ଶିକ୍ଷକ, ଶ୍ରେଣୀଗୃହ ଅଭାବ, ପାଠପଢ଼ାରେ ବ୍ୟାଘାତ

ଡେରାବିଶ, ୧୦ା୯ (ସ୍ବ.ପ୍ର.): ଡେରାବିଶ ବ୍ଲକ ଛୋଟି ପଞ୍ଚାୟତ ରାମଚଣ୍ଡୀ ନୋଡାଲ ଶିକ୍ଷା ନିକେତନ ୫-ଟି ଯୋଜନାରେ ରୁପାନ୍ତରୀକରଣ କରାଯାଇଥିଲା। ଏହି କାମରେ ପ୍ରାୟ ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି। ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ହୋଇଥିବା ଏହି କାମର ଶୀଘ୍ର ସମାପ୍ତି ପାଇଁ ତତ୍‌କାଳୀନ ବିଦ୍ୟାଳୟ ପରିଚାଳନା କମିଟି ଏକାଧିକ ଲୋକଙ୍କୁ ନିଯୁକ୍ତି ଦେବାର ସ୍ଥିର କରିଥିଲା। ହେଲେ ବ୍ଲକ ପ୍ରଶାସନ କମିଟିକୁ ବେଖାତିର କରି ଜଣେ ଠିକାଦାରଙ୍କ ଦ୍ୱାରା କାମ କରାଇଥିବା ନେଇ ପୂର୍ବତନ ସରପଞ୍ଚ କୁମାର ଚନ୍ଦ୍ର ବଳ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ବିଜ୍ଞାନ ଲାବୋରୋଟୋରୀ ଗୃହ, ଲାଇବ୍ରେରୀ ଗୃହ, ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ପାଇଁ ସ୍ମାର୍ଟ କ୍ଲାସ ରୁମ୍‌, ନୂତନ ପରିଶ୍ରାଗାର ଓ ଶୋଚାଳୟ ଗୃହ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିସହ ସମସ୍ତ ଶ୍ରେଣୀ ଗୃହ, ଅଫିସ ଗୃହରେ ଟାଇଲ୍ସ ପକାଯିବା, ପୂରା ବିଦ୍ୟାଳୟ ପରିସରକୁ ଏକ ପ୍ରକାର ରଙ୍ଗ ଓ ବିଦ୍ୟାଳୟ ଭିତର ପରିସରରେ ଫେଭର ବ୍ଲକ ପକାଯାଇ କଳେବରକୁ ବଦଳା ଯାଇଥିଲା। ବିଦ୍ୟାଳୟ ପ୍ରବେଶ ପଥ ଅର୍ଥାତ ମୁଖ୍ୟ ଫାଟକକୁ ମଧ୍ୟ ଚକାଚକ ହୋଇଥିଲା। ମାତ୍ର ବିଦ୍ୟାଳୟର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପ୍ରଶାସନ ଏହାକୁ ବେଖାତିର କରୁଛି। ଏବେ ଏହି ବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥରେ ପାଣି ଜମି ରହୁଛି। ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ସମସ୍ୟା ଶିକ୍ଷାଦାନରେ ବ୍ୟାଘତ ସୃଷ୍ଟି କରିଛି।
ସ୍ଥାନୀୟ ଜନସାଧାରଣ ଓ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୯୫୬ରେ ଏହି ବିଦ୍ୟାନିକେତନ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି। ଏହି ବିଦ୍ୟା ନିକେତନରେ ଚଳିତ ବର୍ଷ ମୋଟ ୩୯୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶ୍ରେଣୀ ଗୃହ ସମସ୍ୟା ପାଇଁ ୧ମରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଶ୍ରେଣୀରେ ପାଠପଢା ଚାଲିଛି। ଅନ୍ୟ ସମସ୍ତ ଶ୍ରେଣୀ ଗୋଟିଏ ଗୋଟିଏ ଗୃହରେ ଚାଲିଛି। ନବମ ଶ୍ରେଣୀରେ ରହିଥିବା ୮୫ ଜଣ ଓ ଦଶମ ଶ୍ରେଣୀରେ ରହିଥିବା ୭୦ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦାଖୁନ୍ଦି ହୋଇ ବସି ପଢିବାକୁ ପଡୁଛି। ଅପରପକ୍ଷରେ ଏତେ ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷୟିତ୍ରୀଶିକ୍ଷକ ନ ଥିବାରୁ ପିଲାଙ୍କୁ ପାଠ ପଢାଇବା କଷ୍ଟଦାୟକ ହୋଇଯାଇଛି। ଏହି ଦୁଇ ସମସ୍ୟା ଏବେ ଛାତ୍ରୀଛାତ୍ରଙ୍କ ପାଠପଢାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ୨୦୧୬ମସିହାରୁ ଏହି ବିଦ୍ୟା ନିକେତନରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି। ଆଟର୍‌ସ ଗ୍ରାଜୁଏଟ୍‌ ଓ ଅନ୍ୟ ୩ ଶିକ୍ଷକ ପଦବୀ ମଧ୍ୟ ଦୀର୍ଘବର୍ଷ ହେଲା ଖାଲି ପଡିଛି। ବିଦ୍ୟାଳୟର କିରାଣି ପଦବୀ ଖାଲିପଡିଥିବା ବେଳେ ୩ ଜାଗାରେ ମାତ୍ର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀରେ ଚାଲିଛି। ବିଶେଷକରି ନିମ୍ନମାନର ରୂପାନ୍ତରଣ କାମ ଯୋଗୁ ବର୍ତ୍ତମାନ ବର୍ଷା ସମୟରେ ବିଦ୍ୟାଳୟ ପ୍ରବେଶ ପଥର ମୁଖ୍ୟ ଫାଟକ ଆଗରେ ବର୍ଷାପାଣି ଆଣ୍ଠୁଏ ଉଚ୍ଚର ଜମା ହୋଇ ରହିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ତୁରନ୍ତ ଶିକ୍ଷା ବିଭାଗ ଓ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ବିଷୟରେ ଜିଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ସେ ଏକ ମିଟିଂରେ ଥିବାରୁ ମତାମତ ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ବିଡିଓ ନମିତା ବାରିକଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲି। ମୁଖ୍ୟ ଫାଟକ ନିକଟରେ ଜମି ରହୁଥିବା ପାଣିକୁ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବାକୁ ଜିଲା ଓ ବ୍ଲକ ଶିକ୍ଷାଧିକାରୀ ପଦକ୍ଷେପ ନେବାକୁ ବିଡିଓ ବାରିକ ପରାମର୍ଶ ଦେଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri