ୟୁରିଆ ଅଭାବ ଉଜାଡ଼ିବ ଚାଷ

ଗଁଦିଆ, ୩।୧୦: ଚଳିତ ବର୍ଷ ଖରିଫ ଧାନ ଉପରେ ଘନେଇବାରେ ଲାଗିଛି ବିପଦ। ପ୍ରଥମେ ସ୍ବଳ୍ପବୃଷ୍ଟି, ଏହାପରେ ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଏବେ ଧାନ ଗଛ ବଢ଼ିବା ବେଳକୁ ଦେଖାଦେଇଛି ୟୁରିଆର ଉତ୍କଟ ଅଭାବ। ଠିକ୍‌ ସମୟରେ ସାର ପ୍ରୟୋଗ ନ ହେଲେ ଥୋଡ଼ ବାହାରିବ ନାହିଁ। ଧାନ ସବୁ ଅଗାଡ଼ି ପାଲଟିଯିବ। ବର୍ଷକର ଝାଳବୁହା କଷ୍ଟ ବୃଥାରେ ଯିବ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଚାଷୀକୁଳ। ପରିବହନରେ ଅଧିକ ଖର୍ଚ୍ଚ ହେଉଥିବା କହି ସମବାୟ ସମିତିଗୁଡ଼ିକ ସାର କିଣିବା ଲାଗି କୁନ୍ଥୁକୁନ୍ଥୁ ହେଉଛନ୍ତି। ଏହାର ସୁଯୋଗରେ ଖୋଲାବଜାରରେ ସରକାରୀ ମୂଲ୍ୟଠାରୁ ଦୁଇଗୁଣା ଦରରେ ସାର ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ୟୁରିଆ ଯୋଗାଣ ଶୃଙ୍ଖଳ ସ୍ବାଭାବିକ ନ ହେଲେ ବ୍ଲକର ଧାନ ଫସଲ ଉଜୁଡ଼ିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକରେ ମୋଟ ୨୩ ହଜାର ୫୪୨ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ଚଳିତବର୍ଷ ୨୨ ହଜାର ୯୨୧ ହେକ୍ଟରରେ ବିଭିନ୍ନ ଚାଷ ହୋଇଛି। ଧାନ ଚାଷ ଉପଯୋଗୀ ୧୫ ହଜାର ୨୩୦ ହେକ୍ଟର ମଧ୍ୟରୁ ଚଳିତ ବର୍ଷ ୧୩ ହଜାର ୩୦୦ ହେକ୍ଟରରେ ଫସଲ କରାଯାଇଛି। ହେଲେ ବିହନ ବୁଣିବାଠାରୁ ଅଦ୍ୟାବଧି ଚାଷୀମାନେ ଧାରାବାହିକ ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମାର୍ଦ୍ଧରେ ବର୍ଷାଭାବ ଏବଂ ଅତିବୃଷ୍ଟିରେ ଫସଲ ପ୍ରଭାବିତ ହେବା ପରେ ଏଥିରୁ ମୁକୁଳିବାକୁ ଉଦ୍ୟମ କରୁଥିବା ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପାଲଟିଛି ୟୁରିଆ ଅଭାବ। ବ୍ଲକରେ ୧୫ ସେବା ସମବାୟ ସମିତି ୟୁରିଆ ଯୋଗାଣରେ ନିୟୋଜିତ ଥିବାବେଳେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା ଏବଂ ଆବଶ୍ୟକ ପରିମାଣର ସାର ନ ଆସିବା ସମସ୍ୟାକୁ ବହୁଗୁଣିତ କରିଦେଇଛି। ବଜାରରେ ସୃଷ୍ଟି ହୋଇଥିବା ସାରର କୃତ୍ରିମ ଅଭାବ ଅସାଧୁ ବ୍ୟବସାୟୀଙ୍କ ପାଇଁ ସୁଯୋଗ ଆଣିଛି। ସରକାରୀସ୍ତରରେ ୟୁରିଆ ବସ୍ତା ପିଛା ୨୬୬ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଖୋଲାବଜାରରେ ଏହା ୫୪୦ ଟଙ୍କାରେ ବିକ୍ରି ହେଉଛି। କେବଳ ୟୁରିଆ ନୁହେଁ, ଡିଏପି, ପଟାସ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ମାର୍କଫେଡ୍‌ ଜରିଆରେ ଯାଜପୁରରୁ ଢେଙ୍କାନାଳ ସମେତ ଗଁଦିଆକୁ ସାର ଯୋଗାଣ ହେଉଛି। ଚଳିତବର୍ଷ ସରକାରୀସ୍ତରରେ ମଞ୍ଜୁରୀପ୍ରାପ୍ତ କମ୍ପାନୀ ଆବଶ୍ୟକ ପରିମାଣର ସାର ଯୋଗାଇ ପାରିଲେ ନାହିଁ। ଅଭାବ ପୂରଣ ଲାଗି ଅଣମଞ୍ଜୁରୀପ୍ରାପ୍ତ କମ୍ପାନୀ ସାର ଯୋଗାଣ କରୁଛନ୍ତି। ଏହି ସାର ବଜାରରେ ଉପଲବ୍ଧ ହେଲେ ଚାଷୀଙ୍କ ଆବଶ୍ୟକତା ପୂରଣ ହୋଇପାରନ୍ତା। ହେଲେ ଅଣମଞ୍ଜୁରୀପ୍ରାପ୍ତ କମ୍ପାନୀ ସାର ପରିବହନରେ ଭଡ଼ା ଅଧିକ ପଡୁଥିବା ଆଳ କରି ସମବାୟ ସମିତି ଦାୟିତ୍ୱରୁ ମୁହଁ ଫେରାଇ ନେଉଛନ୍ତି। ସେବା ସମବାୟ ସମିତି ପକ୍ଷରୁ ସାରର ପ୍ରକୃତ ଆବଶ୍ୟକତା ସମ୍ପର୍କରେ ମାର୍କଫେଡ୍‌କୁ ଅବଗତ ମଧ୍ୟ କରାଯାଉନାହିଁ। ମାର୍କଫେଡ୍‌ କେବଳ ଆକଳନ କରି ସାର ଯୋଗାଉଛି। ଫଳରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଅନ୍ୟପଟେ ଜଣେ ସାର ବିକ୍ରତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଡିଲରମାନେ ପୁରୁଣା ସାର ବଜାରକୁ ନ ଛାଡ଼ି ଗୋଦାମରେ ମହଜୁଦ୍‌ ରଖୁଛନ୍ତି। ଫଳରେ କୃତ୍ରିମ ଅଭାବ ସୃଷ୍ଟି ହେଉଛି। ଡିଲରଙ୍କଠାରୁ ଆଣି ବିକ୍ରି କରିବାକୁ ପଡୁଛି। ତେଣୁ ୟୁରିଆ ଦର ବସ୍ତା ପିଛା ଦୁଇଗୁଣା ହୋଇଥିବା ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ପ୍ରମୋଦ କୁମାର ପ୍ରଧାନ କୁହନ୍ତି, ଯାଜପୁର ଜିଲାରୁ ବ୍ଲକକୁ ସାର ଯୋଗାଣ ପ୍ରଭାବିତ ହେଉଛି। ସରକାରୀ ମଞ୍ଜୁରୀପ୍ରାପ୍ତ ସାର ଆବଶ୍ୟକ ପରିମାଣରରେ ଉପଲବ୍ଧ ରହୁନାହିଁ। ଅଣମଞ୍ଜୁରୀପ୍ରାପ୍ତ ସାର ଆଣିବାରେ ଅଧିକ ପରିବହନ ଖର୍ଚ୍ଚ ପଡୁଥିବାରୁ ସମବାୟ ସମିତିଗୁଡ଼ିକ ସାର ଆଣି ସରକାରୀ ଦରରେ ବିକ୍ରି କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି।

ଧାନ ଅମଳ କମିବ

ଠିକ୍‌ ସମୟରେ ୟୁରିଆ ପ୍ରୟୋଗ ନ ହେଲେ ଥୋଡ଼ ବାହାରିବ ନାହିଁ। ଅମଳ କମିବା ସହ ଧାନ ଅଗାଡ଼ି ହୋଇଯିବ। ଚାଷୀଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ।
-ଲାଲା ଆଲୋକ ସିଂ, ଚାଷୀ

କୃତ୍ରିମ ଅଭାବ ସୃଷ୍ଟି ହୋଇଛି

ଚାଷୀମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଚାଷ କରୁଛନ୍ତି। ହେଲେ ଠିକ୍‌ ସମୟରେ ସାର ଯୋଗାଣ ହେଉନାହିଁ। ଫଳରେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେଉଛି।
-ମହେଶ୍ୱର ଭୂୟାଁ, ଚାଷୀ

ସମବାୟ ସମିତି ଗୁରୁତ୍ୱ ଦେଉନି

ଧାନ କିଣିବାରେ ସମବାୟ ସମିତି ପକ୍ଷରୁ ଯେଉଁଭଳି ତତ୍ପରତା ପ୍ରକାଶ ପାଉଛି, ସାର ଯୋଗାଣରେ ତାହା ଦେଖିବାକୁ ମିଳୁନାହିଁ। ଏଥିରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।
-ବାଇଧର ଚାନ୍ଦ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri