ସାରା ରାଜ୍ୟରେ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

ଭୁବନେଶ୍ୱର,୧୬ା୯(ଅନିଲ ଦାସ): ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳ ଉପରେ ଅଧିକ ଫୋକସ୍‌ କରିଛନ୍ତି। ଗ୍ରାମାଞ୍ଚଳ ପରିବହନ, ମହିଳା ସଶକ୍ତୀକରଣ, କୃଷି, ଜଳସେଚନ, ପାନୀୟ ଜଳ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ସହ ରାଜ୍ୟରେ ନିରାପଦ ଯାତ୍ରୀ ପରିବହନ ସେବା ଯୋଗାଇ ଦେବା ସକାଶେ ସରକାର ‘ଲୋକେଶନ ଆକ୍ସେସିବିଲିଟି ମଲ୍ଟିମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି।
ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କୁ ଗ୍ରାମ ପଞ୍ଚାୟତସ୍ତରରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ପରିବହନ ସେବା ପ୍ରଦାନ କରିବ। ଏହି ଯୋଜନାରେ ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ୍‌ ମୁଖ୍ୟାଳୟ, ଜିଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠସ୍ଥଳକୁ ବସ୍‌ ଯୋଗେ ସଂଯୋଗ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ସାରା ରାଜ୍ୟରେ ଲକ୍ଷ୍ମୀ ବସ୍‌ ପର୍ଯ୍ୟାୟ କ୍ରମେ ଚଳାଚଳ କରିବ। ଏହି ଯୋଜନାରେ ରାଜ୍ୟ ସରକାର ୧ ହଜାରରୁ ଅଧିକ ବସ୍‌ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଏହା ଚାଲୁରହିବ। ଏହି ଯୋଜନା ସଫଳ ହେଲେ ଏହାକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍‌ ଚଳାଚଳ ଆରମ୍ଭ ହେବାର ପ୍ରଥମ ୩ ବର୍ଷରେ ଅର୍ଥାତ୍‌ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରାୟ ୩,୧୭୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଯୋଜନାରେ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯିବ। ମିଶନ ଶକ୍ତି ମହିଳା ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ସାମିଲ କରାଯିବ। ସେମାନଙ୍କୁ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିସହିତ କର୍ମକ୍ଷେତ୍ର ଏବଂ ବ୍ଲକଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ। ଏହାଛଡ଼ା ଗ୍ରାମାଞ୍ଚଳର କୃଷିଜାତ ଦ୍ରବ୍ୟକୁ ଉତ୍ପାଦନସ୍ଥଳରୁ ଉପଯୁକ୍ତ ସ୍ଥାନକୁ ଉନ୍ନତ ପରିବହନ ଦ୍ବାରା ପହଞ୍ଚାଇବା ଏହି ଯୋଜନାର ଅନ୍ୟ ଏକ ଲକ୍ଷ୍ୟ ରହିଛି। ଏହାଦ୍ୱାରା ବିଭିନ୍ନ କୃଷିଜାତ ଏବଂ ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀକୁ ଉତ୍ପାଦନକାରୀଙ୍କଠାରୁ ନିକଟବର୍ତ୍ତୀ ବଜାରକୁ ନିର୍ଦ୍ଧାରିତ ସମୟରେ ପହଞ୍ଚାଯାଇପାରିବ। ଏହି ଯୋଜନା ଅଧୀନରେ ମଣ୍ଡି ଏବଂ ବାଣିଜି୍ୟକ କେନ୍ଦ୍ର ବିକାଶ କରାଯିବା ସହିତ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ। ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇଥିଲେ ମଧ୍ୟ ସେହି ଅନୁପାତରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳକୁ ଉତ୍ତମ ପରିବହନ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ଲକ୍ଷ୍ମୀ ଯୋଜନା ଅଧୀନରେ ଜିଲା ମୁଖ୍ୟାଳୟ ସହିତ ବ୍ଲକ ଓ ଗ୍ରାମପଞ୍ଚାୟତକୁ ସଂଯୋଗ କରାଯିବ। ‘ଜଗନ୍ନାଥ ଏକ୍ସପ୍ରେସ୍‌’ ମାଧ୍ୟମରେ ଜିଲା ମୁଖ୍ୟାଳୟକୁ ଭୁବନେଶ୍ବର କିମ୍ବା ଭୁବନେଶ୍ବର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ପ୍ରଦାନ କରାଯିବ। ‘ଲକ୍ଷ୍ମୀ ଏକ୍ସପ୍ରେସ୍‌’ ମାଧ୍ୟମରେ ଜିଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର (ଆନ୍ତଃଜିଲା ଏବଂ ଆନ୍ତଃକ୍ଲଷ୍ଟର) ମଧ୍ୟରେ ଯୋଗାଯୋଗର ସୁବିଧା ଯୋଗାଇ ଦିଆଯିବ । ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରାଯାଇଛି । ଏଥିରେ ସର୍ବାଧିକ ୬ଟି ଜଳସମ୍ପଦ ବିଭାଗର ହୋଇଥିବା ବେଳେ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୨ଟି ଲେଖାଏ ପ୍ରସ୍ତାବ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ରାଜ୍ୟରେ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ୨୦୨୩-୨୪ ଖରିଫ ବିପଣନ ବର୍ଷରେ ୭୯ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ(୫୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ) ସଂଗ୍ରହ କରାଯିବ। ଖରିଫ ବର୍ଷ ୨୦୨୨-୨୩ରେ ୭୯.୧୬ଲକ୍ଷ ମେଟ୍ରିକ ଟନ୍‌ ଧାନ(୫୩.୫୭ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ) ସଂଗ୍ରହ କରାଯାଇଥିଲା। ଚଳିତବର୍ଷ ଅକ୍ଟୋବର ପହିଲାରୁ ୨୦୨୪ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪ ବଳବତ୍ତର ରହିବ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଧାନ ଓ ୨୦୨୪ ମେ’ ଓ ଜୁନ୍‌ରେ ରବି ଋତୁ ଧାନ ସଂଗ୍ରହ କରାଯିବ। ପଞ୍ଜୀକୃତ ଚାଷୀମାନେ ଯଦି ଧାର୍ଯ୍ୟଲକ୍ଷ୍ୟ ୭୯ଲକ୍ଷ ମେଟ୍ରିକ ଟନ୍‌ଠୁ ଅଧିକ ଧାନ ମଣ୍ଡିକୁ ଆଣିବେ ତାହାକୁ ରାଜ୍ୟ ସରକାର କ୍ରୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। କେବଳ ପଞ୍ଜୀକୃତ ଚାଷୀଙ୍କଠୁ ବଳକା ଧାନ ସଂଗ୍ରହ କରାଯିବ। ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟପତ୍ର ହେବ। ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ବ୍ୟବସ୍ଥା କରାଯିବ। ଚାଷୀଙ୍କୁ କୁଇଣ୍ଟାଲ ପିଛା ସାଧାରଣ ଧାନ ଓ ଗ୍ରେଡ୍‌-ଏ’ ଧାନ ପାଇଁ ଯଥାକ୍ରମେ ୨୧୮୩ ଟଙ୍କା ଓ ୨୨୦୩ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ। ଖିଲାପି ମିଲରଙ୍କୁ ଚଳିତଥର ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ ନାହିଁ। ପି-ପାସ୍‌ ମାଧ୍ୟମରେ ଚାଷୀଙ୍କୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ରାଜ୍ୟରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତଥା ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ୩୫ଟି ଟୋଲ୍‌ଗେଟ୍‌କୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri