ଲକ୍ଷ୍ମୀ ଓ ଅଲକ୍ଷ୍ମୀ

କେତେଜଣ କୁହନ୍ତି, ଲକ୍ଷ୍ମୀ ପେଚା ଉପରେ ବସି ଯାତ୍ରା କରନ୍ତି। ଆଉ କେତେକେ ବିଶ୍ୱାସ କରନ୍ତି, ଯେତେବେଳେ ଲକ୍ଷ୍ମୀ ହାତୀ ଉପରେ ବସି ଯାଆନ୍ତି, ସେତେବେଳେ ପେଚା କେବଳ ତାଙ୍କ ସହିତ ରହିଥାଏ। ହାତୀ ହିଁ ଲକ୍ଷ୍ମୀଙ୍କର ଉପଯୁକ୍ତ ବାହନ; ଯାହା ଧନ, ଶକ୍ତି ଏବଂ ରାଜକୀୟ ବୈଭବ ସହିତ ଜଡିତ। ପେଚାମାନେ ଅନ୍ୟ ପ୍ରାଣୀଙ୍କଠାରୁ ଦୂରେଇ ରହି ଏକୁଟିଆ ରହିବାକୁ ଭଲପାଆନ୍ତି। ସେମାନେ ଦିନସାରା ଶୋଇଥା’ନ୍ତି ଏବଂ ରାତିରେ ବାହାରି ଶିକାର କରନ୍ତି। ଦିନରେ ଶୋଇ ରାତିରେ ଚଳପ୍ରଚଳ ହେବା ଏବଂ କର୍କଶ ଡାକ ଯୋଗୁ ସେମାନଙ୍କୁ ଦୁର୍ଭାଗ୍ୟ ଏବଂ ମୃତ୍ୟୁର ପ୍ରତୀକ ଭାବେ ଗଣାଯାଏ। ଏଥିରୁ ନିଷ୍କର୍ଷରେ ପହଁଞ୍ଚିବାକୁ ହୁଏ ଯେ, ପେଚା ଲକ୍ଷ୍ମୀଙ୍କ ବଡ଼ ଯାଆଁଳା ଭଉଣୀ, ଯିଏ ବିବାଦ ଏବଂ ଦୁର୍ଭାଗ୍ୟର ଦେବୀ। କିନ୍ତୁ ପେଚାର ଗୋଲାକାର ଆଖି ଥିବାରୁ ଏହା କେବେ ବି ଆଗକୁ ଗତି କରେ ନାହିଁ ଏବଂ ସିଧା ଆଗକୁ ଚାହିଁପାରେ ନାହିଁ। ପେଚା ଦୁନିଆର ଅନେକ ଅଞ୍ଚଳରେ ବିଶେଷକରି ପ୍ରାଚୀନ ଗ୍ରୀସ୍‌ରେ ଜ୍ଞାନର ପ୍ରତୀକ ଥିଲା। ସେଠାରେ ଏହା ଜ୍ଞାନର ଦେବୀ ଆଥେନା ସହିତ ଜଡିତ ଥିଲା। ଗୋଲାକାର ଆଖି ଥିବା ଦେବତା ବା ଚକାଡୋଳା ଶବ୍ଦ ଓଡ଼ିଶାର ପୁରୀରେ କୃଷ୍ଣ-ବିଷ୍ଣୁଙ୍କ ରୂପରେ ପୂଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବ୍ୟବହାର କରାଯାଇଛି। ଏଥିରୁ କଳ୍ପନା କରାଯାଉଛି ଯେ, ପେଚା ଲକ୍ଷ୍ମୀଙ୍କ ସ୍ବାମୀ ବିଷ୍ଣୁଙ୍କୁ ସୂଚିତ କରେ। ଏହି ବିଚାରଧାରାକୁ ସମର୍ଥନ କରିବାର ବାସ୍ତବତା ହେଉଛି, ହିନ୍ଦୁ ପୁରାଣରେ ଦେବୀଙ୍କର ସହଯୋଗୀ ସର୍ବଦା ପୁରୁଷ, ନାରୀ ନୁହେଁ। ଲକ୍ଷ୍ମୀ ନିଜ ସ୍ବାମୀଙ୍କୁ ବାହନ କରିବା ସିଦ୍ଧାନ୍ତ ନାରୀବାଦୀଙ୍କ ପାଇଁ ଗ୍ରହଣୀୟ, କିନ୍ତୁ ପରମ୍ପରାବାଦୀଙ୍କ ପାଇଁ ସ୍ବୀକାର୍ଯ୍ୟ ନୁହେଁ। ସେମାନେ ଜିଦ୍‌ ଧରିଛନ୍ତି ଯେ, ପେଚା ଦେବୀଙ୍କ ସହିତ ରହେ; ସେ ଏହା ଉପରେ ବସି ବୁଲନ୍ତି ନାହିଁ। ଯଦି ସେ ପେଚାରେ ବସି ଯାଆନ୍ତି ନାହିଁ, ତେବେ ଏହା ବିଷ୍ଣୁ କିମ୍ବା ଅଲକ୍ଷ୍ମୀ ହୋଇପାରେ। କିନ୍ତୁ ବିଷ୍ଣୁ କେବେ ଲକ୍ଷ୍ମୀଙ୍କୁ ଅନୁସରଣ କରନ୍ତି ନାହିଁ; ବରଂ ଲକ୍ଷ୍ମୀ ତାଙ୍କୁ ଅନୁସରଣ କରନ୍ତି। ସେ ଯେଉଁଆଡେ ଯାଆନ୍ତି ବ୍ୟବସ୍ଥା କିମ୍ବା ଧର୍ମକୁ ସମର୍ଥନ ବା ପାଳନ କରନ୍ତି। ଅନ୍ୟପଟେ ଅଲକ୍ଷ୍ମୀ ସର୍ବଦା ଲକ୍ଷ୍ମୀଙ୍କ ସାଙ୍ଗରେ ଥାଆନ୍ତି, କାରଣ ସେ ବଡ଼ ଭଉଣୀ। ଛବିରେ ଉଭୟ ବିଷ୍ଣୁ ଏବଂ ପେଚା ସହିତ ଲକ୍ଷ୍ମୀ ଦୃଶ୍ୟ ହୋଇଥା’ନ୍ତି। ଚିତ୍ରକଳା ବିଶ୍ଳେଷକମାନେ ମତ ଦିଅନ୍ତି ଯେ, ଯେହେତୁ ଅଲକ୍ଷ୍ମୀଙ୍କୁ ଚିତ୍ରଣ କରିବା ଅଶୁଭ, ସେଥିପାଇଁ ଚିତ୍ରକରମାନେ ତାଙ୍କୁ ଏକ ପେଚା ଭାବେ ଦର୍ଶାଇବାକୁ ଚାହିଁଛନ୍ତି।
ଲକ୍ଷ୍ମୀଙ୍କର ଯାଆଁଳା ଭଉଣୀ ଥିବାର କଳ୍ପନା ଏକ ପ୍ରାଚୀନ ବିଚାର। କେହି କେହି କୁହନ୍ତି, ଲକ୍ଷ୍ମୀ ବ୍ରହ୍ମାଙ୍କ ମୁହଁରୁ ଜନ୍ମ ହୋଇଥିବାବେଳେ ଅଲକ୍ଷ୍ମୀ ତାଙ୍କ ପିଠିରୁ ଜାତ ହୋଇଥିଲେ। ଆଉ କେତେକେ କୁହନ୍ତି, ଦେବତାମାନେ କ୍ଷୀରସାଗରକୁ ମନ୍ଥନ କରୁଥିବାବେଳେ ଅମରତ୍ୱର ରସ (ଅମୃତ) ସହିତ ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ। ସେହି ସମୟରେ ଦୁନିଆକୁ ଧ୍ୱଂସ କରିବାର ଶକ୍ତି ନେଇ ଉକତ୍ଟ ବିଷ (ହଳାହଳ) ସହିତ ଅଲକ୍ଷ୍ମୀ ବି ପ୍ରକାଶ ହୋଇଥିଲେ। ଅଲକ୍ଷ୍ମୀଙ୍କୁ ଅନେକ ଭାବରେ ସମ୍ବୋଧନ କରାଯାଏ, ଯଥା: ଦାରିଦ୍ର୍ୟ, ଯାହା ଗରିବୀକୁ ବ୍ୟକ୍ତ କରେ; କଳହ, ଯାହା ସଂଘର୍ଷକୁ ପ୍ରକାଶ କରେ; କାଳିକାନି, ଯାହା ଝଗଡ଼ାକୁ ସୂଚିତ କରେ;ନ୍ରିତ୍ତି ଯିଏ କ୍ଷୟର ଦେବୀ। ଶିବ ପୁରାଣରେ ଅଲକ୍ଷ୍ମୀ ହେଉଛନ୍ତି କାଳୀ। ସେ ଶକ୍ତିଙ୍କର ଭୟାନକ ରୂପ ହୋଇଥିବାବେଳେ ଲକ୍ଷ୍ମୀ ହେଉଛନ୍ତି ଗୌରୀ, ଯିଏ ଶକ୍ତିଙ୍କର ଶାନ୍ତ ଓ ପ୍ରେମମୟ ରୂପ। ବିଷ୍ଣୁ ପୁରାଣରେ ଲକ୍ଷ୍ମୀ ଧର୍ମ (ସହାନୁଭୂତିରୁ ଜନ୍ମିତ)କୁ ଆଦର କରୁଥିବାବେଳେ ଅଲକ୍ଷ୍ମୀ ଅଧର୍ମ (ଶୋଷଣରୁ ଜାତ କାର୍ଯ୍ୟ)କୁ ପସନ୍ଦ କରନ୍ତି। ଏହିପରି ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ଏକ ପୂର୍ଣ୍ଣ ସୃଷ୍ଟିର ଦୁଇଟି ଭାଗ। ଲକ୍ଷ୍ମୀ ହେଉଛନ୍ତି ସେହି ଫଳ, ଯାହାକି ସ୍ବାଦିଷ୍ଠ ଓ ସଞ୍ଚତ୍ତ ହୋଇଥିବାବେଳେ ଅଲକ୍ଷ୍ମୀ ହେଉଛି ନଷ୍ଟ କରିବା, ଯାହାକି ପରିହାରଯୋଗ୍ୟ। ଦୁହେଁ ଏକ ପୂର୍ଣ୍ଣତା ଭାବରେ ବିଦ୍ୟମାନ; ସେ ଦୁହେଁ ନ ଥିଲେ ସୃଷ୍ଟିର କିଛି ନାହିଁ ବୋଲି ବୁଝାଯିବ।
ପୁରାଣରେ ଲକ୍ଷ୍ମୀ କୌଣସି ମୂଲ୍ୟଯୁକ୍ତ ବିଚାର ରଖନ୍ତି ନାହିଁ। ଗିନାଏ ଭାତ ଜଣେ ସାଧୁ ଏବଂ ପାପୀର ଭୋକ ମେଣ୍ଟାଏ; ଜଣେ ବିଚାରପତିଙ୍କ ହାତରେ ଟଙ୍କିକିଆ ମୁଦ୍ରାର ମୂଲ୍ୟ ଯାହା, ଜଣେ ହତ୍ୟାକାରୀର ହାତରେ ତାହାର ମୂଲ୍ୟ ସମାନ। କିନ୍ତୁ ଲକ୍ଷ୍ମୀ ସବୁବେଳେ ନିଜ ଭଉଣୀ ଅଲକ୍ଷ୍ମୀକୁ ସାଥିରେ ନେଇ ଆସନ୍ତି। ଅଲକ୍ଷ୍ମୀଙ୍କୁ ଚିହ୍ନିବାରେ ବିଫଳତା ହିଁ ବିପଜ୍ଜନକ, କାରଣ ସେ ସମସ୍ତ ନକାରାତ୍ମକ ଶକ୍ତିକୁ ପ୍ରତିନିଧିତ୍ୱ କରନ୍ତି, ଯାହା ଯେକୌଣସି ଧନ ସମ୍ପତ୍ତି ସହିତ ଆସିଥାଏ। ଏଣୁ ସମସ୍ତେ ଜାଣନ୍ତି ଯେ ଟଙ୍କା ଝଗଡ଼ା ଓ ଈର୍ଷା ସୃଷ୍ଟି କରେ। ଅଲକ୍ଷ୍ମୀ ଧନର ସେହି ଖରାପ ବିଷୟକୁ ଧାରଣ କରେ। ସେ ହିଁ ଧନୀ ଭାଇମାନଙ୍କ ମଧ୍ୟରେ ଝଗଡା କରେ। ସେ ପରିବାରକୁ ଭାଙ୍ଗି ଛାରଖାର କରିଦିଏ। ସେ ସୁନାର ସଂସାରରେ ଶାନ୍ତି ଆସିବାକୁ ଦିଏ ନାହିଁ। ଅଲକ୍ଷ୍ମୀକୁ ଦୁର୍ବଳ କରିବାର ଏକମାତ୍ର ଉପାୟ ହେଉଛି ତା’ ବିଷୟରେ ନିରନ୍ତର ସଚେତନ ହେବା; ତା’ ଭଉଣୀ(ଲକ୍ଷ୍ମୀ)ଙ୍କ ପରି ତାକୁ ଜୀବନରେ ସ୍ବୀକାର କରିବା। ସାଧାରଣତଃ ରୀତିନୀତି ଅନୁଯାୟୀ, ଘର ଭିତରେ ଲକ୍ଷ୍ମୀଙ୍କୁ ମିଠା ଅର୍ପଣ କରାଯାଉଥିବାବେଳେ ଘର ବାହାରେ ରଖାଯାଇଥିବା ଲେମ୍ବୁ ଏବଂ ଚିଲି ଅଲକ୍ଷ୍ମୀ ପାଇଁ ଉଦ୍ଦିଷ୍ଟ ଥାଏ। ଶାସ୍ତ୍ରଗୁଡ଼ିକରେ କୁହାଯାଇଛି ଯେ, ଲକ୍ଷ୍ମୀ ତାଙ୍କ ଭଉଣୀ ବିନା କୌଣସି ସ୍ଥାନକୁ ଯାଆନ୍ତି ନାହିଁ। ଅନ୍ୟ ଅର୍ଥରେ, ଧନ କଦାପି ବିବାଦର ମଞ୍ଜି ବିନା କୌଣସି ସ୍ଥାନକୁ ଯାଏ ନାହିଁ।
କାହାଣୀଟିଏ ଅଛି। ଥରେ ଜଣେ ବ୍ୟବସାୟୀଙ୍କୁ ଦେଖା କରି ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ପଚାରିଲେ- ସେମାନଙ୍କ ମଧ୍ୟରେ କିଏ ଅଧିକ ସୁନ୍ଦର? ବ୍ୟବସାୟୀ ଜଣକ ଉଭୟଙ୍କୁ ଅସନ୍ତୁଷ୍ଟ କରିବାକୁ ଡରୁଥିଲେ। ତେଣୁ ସେ ଉଭୟଙ୍କୁ ଖୁସି କରିବା ଭଳି ଏକ ଚତୁର ଉତ୍ତର ଦେଲେ। କହିଲେ, ଲକ୍ଷ୍ମୀ ଯେତେବେଳେ ମୋ ଆଡ଼କୁ ଆସନ୍ତି ସେତେବେଳେ ସୁନ୍ଦର ଦେଖାଯାଆନ୍ତି ଓ ଅଲକ୍ଷ୍ମୀ ଯେତେବେଳେ ମୋ’ଠାରୁ ଦୂରେଇ ଯାଆନ୍ତି ସେତେବେଳେ ସୁନ୍ଦର ଲାଗନ୍ତି। ଏହି ଉତ୍ତରରେ ସନ୍ତୁଷ୍ଟ ହୋଇ ସମ୍ପତ୍ତି ବ୍ୟବସାୟୀ ପାଖକୁ ଗଲାବେଳେ କଳହ ତାଙ୍କଠାରୁ ଦୂରେଇଗଲା।
ଏବେ ଆମ ଘରେ ଝଗଡ଼ାକୁ ଆମନ୍ତ୍ରଣ କରୁଥିବା ପରି ମନେହେଉଛି। ଝଗଡ଼ା ଖବର ପ୍ରକାଶ ପାଉଛି। ବିବାଦ ଉପରେ ଆଧାରିତ ଟେଲିଭିଜନ ଶୋ’ ଚାଲୁଛି। କହିବାକୁ ଗଲେ ସମସ୍ତେ କଳହରେ ଲିପ୍ତ। ଯୁବକମାନେ ରିଆଲିଟି ଶୋ’ରେ ଲଢ଼ୁଛନ୍ତି ଏବଂ ଦର୍ଶକ ତାହାକୁ ଭଲ ପାଆନ୍ତି। ବିଚାରପତିମାନେ ଓ ଗାୟକମାନେ ବି ଝଗଡ଼ା କରୁଛନ୍ତି ଏବଂ ଆମେ ଏହି ଚିନ୍ତାଧାରାକୁ ଆମ ପରିବାରରେ ଡିନର ସମୟରେ ଆନନ୍ଦରେ ଆଲୋଚନା କରୁଛୁ। ଝଗଡ଼ାକୁ ମନୋରଞ୍ଜନ ଭାବରେ ଉପସ୍ଥାପନ କରାଯାଉଛି। ବଳାତ୍କାର, ନିର୍ଯାତନା ଏବଂ ହତ୍ୟା କାହାଣୀ ବିଭିନ୍ନ ପ୍ରକାରର ରୋମାଞ୍ଚ ସୃଷ୍ଟି କରୁଛି। ଭାରତ ଉଦାରୀକରଣର ଲାଭ ଉଠାଉଥିବାବେଳେ ଏସବୁ ଘଟୁଛି। ଅନୁମାନ, ଆମେ ସବୁବେଳେ ଲକ୍ଷ୍ମୀଙ୍କୁ ଅନୁସରଣ କରି ଅଲକ୍ଷ୍ମୀଙ୍କୁ ଭଲପାଇବା ଏବଂ ସମ୍ମାନ ଦେଖାଇବାକୁ ଭୁଲିଯାଇଛୁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri