Posted inଜାତୀୟ

Lok Sabha Elections 2024: ଦିଲ୍ଲୀରେ କଂଗ୍ରେସକୁ ଗୋଟିଏ ଆସନ ଦେବାକୁ କହିଲା ଏଏପି…

ନୂଆଦିଲ୍ଲୀ,୧୩।୨ : ଆମ ଆଦମୀ ପାର୍ଟି(ଏଏପି)ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ବୈଠକ ଶେଷ ହୋଇଛି। ସନ୍ଦୀପ କହିଛନ୍ତି ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମିଳିତ ହୋଇ ଲଢ଼ିବା ଉପରେ ମୁଖ୍ୟ ଆଲୋଚନା ହୋଇଛି। ସେ କହିଛନ୍ତି ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଭାଜପାକୁ ପରାସ୍ତ କରିବାକୁ ଇଣ୍ଡିଆ ସହଯୋଗୀ ଦଳ ସହ ଏକାଠି ହୋଇଛୁ।

ମିଳିତ ମଞ୍ଚର ଉଦ୍ଦେଶ୍ୟ ଦେଶର ସ୍ବାର୍ଥରେ। ତେଣୁ ଏଏପି ମିଳିତ ମଞ୍ଚର ଏକ ଅଂଶ ହୋଇ ରହିବ। କିନ୍ତୁ ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କଂଗ୍ରେସ ପକ୍ଷରୁ ବିଳମ୍ବ ହେଉଛି।

ଦୁଇଥର କଂଗ୍ରେସ ସହିତ ବୈଠକ ହୋଇଛି। କିନ୍ତୁ କୌଣସି ସିଦ୍ଧାନ୍ତ ନିଆଯାଇ ନାହିଁ। ଏହା ପରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହୋଇନାହିଁ। ଆମେ ଏହାକୁ ଅପେକ୍ଷା କରିଛୁ।

ଆମକୁ କୁହାଯାଇଥିଲା କଂଗ୍ରେସର ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଯୋଗୁ ବିଳମ୍ବ ହେଉଛି, କିନ୍ତୁ ବୈଠକ କେବେ ହେବ ତାହା କଂଗ୍ରେସ ନେତାମାନେ ମଧ୍ୟ କହିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ କିପରି ଜିତିବ ବୋଲି ପ୍ରଶ୍ନ ଉଠିଛି।

ଦିଲ୍ଲୀରେ କଂଗ୍ରେସକୁ ଏଏପି ଗୋଟିଏ ଆସନ ଦେବ। ଯଦି ଏହା ଉପରେ କୌଣସି ସିଦ୍ଧାନ୍ତ ନିଆ ନ ଯାଏ, ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏଏପି ଦିଲ୍ଲୀର ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ।

ସେ କହିଛନ୍ତି ଯେ ଆଜି ଦିଲ୍ଲୀରେ କଂଗ୍ରେସର ପରିସ୍ଥିତି କଂଗ୍ରେସ ପାଇଁ ଗୋଟିଏ ବି ଆସନ ଦେବାର ଆବଶ୍ୟକତା ନାହିଁ, କିନ୍ତୁ ମିଳିତ ମଞ୍ଚକୁ ଦୃଷ୍ଟିରେ ରଖି ସେମାନଙ୍କୁ ଗୋଟିଏ ଆସନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ସ୍ତ୍ରୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ଲୋକେ କହିଲେ ୫ଟା ଛୁଆ ପରେ…

ଉତ୍ତରପ୍ରଦେଶ,୬।୮ : ପ୍ରେମ ଦୁଇଟି ହୃଦୟର ମିଳନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଓ ତ୍ୟାଗର ଏକ ସୁନ୍ଦର ଅନୁଭୂତି । ପ୍ରେମରେ ଶବ୍ଦଠାରୁ ଅଧିକ ମୂଲ୍ୟବାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri