ଗଜପତିରେ ବାଲି ଅଭାବ, ନିର୍ମାଣ କାର୍ଯ୍ୟରେ ବାଧା

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲାରେ ଦେଖାଦେଇଛି ବାଲିର କୁତ୍ରିମ ଅଭାବ। ବଂଶଧାରା ନଦୀ ବାଲି ଉଠାଣର ଲିଜଧାରୀ ଅଧିକ ଲାଭ ପାଇଁ ମନମାନୀ କରି ଟିପର ଦ୍ବାରା ଦିନରାତି ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଟ୍ରାକ୍ଟର ଯୋଗେ ବାଲି ପରିବହନକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି। ଫଳରେ ଜିଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି ଓ ଗୋଷାଣୀ ବ୍ଲକରେ ବାଲି ଅଭାବ ଦେଖାଦେଇଛି। ଯାହାଦ୍ବାରା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି, ମନ୍ଥର ଗତିରେ ଚାଲିଛି ଜିଲାର ଉନ୍ନୟନ ମୂଳକ କାର୍ଯ୍ୟ। ବିଶେଷ ପ୍ରଭାବିତ ହେଉଛନ୍ତି ହଜାର ହଜାର ନିର୍ମାଣ ଶ୍ରମିକ ଓ ଠିକାଦାର। ଏଥିସହ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ବାଲି ଖାଦାନରେ ପୁରଣ କରାଯାଉଥିବା ଓ୍ବାଇ ଫର୍ମରେ ବ୍ୟାପକ ଅନିୟମିତତା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଉକ୍ତ ଫର୍ମରେ ପରିବହନ ହେଉଥିବା ବାଲିର ପରିମାଣ, ସ୍ଥାନ ତଥା ତାରିଖ ସମୟ ଠିକ ଭାବେ ଉଲ୍ଲେଖ ନକରି ବ୍ୟାପକ ପରିମାଣର ରାଜସ୍ବ ଠକି ନେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ବାଲି ଉଠାଣରେ ନିୟନ୍ତ୍ରଣ କରି ଠିକ ପରିମାଣର ରାଜସ୍ବ ଆଦାୟ ନିମନ୍ତେ ପ୍ରଶାସନ ପକ୍ଷରୁ ଖାଦାନ ସ୍ଥଳରେ ଓ୍ବାଇ ଫର୍ମ ପୂରଣ ବ୍ୟବସ୍ଥା କରାଯାଇଛି। ଯାହାର ତଥ୍ୟ ଲିଜଧାରୀ ସ୍ଥାନୀୟ ତହସିଲଦାରଙ୍କୁ ଜମା ଦେବାକୁ ପଡିଥାଏ। ଏହି ଓ୍ବାଇ ଫର୍ମରେ ପ୍ରଶାସନକୁ ହସ୍ତାନ୍ତର କରିବା ନକଲରେ ମିଥ୍ୟା ତଥ୍ୟ ଉଲ୍ଲେଖ କରାଯାଉଥିବା ବେଳେ ତହସିଲଦାର ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ବହୁବାର ଆନ୍ଦୋଳନ କରାଯାଇଛି। ଏ ନେଇ ପ୍ରଶାସନକୁ ଅବଗତ କରିବା ପରେ ଘଟଣାର ତଦନ୍ତ କରି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲା ପ୍ରଶାସନ କହିଛି। ଜିଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ, ବଂଶଧାରା ନଦୀର ବାଲି ଜିଲା ପ୍ରଶାସନର ଏକମାତ୍ର ରାଜସ୍ବ ଆଦାୟର କେନ୍ଦ୍ର ହୋଇଛି। ଏଥିସହ ୪ ବ୍ଲକର ନିର୍ମାଣ ଶ୍ରମିକ ଓ ଠିକାଦାରଙ୍କ ଏକମାତ୍ର ନିର୍ଭର ବଂଶଧାରା ନଦୀର ବାଲି ଖାଦାନର ଉପଯୁକ୍ତ ନିୟନ୍ତ୍ରଣ ଅତି ସମ୍ବେଦନଶୀଳ ହୋଇ ଉଠିଛି। ବଂଶଧାରା ନଦୀର ବାଲି ଖାଦାନରେ ବ୍ୟାପକ ରାଜସ୍ବ ଠକେଇ ଘଟଣା ସାମ୍ନାକୁ ଆସିଛି। ଘଟଣାର ପର୍ଦ୍ଧାଫାସ କରିଛି ବାଲି ନିଜେ ଉଠାଣରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ମାଲିକ ଓ କର୍ମଚାରୀ ସଂଘ। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ବାଲି ପରିବହନରେ ନିୟୋଜିତ ହେଉଥିବା ଟ୍ରାକ୍ଟର ଗୁଡ଼ିକୁ ନ ଦେଇ ବଡ଼ ବଡ଼ ଟିପର ଦ୍ୱାରା ଦିନରାତି ବାଲି ଉଠାଣ ଲିଜଧାରୀ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ବାଲି ଅଭାବ ଦେଖା ଦେଇଛି। ଏନେଇ ଗତ କିଛି ଦିନ ପୂର୍ବେ ଟ୍ରାକ୍ଟର ସଂଘ ଏକ ସ୍ମାରକ ପତ୍ରରେ ଉଲ୍ଲେଖ କରି ଜିଲାପାଳଙ୍କ ଅବଗତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri