ନୂଆ ରୂପରେ ଲାଲଚାନ୍ଦ୍‌ ମାଷ୍ଟରକ୍ୟାଣ୍ଟିନ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୦।୯(ଅଭୟ ଦାଶ): ପୂର୍ବ ଭାରତର ବୃହତ୍ତମ ତଥା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲର୍ସର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଆଉଟଲେଟ(ଶୋ’ରୁମ୍‌) ନୂଆ ରୂପରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହଂସ ପରିବାରର ବୟୋଜ୍ୟୋଷ୍ଠ ତଥା ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ଜ୍ୟୋଷ୍ଠଭ୍ରାତା ଶ୍ୟାମ ସୁନ୍ଦର ହଂସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ସମେତ ଓଡ଼ିଆ ସିନେ ତାରକା କୁନା ତ୍ରିପାଠୀ, ଆକାଶ ଦାସ ନାୟକ, ଭୂମିକା ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଗଣେଶ ଚତୁର୍ଥୀ ଅବସରରେ ଶୋ’ରୁମ୍‌ର ପଛପାର୍ଶ୍ୱରେ ପର୍ଯ୍ୟାପ୍ତ ପାର୍କିଂ ସୁବିଧା ସହ ଏକ ନୂତନ ପ୍ରବେଶ ଦ୍ୱାର ଗ୍ରାହକଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି, ଗ୍ରାହକମାନଙ୍କୁ ଶୋ’ରୁମ୍‌ରେ ସୁବିଧାଜନକ ପ୍ରବେଶ ପାଇଁ ଏହି ରୂପାନ୍ତରଣ କରାଯାଇଛି। ନୂତନ ଭାବେ ସୁସଜ୍ଜିତ ଉକ୍ତ ଶୋ’ରୁମ୍‌ ମଧ୍ୟକୁ ଗ୍ରାହକମାନେ ଉଭୟ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଉକ୍ତ ଶୋ’ରୁମ୍‌ରେ ନିର୍ମିତ ସ୍ବତନ୍ତ୍ର ସେଲ୍‌ଫି ପଏଣ୍ଟରେ ଗ୍ରାହକମାନେ ୨୩ ଓ ୨୪ ସେପ୍ଟେମ୍ବର ଅପରାହ୍ନ ୫ଟା ରୁ ୭ଟା ପର୍ଯ୍ୟନ୍ତ ଭୂମିକା ଓ ସୂର୍ଯ୍ୟମୟୀଙ୍କ ସହ ସେଲ୍‌ଫି ନେବାର ସୁଯୋଗ ପାଇପାରିବେ। ଉଦ୍‌ଘାଟନୀ ଅବସରରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ତଥା ଐତିହାସିକ ଅଫର୍‌ ଘୋଷଣା କରାଯାଇଛି, ଯାହା ସୀମିତ ଅବଧି ପାଇଁ (ସେପ୍ଟେମ୍ବର ୧୯-୨୪ ପର୍ଯ୍ୟନ୍ତ) ଉପଲବ୍ଧ। ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କ ଯୁକ୍ତ ସୁନା ଗହଣା ଗଢ଼ାମୂଲ୍ୟ ଗ୍ରାମ୍‌ ପିଛା ଫ୍ଲାଟ୍‌ ୪୯୯ ଟଙ୍କା ରହିଛି, ସେହିପରି ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୫୦%, ହୀରା ମୂଲ୍ୟ ଉପରେ ଫ୍ଲାଟ ୩୦% ଏବଂ ନିର୍ଦ୍ଦିଷ୍ଟ ହାତ ଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ରିହାତି ଅଫର ରହିଛି, ଏହା ସହ ପ୍ରତି ୨୫ହଜାର ଟଙ୍କା ବା ତଦୂର୍ଦ୍ଧ୍ୱ କ୍ରୟ ଉପରେ ରୌପ୍ୟ ମୁଦ୍ରା ସମ୍ପୂର୍ଣ୍ଣ ମାଗଣା ପ୍ରଦାନ କରାଯାଉଛି, ସବୁଠୁ ବଡ଼ କଥା ହେଲା ଲାଲଚାନ୍ଦର ଅଫରଗୁଡ଼ିକରେ ଗ୍ରାହକମାନଙ୍କ ପାଇଁ କୌଣସି ଲୁକ୍କାୟିତ ସର୍ତ୍ତ ନାହିଁ।
ଏ ସମ୍ପର୍କରେ ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଲାଲଚାନ୍ଦ୍‌ ମାଷ୍ଟରକ୍ୟାଣ୍ଟିନ୍‌ ଆଉଟଲେଟର ନବ କଳେବର କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ୩୫ ବର୍ଷରୁ ଅଧିକ ସମୟ ଧରି ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହିତ ଗୁଣାତ୍ମକ ସାମଗ୍ରୀ ପ୍ରଦାନ କରିଆସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri