ଲାଲ୍‌ଚାନ୍ଦରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୪।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍‌ତେରସ୍‌ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୨୫ ଟଙ୍କା ରଖାଯାଇଥିବାବେଳେ ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦,୦୦୦ ଟଙ୍କା ପ୍ରତି କ୍ୟାରେଟ୍‌ ପିଛା ରିହାତି ଦିଆଯାଉଛି। ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ଓ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏହାସହ ଧନ୍‌ତେର୍‌ସକୁ ଦୃଷ୍ଟିରେ ରଖି ୨୫,୦୦୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର କିଣାକିଣି ଉପରେ ନିଶ୍ଚିତ ଉପହାର ଲାଲ୍‌ଚାନ୍ଦ ପକ୍ଷରୁ ପ୍ରଦାନ କରାଯାଉଛି। ଅପରପକ୍ଷରେ ଲାଲ୍‌ଚାନ୍ଦର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ୍‌ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ନେଇ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ଲାଲ୍‌ଚାନ୍ଦ ଜୁଏଲର୍ସରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ ‘ଆଇଜେଏସ୍‌ଏଫ୍‌-୨୦୨୩’ ଚାଲିଥିବା ବେଳେ ଚଳିତ ଦୀପାବଳି ଓ ଧନ୍‌ତେରସ୍‌ରେ ଗ୍ରାହକଙ୍କର ଭାଗ୍ୟ ଚମକାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ୨୫ ହଜାର ଟଙ୍କାର ଗହଣା କ୍ରୟ ଉପରେ ନିଶ୍ଚିତ କୁପନ ଏବଂ ସୀମିତ ସଂସ୍କରଣର ରୁପା ମୁଦ୍ରା ମିଳୁଛି। ଏହି ଅବିଶ୍ୱସନୀୟ ପୁରସ୍କାର ପର୍ଯ୍ୟାୟକ୍ରମେ ଡ୍ର’ରେ ୫୦୦୦ କୁପନର ପ୍ରତି ସେଟ୍‌ରେ ୨୫ ଗ୍ରାମ୍‌ ସୁନାମୁଦ୍ରା ଜିତିପାରିବେ। ଏଥିସହ ୧ କିଲୋଗ୍ରାମ ସୁନାର ୫ଟି ପୁରସ୍କାର, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଜୁଡାଉ ଜୁଏଲେରି, ୧୦ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଟେମ୍ପଲ୍‌ ଜୁଏଲେରି, ୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ହୀରା ଓ ମୂଲ୍ୟବାନ୍‌ ପଥର ଖଚିତ ଜୁଏଲେରି, ୨.୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ସୁନାଗହଣା ଏବଂ ଡିଭାଇନ୍‌ ସଲିଟେଆରରୁ ୧୦୦ଟି ହୀରା ଖଚିତ ସ୍ବର୍ଣ୍ଣ ମୁଦ୍ରା ଜିତିବାର ଅପୂର୍ବ ସୁଯୋଗ ରହିଛି। ଏହା ସହ ଲାଲ୍‌ଚାନ୍ଦ୍‌ରେ ସମସ୍ତ ଆକାର ଏବଂ ଓଜନର ୯୯୯ଶୁଦ୍ଧତା ବିଶିଷ୍ଟ ସ୍ବର୍ଣ୍ଣ ମୁଦ୍ରା ଉପଲବ୍ଧ। ବିଶେଷକରି ଲାଲ୍‌ଚାନ୍ଦ୍‌ର ସମସ୍ତ ଷ୍ଟୋରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଫେଷ୍ଟିଭ୍‌ ଟ୍ରିଟ୍‌ ପ୍ରଦାନ କରାଯାଉଛି। ଏହି କ୍ରମରେ ସର୍ବନିମ୍ନ ୪୦,୦୦୦ ଟଙ୍କାର ନେଣଦେଣ ଉପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ କ୍ରେଡିଟ୍‌-ଡେବିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ତୁରନ୍ତ ୫% ଏବଂ ସର୍ବାଧିକ ୩,୦୦୦ ଟଙ୍କାର ଛାଡ଼ ମିଳିବ।
ଏ ସମ୍ପର୍କରେ ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ କହିଛନ୍ତି, ଆମେ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସମୟରେ ସଚେତନତା ଅଭିଯାନ ଚଳାଇ ଆସୁଛୁ। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କୁ ଅପ୍‌ ଟୁ ଅଥବା ‘ପର୍ଯ୍ୟନ୍ତ’ ସ୍କାମ୍‌ ଏବଂ ସର୍ତ୍ତମୂଳକ ଅଫରରୁ ବିରତ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ମଧ୍ୟ ସଚେତନ କରାଉଛି। ଆଗକୁ ବି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଥିବା ସମସ୍ତ ପ୍ରତିଷ୍ଠାନର ପର୍ଦ୍ଦାଫାଶ କରିବାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପ୍ରତିଶ୍ରୁତିବଦ୍ଧ ବୋଲି ସଞ୍ଜୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri