ବାଣିଜ୍ୟ ପ୍ରତିଷ୍ଠାନରେ ଲାଗୁନି ଓଡ଼ିଆ ନାମଫଳକ

ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା)ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଶ୍ରମ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଜିଲାର ୨ ପୌର ପରିଷଦ ରାୟଗଡ଼ା, ଗୁଣପୁର ଓ ଗୁଡ଼ାରି ଏନ୍‌ଏସିରେ ବହୁ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ନାହିଁ। ହେଲେ ଶ୍ରମ ବିଭାଗର ଆନ୍ତରିକତା ଅଭାବ ଯୋଗୁ ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ପୌର ପରିଷଦରେ ରହିଥିବା କୌଣସି ବି ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗି ନ ଥିବା ଜଣାଯାଇଛି।
ଭାଷାକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଏ ନେଇ ଏପ୍ରିଲ ୧୧ ତାରିଖରେ ଚିଠି ନଂ. ୨୨୦୨ରେ ନିର୍ଦ୍ଦେଶ ରହିଥିଲା ଯେ, ପ୍ରତ୍ୟେକ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ରହିବ ା ଓଡ଼ିଆ ନାମଫଳକ ନ ଥିବା ବାଣିଜ୍ୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ତେବେ ବିଭାଗୀୟ ଅଧିକାରୀମାନେ ଚଢ଼ାଉକରି ଜରିମାନା ଆଦାୟ କରିବା ପରିବର୍ତ୍ତେ ବାଣିଜ୍ୟ ପ୍ରତିଷ୍ଠାନ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରାଉତ ୭ଟି ଅନୁଷ୍ଠାନ ଉପରେ ଚଢ଼ାଉ କରିଥିବା ବେଳେ ସେଥିରୁ ୨ଟି ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲଗାଇ ସରକାରୀ ପୋର୍ଟାଲ ପରେ ଶ୍ରମ ବିଭାଗ ପୋର୍ଟାଲରେ ତଥ୍ୟ ଅପ୍‌ଲୋଡ୍‌ କରାଯାଇଛି। ଅନ୍ୟ ୫ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ା ସେହିଭଳି ଅନ୍ୟ ଜଣେ ଶ୍ରମ ଅଧିକାରୀ ଗୋପାଳକୃଷ୍ଣ ମଙ୍ଗରାଜ ୫ଟି ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିବା ବେଳେ ସେଥିରୁ ୩ଟି ପ୍ରତିଷ୍ଠାନ ପରବର୍ତ୍ତୀ ସମୟରେ ନାମଫଳକ ଲଗାଇଥିବା ସୂଚନା ମିଳିଛି ା ଅନ୍ୟ ୨ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ା ହେଲେ ରାୟଗଡ଼ା ପୌର ପରିଷଦରେ ଏଭଳି ଶତାଧିକ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗି ନ ଥିବା ସତ୍ତ୍ୱେ ଶ୍ରମ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ସମସ୍ତଙ୍କୁ ଚକିତ କରିଛି। ଅପରପକ୍ଷେ ଗୁଣପୁର ପୌରାଞ୍ଚଳ ଓ ଗୁଡ଼ାରି ଏନ୍‌ଏସିରେ ମଧ୍ୟ ବହୁ ସଂଖ୍ୟାରେ ବାଣିଜ୍ୟ ପ୍ରତିଷ୍ଠାନ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଠାରେ କାର୍ଯ୍ୟାନୁଷ୍ଠାନ ଶୂନ ା
ସୂଚନାଯୋଗ୍ୟ, ଓଡ଼ିଶା ବାଣିଜ୍ୟ ଓ ପ୍ରତିଷ୍ଠାନ ୧୯୫୬ ଆକ୍ଟ ଅନୁଯାୟୀ ଓଡ଼ିଆ ନାମଫଳକ ଲାଗି ନ ଥିବା ବାଣିଜ୍ୟ ପ୍ରତିଷ୍ଠାନକୁ ୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ନିୟମ ରହିଛି ା ହେଲେ ଶ୍ରମ ବିଭାଗ ଏଥିପାଇଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ରାୟଗଡ଼ା ସହରର ବହୁ ପ୍ରତିଷ୍ଠାନରେ ଆଜି ବି ଓଡ଼ିଆ ନାମଫଳକ ଲାଗିନାହିଁ ା ସେହିଭଳି ଜିଲାର ବହୁ ବେସରକାରୀ ବିଦ୍ୟାଳୟରେ ମଧ୍ୟ ଓଡ଼ିଆ ନାମଫଳକ ଲାଗିନାହିଁ ା ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କୁ ପଚାରିବାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଆ ନାମଫଳକ ଲଗାଇବା ପାଇଁ ସମୟସୀମା ଦିଆଯାଇଥିଲା ା ଜୁଲାଇ ପହିଲାରୁ ଶ୍ରମ ବିଭାଗ ପକ୍ଷରୁ ପୁଣି ଥରେ ଏନ୍‌ଫୋର୍ସମେଣ୍ଟ ଆରମ୍ଭ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri