ଲାଗୁନି ସୂଚନା ଫଳକ

କେନ୍ଦୁଝର, ୧୨ା୪ (ସ୍ବ.ପ୍ର.) ସଦର ବ୍ଲକ ନେଲୁଙ୍ଗ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନବ ନିର୍ମିତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ହେଁ ଅଦ୍ୟାବଧି ସୂଚନାଫଳକ ଲଗାଯାଇ ନ ଥିବାରୁ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘର ନିର୍ମାଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ କେଉଁ ସ୍କିମ ରେ ଖର୍ଚ୍ଚ ହୋଇଛି କମିଟି ସଭ୍ୟା/ସଭ୍ୟ ଜାଣିନାହାନ୍ତି। ଏନେଇ କମିଟି ବୈଠକରେ ଆଲୋଚନା କରାଯାଇ ତୁରନ୍ତ ସୂଚନା ଫଳକ ଲଗାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇ ଜିଲା ପ୍ରଶାସନ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି ା ସେହିପରି ଉକ୍ତ ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ କାମକାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଛି। ବିଦ୍ୟାଳୟରେ ୮ ଟି ଶ୍ରେଣୀ ପାଇଁ ମାତ୍ର ୫ ଜଣ ଶିକ୍ଷକ /ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି ା ଫଳରେ ପାଠପଢା ସମସ୍ୟା ଦେଖାଦେଉଛି। ଏଣୁ ତୁରନ୍ତ ଜଣେ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ ନିଯୁକ୍ତି କରିବା ପାଇଁ ପ୍ରଶାସନଙ୍କୁ ଜଣାଇବା ପାଇଁ ପ୍ତସ୍ତାବ ଗୃହିତ ହୋଇଛି ା ସ୍ମାର୍ଟ କ୍ଲାସ ପାଇଁ ଉପକରଣ ଆସିଥିଲେ ହେଁ ଶ୍ରେଣୀ କକ୍ଷ ନ ଥିବାରୁ ବ୍ୟବହାର ହୋଇ ପାରୁନାହିଁ ା