ଲକ୍ଷ୍ମଣଙ୍କ ତିନିଗାର

ଅଭିମନ୍ୟୁ ଧଳ

ସ୍ୱର୍ଣ୍ଣ ହରିଣୀକୁ ଧରିବା ପାଇଁ କୁଟୀରଠାରୁ ବହୁ ଦୂରକୁ ପଳାଇ ଯାଇଥିତ୍ବା ରାମଚନ୍ଦ୍ରଙ୍କ କଣ୍ଠସ୍ବରରେ ମାୟାବୀ ରାକ୍ଷସ ମାରୀଚ ‘ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ’ ଡାକିବାରୁ ବିଚଳିତା ମା’ ସୀତା ଲକ୍ଷ୍ମଣଙ୍କୁ ନାନା କଟୁକଥା କହିବା ପରେ ସୀତାଙ୍କ ନିରାପତ୍ତା ପାଇଁ କୁଟୀର ସାମ୍ନାରେ ତିନିଗାର ଟାଣିଦେଲେ ଏବଂ ଏହାକୁ ଉଲ୍ଲଂଘନ କଲେ ବିପଦ ଆସିବ ବୋଲି ସତର୍କ କରାଇଦେଲେ, ବର୍ତ୍ତମାନ ଆମେ ତାହାକୁ କୋଭିଡ୍‌-୧୯ ନିୟମାବଳୀ କହୁଛେ। ଲକ୍ଷ୍ମଣଙ୍କ ତିନିଗାର ଆମ୍ଭମାନଙ୍କ ପାଇଁ ହେଲା ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ରକ୍ଷାକରିବା ଓ ହାତଧୋଇବା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ସ୍ବାସ୍ଥ୍ୟ ବିଜ୍ଞାନୀ, ଡାକ୍ତରଙ୍କଠାରୁ ଆରମ୍ଭ କରି ସରକାର, ସ୍ବେଚ୍ଛାସେବୀମାନେ ଆମକୁ ବାରମ୍ବାର ଏ ବିଷୟରେ ସଚେତନ ଓ ସତର୍କ କରାଇଲେ ମଧ୍ୟ ଆମର ଅମାନିଆ ଗୁଣ ଯୋଗୁ ସମଗ୍ର ଭାରତ କରୋନା ଅଁା ଭିତରେ। ମା’ ସୀତା ଯେପରି ତିନିଗାର ଉଲ୍ଲଂଘନ କରି ରାବଣ ଦ୍ୱାରା ଅପହୃତା ହେଲେ, ଆମେ ସେମିତି ତିନୋଟି ନିୟମ ଉଲ୍ଲଂଘନ କରି କରୋନା ରାକ୍ଷସ କବଳରେ।
ପ୍ରଥମଥର ଅର୍ଥାତ୍‌ ୨୦୧୯ରେ ଯେତେବେଳେ ଏହି ମାରାତ୍ମକ ଭୂତାଣୁ ଚାଇନାର ଉହାନ୍‌ ପ୍ରଦେଶରେ ପ୍ରଥମେ ଦେଖାଦେଲା, ସେତେବେଳେ ସମଗ୍ର ବିଶ୍ୱ ଏହାକୁ ଖାମଖିଆଲ କରିବାରୁ ଏହା ୨୦୨୦ ବେଳକୁ ୨୧୯ ଦେଶ ଏପରିକି ଜନବସତିଶୂନ୍ୟ ଆଣ୍ଟାର୍କଟିକାକୁ ମଧ୍ୟ ଛୁଇଁଲା। ସେ ସମୟରେ ଆମର ବିଳମ୍ବିତ ସତର୍କତା ଯୋଗୁ ସମଗ୍ର ଦେଶକୁ ଗ୍ରାସକଲା। ନିଜ ମୁଣ୍ଡରୁ ଦୋଷ କାଢ଼ିବା ପାଇଁ ଚାଇନା ଉପରେ ଦୋଷ ଲଦିଦେଲେ। ବର୍ତ୍ତମାନ ପ୍ରଶ୍ନଉଠେ- ଯେଉଁଠି ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତିସ୍ଥଳ, ଅଧୁନା ସେଠାରେ ଲୋକେ ଶାନ୍ତିରେ ଜୀବନ କାଟୁଥିବାବେଳେ ଆମେ କାହିଁକି ମୃତ୍ୟୁ ପଞ୍ଜୁରିରେ ଛଟପଟ ହେଉଛେ? ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଯେପରି କରାଳ ରୂପ ଧାରଣ କରି ହଜାର ହଜାର ଜୀବନ ନେଇଚାଲିଛି, କୋଟି କୋଟି ଗରିବ, ଖଟିଖିଆ, ଶ୍ରମିକଙ୍କ ଜୀବିକା ଛଡ଼ାଇ ନେଲାଣି, ତା’ର କାରଣ ଆମେ। ଆମେ ଅର୍ଥାତ୍‌ ସାଧାରଣ ଲୋକେ ନୁହନ୍ତି, ଯେଉଁମାନେ ଜନତାଙ୍କ ସୁରକ୍ଷା ଦାୟିତ୍ୱ ବହନ କରିବାର ଶପଥ ନେଇ ଦେଶ ଶାସନ କରୁଛନ୍ତି ଓ ଉଚ୍ଚ ପଦପଦବୀରେ ଆସୀନ।
ଇଂଲଣ୍ଡ ଓ ଭାରତ କ୍ରିକେଟ ସିରିଜ୍‌ରେ ଖେଳାଯାଇଥିବା ଟେଷ୍ଟ, ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଲକ୍ଷାଧିକ ଦର୍ଶକଙ୍କ ସମାବେଶ ଘଟିଲା। ଖେଳାଳିଙ୍କର ସିନା କରୋନା ଟେଷ୍ଟ ହେଲା, କିନ୍ତୁ ଦର୍ଶକଙ୍କର ନୁହେଁ। ବିନା ମାସ୍କ ଓ ସାମାଜିକ ଦୂରତା ନ ଥିବା ଲକ୍ଷ ଲକ୍ଷ ଦର୍ଶକଙ୍କ ଦ୍ୱାରା କରୋନା ପ୍ରଥମ ନୀରବରେ କାୟା ବିସ୍ତାର କଲା। ଟୋକିଓରେ ହେବାକୁ ଥିଲା ଅଲିମ୍ପିକ୍‌, ବର୍ତ୍ତମାନ ସନ୍ଦେହରେ। ଭାରତର କ୍ରିକେଟ୍‌ ପରିଷଦକୁ ଅନୁମତି ମିଳିଲା କେମିତି। ଏ ପର୍ଯ୍ୟନ୍ତ ଏହା ବିରୋଧରେ କାହାରି ପ୍ରତିବାଦ ଉଠିଲାନି। ଆଇପିଏଲ୍‌ ମ୍ୟାଚ୍‌ରେ ଦର୍ଶକ ନ ଥାଇ ମଧ୍ୟ ପରୋକ୍ଷ ଭାବେ ଏହା କ୍ଷତି କଲା। ଯେଉଁ ଦେଶରେ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଦୈନିକ ଚାରିହଜାର ପାଖାପାଖି ଲୋକ ଆଖି ବୁଜୁଛନ୍ତି କରୋନାରେ, ମେଡିକାଲରେ ବେଡ୍‌ ନାହିଁ, ରୋଗୀ ଡାକ୍ତରଖାନାରୁ ଡାକ୍ତରଖାନା ବୁଲି ରାସ୍ତାରେ ପ୍ରାଣ ହରାଉଛନ୍ତି, ଅକ୍ସିଜେନ୍‌ର ଅଭାବ, ଟିକାର ଅଭାବ, ମୃତଦେହ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି, ସେଠାରେ କ୍ରିକେଟ ଖେଳ ହେଲା କ’ଣ ପାଇଁ?
କେରଳ, କର୍ନାଟକ, ଆସାମ, ପଶ୍ଚିମବଙ୍ଗ ଓ ପୁଡୁଚେରୀରେ ଯେଉଁ ଢଙ୍ଗରେ ନିର୍ବାଚନ ପ୍ରଚାର କରାଗଲା, ଲକ୍ଷ ଲକ୍ଷ ଲୋକଙ୍କ ସମାବେଶରେ ନା ଥିଲା ମୁହଁରେ ମାସ୍କ ନା ସାମାଜିକ ଦୂରତା। ଯେଉଁମାନଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ, ସେଇମାନେ ଏହାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କଲେ। କାହାରି ପ୍ରତିବାଦ ଆସିଲା ନାହିଁ। ନେତା ଓ ଜନତା ଭୁଲିଗଲେ କରୋନା ନିୟମ। ସେତେବେଳେ କ’ଣ କରୋନା ସମ୍ପୂର୍ଣ୍ଣ ବିଲୋପ ହୋଇଥିଲା? ‘ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ’ ଭଳି କଥା। ଘଟଣା ଘଟିଗଲା ପରେ ପୋଲିସ ଆସେ। ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଦୋଷ ଦେଉଛନ୍ତି। ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଯାଇପାରିଥିଲେ ଘଟଣା ଏତେବାଟ ଯାଇ ନ ଥା’ନ୍ତା।
ପ୍ରତି ୧୨ ବର୍ଷରେ ଥରେ ହରିଦ୍ୱାରଠାରେ କୁମ୍ଭମେଳା ଅନୁଷ୍ଠିତ ହୁଏ। ୨୦୧୦ରେ ହୋଇଥିବା କୁମ୍ଭମେଳା ୨୦୨୨ରେ ହେବା କଥା। ଏହାକୁ ଏକବର୍ଷ ପୂର୍ବରୁ କରାଇବା ପୁଣି କରୋନା ସମୟରେ, ଏହା କିପରି କଥା। ଏହି ମେଳାରେ ଅନେକ ଲକ୍ଷ ଭକ୍ତଙ୍କ ସମାଗମ ଓ କରୋନା ନିୟମକୁ କିପରି ଉଲ୍ଲଂଘନ କରାଗଲା ଏଥିପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଦାୟୀ। ଧର୍ମର ଦ୍ୱାହି ଦେଇ କୋଟି କୋଟି ଲୋକଙ୍କୁ ମରଣ ମୁହଁକୁ ଠେଲିଦେବା, କେଉଁ ଧର୍ମ ରକ୍ଷା କରିବ। ଆମର ଏପରି ଅପରିଣାମଦର୍ଶିତା କାର୍ଯ୍ୟ ପାଇଁ ବିଶ୍ୱ ନିକଟରେ ନିନ୍ଦିତ। ସ୍ବାଧୀନତା ନାମରେ ସ୍ବେଚ୍ଛାଚାରିତା ଚାଲିଛି। ଗଣତନ୍ତ୍ର ରାଷ୍ଟ୍ର ଭାରତରେ ସମସ୍ତଙ୍କ କଣ୍ଠରୋଧ ହୋଇଯାଇଛି। ଏସିଆରେ ଚିହ୍ନଟ ନୂଆ ମାମଲା ମଧ୍ୟରେ ୭୦% ଭାରତରେ। ଅମାନିଆଙ୍କ ଦୌରାତ୍ମ୍ୟ କମୁନାହିଁ। ଏମାନଙ୍କଠାରୁ ମାସକରେ କୋଟି କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ଆଇନ ଉଲ୍ଲଂଘନ କରି ଗିରଫ ହେଉଛନ୍ତି। ମାର୍କେଟ ଓ ସଂସ୍ଥା ସିଲ୍‌ ହେଉଛି । ଏହା ବ୍ୟତୀତ ହଜାର ହଜାର ଗାଡ଼ି ମଧ୍ୟ ଜବତ ହୋଇଛି।
ବିଗତ କେତେଦିନ ହେବ ଆମ ରାଜ୍ୟ ନୁହେଁ, ସାରା ଭାରତରେ ଟିକାର ଅଭାବ ଦେଖାଦେଇଛି। ପ୍ରଥମ ଟିକା ନେଇଥିବା ଲୋକେ ଦ୍ୱିତୀୟ ଟିକା ଠିକ୍‌ ସମୟରେ ପାଇବା ସନ୍ଦେହରେ। କେତେକ ଦେଶ ଟିକା ପାଇଁ ଆଡ୍‌ଭାନ୍ସ ଅର୍ଥ ଦେବାବେଳେ ଭାରତ ଚୁପ୍‌ ରହିଲା କାହିଁକି? ବର୍ତ୍ତମାନ ଏହି କରାଳ ମୃତ୍ୟୁ ଦାଉରୁ ବଞ୍ଚତ୍ବା ପାଇଁ ଟିକା ଏକମାତ୍ର ଉପାୟ। ଦେଶର ଦୂରଦୃଷ୍ଟିର ଅଭାବ ଯୋଗୁ ଆମକୁ ତା’ର ପରିଣାମ ଭୋଗିବାକୁ ପଡ଼ୁଛି। ଟିକା ନ ନେବା ପର୍ଯ୍ୟନ୍ତ ଲକ୍ଷ୍ମଣଙ୍କ ତିନିଗାର ମଧ୍ୟରେ ଆମକୁ ରହିବାକୁ ପଡ଼ିବ। ‘ତୋତେ ହିଁ ତୁହି ରକ୍ଷା କର’ ସମୟ ଉପସ୍ଥିତ। ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ସହିତ ସାମ୍‌ନା କରିବାକୁ ପଡ଼ୁଛି। ବିପଦ ନିଶ୍ଚୟ ଟଳିଯିବ, ଆମକୁ ଧୈର୍ଯ୍ୟ ତଥା ସତର୍କତା ସହିତ ଚଳିବାକୁ ହେବ। ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଜରୁରୀ। କିନ୍ତୁ ଏ ଜୀବ ଥିଲେ ସର୍ବ ପାଇ। ତେଣୁ ଜୀବନ ରକ୍ଷା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା,
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri