ବନ୍ଧୁକ ଦେଖାଇ ନେଇଯାଇଥିଲେ ଦେଢକୋଟିରୁ ଅଧିକ ଟଙ୍କା: ଏବେ ଧରାପଡିଲେ…

କଟକ,୧୩।୨(କାର୍ତ୍ତିକ ସାହୁ): ତିଗିରିଆଠାରେ ଘଟିଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଭ୍ୟାନ୍‌ ଲୁଟ୍‌ ମାମଲାରେ କଟକ ଗ୍ରାମାଞ୍ଚଳ ପୋଲିସ ୭ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କଠାରୁ ନଗଦ ୬୪,୪୫,୪୦୦ଟଙ୍କା, ୬ଟି ମୋବାଇଲ୍‌ ଫୋନ୍‌, ୩ଟି ଛୁରି ଓ ଗୋଟିଏ ଖେଳଣା ପିସ୍ତଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ତିଗିରିଆ ଥାନା ପଙ୍କଳ ଗ୍ରାମର କଲିମ ଖାନ୍‌ ଓରଫ ଜଗୁ ଓରଫ ସୁକୁଟା(୨୯), ରୋହଣ ଖାନ ଓରଫ ଡକ୍ଟର ଓରଫ ବାୟା(୨୮), ସାହିଦ୍‌ ଖାନ୍‌(୨୦), ଆଜିମୁଦ୍ଦିନ ଖାନ ଓରଫ ସୁରଜ ଓରଫ ଡନ୍‌, ପଣସ ପଡ଼ିଆର ସେକ୍‌ ସଲିଲ ଓରଫ ଅମଣ(୨୩), ମହମ୍ମଦ ନସରୁଲ୍ଲା ଓରଫ ପୁପୁନ୍‌(୩୩) ଏବଂ ନୂଆପାଟଣା ଗହମରସାହିର ଦୀପୁରଞ୍ଜନ ସେଠୀ ଓରଫ ଛୋଟା(୩୦)।
ସୂଚନା ଅନୁସାରେ, ୨୦୨୩ ନଭେମ୍ବର ୧୦ରେ ସିକ୍ୟୁର ଭାଲ୍ୟୁ କେସ୍‌ ମ୍ୟାନେ୍‌ଜମେଂଟ କମ୍ପାନିର କର୍ମଚାରୀମାନେ ୧,୬୭,୦୦୦,୦୦ ନଗଦ ଟଙ୍କା ଭ୍ୟାନ୍‌ (ଓଡି-0୨-ଏକ୍ସ-୬୭୪୬)ରେ ଲୋଡ୍‌ କରି ତିଗିରିଆରୁ କଟକ ଆସୁଥିଲେ। ଏ ସମସ୍ତ ଟଙ୍କା ତିଗିରିଆ ଅଂଚଳର ବିଭିନ୍ନ ଷ୍ଟେଟବ୍ୟାଙ୍କ ଏଟିଏମ୍‌ରୁ ଅଣାଯାଇଥିଲା। କର୍ମଚାରୀମାନେ ଟଙ୍କା ନେଇ ଆସୁଥିବା ବେଳେ ନୂଆସଡ଼କ-କଳାରଗଡ଼ା ରୋଡ୍‌ର ପୁରୁଣା ରାଇସ୍‌ ମିଲ୍‌ ନିକଟରେ ଅପରାହ୍ଣ ପ୍ରାୟ ୨ଟା ସମୟରେ ଏକ ଡକାୟତ ଦଳ ଭ୍ୟାନ୍‌କୁ ଅଟକାଇଥିଲେ। ସେମାନେ କର୍ମଚାରୀମାନଙ୍କୁ ପିସ୍ତଲ ଓ ଛୁରି ମୁନରେ ଭୟଭୀତ କରି ଟଙ୍କା ଡକାୟତି କରିଥିଲେ। ତତ୍‌ପରେ ସେମାନେ ଘଟଣାସ୍ଥଳରୁ ଏକ ସ୍କର୍ପିଓ ଏବଂ ୨ଟି ମୋଟର ସାଇକେଲରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏନେଇ ତିଗିରିଆ ଥାନାରେ କେସ୍‌ ନଂ ୨୨୬/୨୦୨୩ ରୁଜୁ ହୋଇଥିଲା। ଡିଏସ୍‌ପି ଅଶ୍ୱିନୀ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରି ମାମଲା ତଦନ୍ତ କରାଯାଇଥିଲା। ଘଟଣାର ଗମ୍ଭୀରତାକୁ ଦେଖି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା ତଦନ୍ତକୁ ସିଧାସଳଖ ତଦାରଖ କରିଥିଲେ। ଏଥିସହ ଅତିରିକ୍ତ ଏସ୍‌ପି ଦେବଦତ ବରାଳ କ୍ରମାଗତ ଭାବେ ମାମଲାର ତଦନ୍ତକୁ ମଧ୍ୟ ତଦାରଖ କରୁଥିଲେ। ତେବେ ତଦନ୍ତ ଚାଲୁ ରହିଛି। ଏହି ମାମଲାରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହା ତଦନ୍ତ ପରିସରଭୁକ୍ତ ରହିଛି। ଆଗାମୀ ଦିନରେ ଅଭିଯୁକ୍ତମାନଙ୍କ ଗିରଫଦାରି ଆହୁରି ବଢ଼ିବ ବୋଲି ଏସ୍‌ପି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri