ଜିଓ ଏୟାରଫାଇବରର ଶୁଭାରମ୍ଭ

ଭୁବନେଶ୍ୱର,୨୦।୯: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନେକୌଶଳରେ ନିର୍ମିତ ‘ଜିଓ ଏୟାରଫାଇବର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପବିତ୍ର ଗଣେଶ ପୂଜା ଅବସରରେ ଦେଶର ପ୍ରମୁଖ ୮ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଓ ପୁଣେରେ ଜିଓ ଏୟାରଫାଇବର ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ସେହିଭଳି ଜିଓ ପକ୍ଷରୁ ଏୟାରଫାଇବର ଓ ଏୟାରଫାଇବର୍‌ ମ୍ୟାକ୍ସ ନାମରେ ୨ଟି ପ୍ଲାନ୍‌ ମଧ୍ୟ ଘୋଷଣା କରାଯାଇଛି।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଆମର ଫାଇବର-ଟୁ-ଦି-ହୋମ୍‌ ସେବା ଜିଓ ଫାଇବର ୧ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି, ପ୍ରତିଦିନ ହଜାର ହଜାର ଲୋକ ସେଥିରେ ଯୋଡ଼ି ହେଉଛନ୍ତି। କିନ୍ତୁ ବର୍ତ୍ତମାନ ବି ଲକ୍ଷ ଲକ୍ଷ ଘର ଓ ଛୋଟ ବ୍ୟବସାୟୀଙ୍କୁ ଯୋଡ଼ିବା କାର୍ଯ୍ୟ ବାକି ରହିଛି, ଜିଓ ଏୟାରଫାଇବର ସହିତ ଦେଶର ସବୁ ଘରକୁ ସମାନ ଗୁଣବତ୍ତାର ସେବା ସହିତ ଆମେ ଶୀଘ୍ର ଯୋଡ଼ିବୁ। ଜିଓ ଏୟାରଫାଇବର ଶିକ୍ଷା, ସ୍ବାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍‌ କ୍ଷେତ୍ରରେ ନିଜସ୍ବ ସମାଧାନ ଜରିଆରେ ଲକ୍ଷ ଲକ୍ଷ ଘରକୁ ବିଶ୍ୱସ୍ତରୀୟ ଡିଜିଟାଲ୍‌ ମନୋରଞ୍ଜନ, ସ୍ମାର୍ଟ ହୋମ୍‌ ସେବା ଏବଂ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନ କରିବ। ଜିଓ ଏୟାରଫାଇବରକୁ ଅନଲାଇନ୍‌ ଓ ଅଫ୍‌ଲାଇନ୍‌ରେ ମଧ୍ୟ ବୁକିଂ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri