଉଭୟଙ୍କ ବ୍ରେକଅପ ଷ୍ଟୋରିକୁ ନେଇ ଚର୍ଚ୍ଚା ହେଲାଣି । ତେବେ ଲଳିତ ମୋଦିଙ୍କ ସୁସ୍ମିତାଙ୍କ ସହ ଥିବା ରିଲେସନଶିପକୁ ସ୍ୱୀକାର କରିବା ସମୟରେ କହିଥିଲେ ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରୁଛି । ଏହାକୁ ନେଇ ସେ ଆକ୍ଟ୍ରେସଙ୍କୁ ପାର୍ଟନର ଇନ୍ କ୍ରାଇମ ବୋଲି କହିଥିଲା । ଏବେ ଅନୁମାନ କରାଯାଉଛି କି ଉଭୟଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିଛି । ପୂର୍ବରୁ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଏଇଥିପାଇଁ ହୋଇଥିଲା କି ସୁସ୍ମିତା ଲଳିତ ମୋଦିଙ୍କଠାରୁ ୧୨ ବର୍ଷ ସାନ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri