ଶିକ୍ଷକ, ଶ୍ରେଣୀଗୃହ ଅଭାବ, ପାଠପଢ଼ାରେ ବ୍ୟାଘାତ

ଡେରାବିଶ, ୧୦ା୯ (ସ୍ବ.ପ୍ର.): ଡେରାବିଶ ବ୍ଲକ ଛୋଟି ପଞ୍ଚାୟତ ରାମଚଣ୍ଡୀ ନୋଡାଲ ଶିକ୍ଷା ନିକେତନ ୫-ଟି ଯୋଜନାରେ ରୁପାନ୍ତରୀକରଣ କରାଯାଇଥିଲା। ଏହି କାମରେ ପ୍ରାୟ ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି। ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ହୋଇଥିବା ଏହି କାମର ଶୀଘ୍ର ସମାପ୍ତି ପାଇଁ ତତ୍‌କାଳୀନ ବିଦ୍ୟାଳୟ ପରିଚାଳନା କମିଟି ଏକାଧିକ ଲୋକଙ୍କୁ ନିଯୁକ୍ତି ଦେବାର ସ୍ଥିର କରିଥିଲା। ହେଲେ ବ୍ଲକ ପ୍ରଶାସନ କମିଟିକୁ ବେଖାତିର କରି ଜଣେ ଠିକାଦାରଙ୍କ ଦ୍ୱାରା କାମ କରାଇଥିବା ନେଇ ପୂର୍ବତନ ସରପଞ୍ଚ କୁମାର ଚନ୍ଦ୍ର ବଳ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ବିଜ୍ଞାନ ଲାବୋରୋଟୋରୀ ଗୃହ, ଲାଇବ୍ରେରୀ ଗୃହ, ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ପାଇଁ ସ୍ମାର୍ଟ କ୍ଲାସ ରୁମ୍‌, ନୂତନ ପରିଶ୍ରାଗାର ଓ ଶୋଚାଳୟ ଗୃହ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିସହ ସମସ୍ତ ଶ୍ରେଣୀ ଗୃହ, ଅଫିସ ଗୃହରେ ଟାଇଲ୍ସ ପକାଯିବା, ପୂରା ବିଦ୍ୟାଳୟ ପରିସରକୁ ଏକ ପ୍ରକାର ରଙ୍ଗ ଓ ବିଦ୍ୟାଳୟ ଭିତର ପରିସରରେ ଫେଭର ବ୍ଲକ ପକାଯାଇ କଳେବରକୁ ବଦଳା ଯାଇଥିଲା। ବିଦ୍ୟାଳୟ ପ୍ରବେଶ ପଥ ଅର୍ଥାତ ମୁଖ୍ୟ ଫାଟକକୁ ମଧ୍ୟ ଚକାଚକ ହୋଇଥିଲା। ମାତ୍ର ବିଦ୍ୟାଳୟର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପ୍ରଶାସନ ଏହାକୁ ବେଖାତିର କରୁଛି। ଏବେ ଏହି ବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥରେ ପାଣି ଜମି ରହୁଛି। ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ସମସ୍ୟା ଶିକ୍ଷାଦାନରେ ବ୍ୟାଘତ ସୃଷ୍ଟି କରିଛି।
ସ୍ଥାନୀୟ ଜନସାଧାରଣ ଓ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୯୫୬ରେ ଏହି ବିଦ୍ୟାନିକେତନ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି। ଏହି ବିଦ୍ୟା ନିକେତନରେ ଚଳିତ ବର୍ଷ ମୋଟ ୩୯୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶ୍ରେଣୀ ଗୃହ ସମସ୍ୟା ପାଇଁ ୧ମରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଶ୍ରେଣୀରେ ପାଠପଢା ଚାଲିଛି। ଅନ୍ୟ ସମସ୍ତ ଶ୍ରେଣୀ ଗୋଟିଏ ଗୋଟିଏ ଗୃହରେ ଚାଲିଛି। ନବମ ଶ୍ରେଣୀରେ ରହିଥିବା ୮୫ ଜଣ ଓ ଦଶମ ଶ୍ରେଣୀରେ ରହିଥିବା ୭୦ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦାଖୁନ୍ଦି ହୋଇ ବସି ପଢିବାକୁ ପଡୁଛି। ଅପରପକ୍ଷରେ ଏତେ ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷୟିତ୍ରୀଶିକ୍ଷକ ନ ଥିବାରୁ ପିଲାଙ୍କୁ ପାଠ ପଢାଇବା କଷ୍ଟଦାୟକ ହୋଇଯାଇଛି। ଏହି ଦୁଇ ସମସ୍ୟା ଏବେ ଛାତ୍ରୀଛାତ୍ରଙ୍କ ପାଠପଢାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ୨୦୧୬ମସିହାରୁ ଏହି ବିଦ୍ୟା ନିକେତନରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି। ଆଟର୍‌ସ ଗ୍ରାଜୁଏଟ୍‌ ଓ ଅନ୍ୟ ୩ ଶିକ୍ଷକ ପଦବୀ ମଧ୍ୟ ଦୀର୍ଘବର୍ଷ ହେଲା ଖାଲି ପଡିଛି। ବିଦ୍ୟାଳୟର କିରାଣି ପଦବୀ ଖାଲିପଡିଥିବା ବେଳେ ୩ ଜାଗାରେ ମାତ୍ର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀରେ ଚାଲିଛି। ବିଶେଷକରି ନିମ୍ନମାନର ରୂପାନ୍ତରଣ କାମ ଯୋଗୁ ବର୍ତ୍ତମାନ ବର୍ଷା ସମୟରେ ବିଦ୍ୟାଳୟ ପ୍ରବେଶ ପଥର ମୁଖ୍ୟ ଫାଟକ ଆଗରେ ବର୍ଷାପାଣି ଆଣ୍ଠୁଏ ଉଚ୍ଚର ଜମା ହୋଇ ରହିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ତୁରନ୍ତ ଶିକ୍ଷା ବିଭାଗ ଓ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ବିଷୟରେ ଜିଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ସେ ଏକ ମିଟିଂରେ ଥିବାରୁ ମତାମତ ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ବିଡିଓ ନମିତା ବାରିକଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲି। ମୁଖ୍ୟ ଫାଟକ ନିକଟରେ ଜମି ରହୁଥିବା ପାଣିକୁ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବାକୁ ଜିଲା ଓ ବ୍ଲକ ଶିକ୍ଷାଧିକାରୀ ପଦକ୍ଷେପ ନେବାକୁ ବିଡିଓ ବାରିକ ପରାମର୍ଶ ଦେଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri