କଂସା, ପିତ୍ତଳ ସାମଗ୍ରୀ ପାଇଁ କଞ୍ଚାମାଲ ଅଭାବ

ଖଣ୍ଡପଡ଼ା,୧୩ା୧( ଅଜୟ କୁମାର ମହାରଣା): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବ ପୀଠ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ହେଲେ ଏବେ କଞ୍ଚାମାଲର ଅଭାବ ଓ ଉପତ୍ାଦିତ ସାମଗ୍ରୀର ବଜାର ଚାହିଦା ହ୍ରାସ ପାଉଥିବାରୁ କାରିଗରମାନେ ହାତବାନ୍ଧି ବସିଛନ୍ତି। ଫଳରେ ଏହି ଶିଳ୍ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସରକାର ଏହି ଶିଳ୍ପର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ ଯୁବ ପିଢି ସେହି କାମ କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବାରୁ ରାଜ୍ୟର ହଜାରରୁ ଊର୍ଦ୍ଧ୍ୱ କାରିଗର ପରିବାର ସେମାନଙ୍କ ଜୀବିକା ହରାଇବା ଆଶଙ୍କା ପ୍ରକାଶ ପାଇଛି।
ନାନା ଦୁର୍ଦ୍ଦଶା ମଧ୍ୟ ଦେଇ ଗତି କରୁଛନ୍ତି ଓଡ଼ିଶାର କଂସାରୀ ସମାଜ। ସେମାନଙ୍କ ମଧ୍ୟରୁ ଅନେକ କାରିଗର ଆଜି ବାସଚ୍ୟୁତ। ନିଜର ଭିଟାମାଟି ଛାଡି କଂସାରୀ କାରିଗରମାନେ ନୟାଗଡ଼ ଜିଲାର କଣ୍ଟିଲୋ, ଖଳିସାହି, ଶରଣକୁଳ, ଇଟାମାଟି, ରାଜସୁନାଖଳା, ପୁରୀ ଜିଲାର ବାଳକାଟି, ଭଇଁଚୁଆ, କଟକ ଜିଲାର ଭଟିମୁଣ୍ଡା, ବିନ୍ଧାଣିମା, ଢେଙ୍କାନାଳର ଭୁବନ, ଇନ୍ଦୁପୁର, ଓଉଖମା ଆଦି ଅଞ୍ଚଳକୁ କର୍ମସଂସ୍ଥାନ ପାଇଁ ଚାଲି ଯାଉଛନ୍ତି। ଏମାନଙ୍କ ପିଲାମାନଙ୍କ ଭବିଷ୍ୟତ ଅମାଅନ୍ଧାର ମଧ୍ୟରେ ଗତି କରୁଛି। କାରଣ ସେମାନଙ୍କ ସାମୂହିକ ଉନ୍ନତି ପାଇଁ ରାଜ୍ୟ ସରକାର କୌଣସି ଧ୍ୟାନ ଦେଉନାହାନ୍ତି ବୋଲି କାରିଗରମାନେ ଅଭିଯୋଗ କରିଛନ୍ତି। ମାତ୍ର ସରକାରୀ ତଥା ଶିଳ୍ପ ବିଭାଗର ରେକର୍ଡ ଅନୁଯାୟୀ ବିଭିନ୍ନ ସମୟରେ ଏହି ଶିଳ୍ପ ଓ କଂସା ପିତ୍ତଳ କାରିଗରମାନଙ୍କ ଉନ୍ନତି ତଥା ବିକାଶ ଲକ୍ଷ୍ୟରେ ବିପୁଳ ଅନୁଦାନ ମଞ୍ଜୁର କରାଯାଇଛି। ହେଲେ ଆଜିର ଯୁବ ପିଢି ଏହି କଷ୍ଟସାଧ୍ୟ ପାରମ୍ପରିକ କଳାକୃତି ପ୍ରତି ବିମୁଖ ହୋଇ ଅଳ୍ପ ପରିଶ୍ରମରେ ତଥା ସହଜ ଉପାୟରେ କିପରି ଅଧିକ ଉପାର୍ଜନ କରିପାରିବେ ତାହା ଚିନ୍ତା କରି ଅନ୍ୟତ୍ର ଚାଲି ଯାଇଛନ୍ତି।
ସ୍ବାଧୀନତାର ବହୁ ପୂର୍ବରୁ ଏହି କାରିଗରମାନେ ଦିନକୁ ୧୨ରୁ ୧୪ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ଶାଳ ପାଖରେ ରହି ତତଲା କଂସା ଓ ପିତ୍ତଳ ଘଟିକୁ ୪ରୁ ୫ ଜଣ ମିଳିତ ଭାବେ ତାଳ ମେଳ ରଖି ହାତୁଡି ପ୍ରହାର କରି ବାସନ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ହାତୁଡି ପ୍ରହାରରେ ତାଳମେଳ ନ ରହିଲେ ଅଘଟଣ ଘଟିବାର ଆଶଙ୍କା ଥିଲା। କିନ୍ତୁ ଏବେ କଞ୍ଚାମାଲର ଅଭାବ ଓ ଉପତ୍ାଦିତ ସାମଗ୍ରୀର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏ କ୍ଷେତ୍ରରେ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ପୁରୁଖା କାରିଗରମାନେ କହିଛନ୍ତି। ଅପରପକ୍ଷେ ପୁରାତନ ଏହି ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଶିଳ୍ପ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ କହୁଥିବା ବେଳେ ଏଥିପ୍ରତି ସେତେଟା ଆନ୍ତରିକତା ଥିବାପରି ମନେ ହୁଏନା। ନୂତନ ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ତାଲିମ କେନ୍ଦ୍ରରେ ଜ୍ଞାନ କୌଶଳ ପ୍ରଦାନ କରିବା ଦିଗରେ ସରକାରୀସ୍ତରରେ ଯୋଜନାମାନ ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରାରମ୍ଭିକସ୍ତରରେ ନାବାର୍ଡ ପକ୍ଷରୁ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇ କଣ୍ଟିଲୋରେ ୬୦ ଜଣ ଯୁବ କାରିଗରଙ୍କୁ ତାଲିମ ପ୍ରଦାନ କରାଯାଇଛି। ମାତ୍ର ତାଲିମର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ହେବ ସେଥିପ୍ରତି ସନ୍ଦିହାନ। ଅନ୍ୟପକ୍ଷେ ତାଲିମ ନେଇଥିବା ପିଲାମାନଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର ଏକାଠି କରି ନୂତନ ଜ୍ଞାନ କୌଶଳରେ କଂସା ପିତ୍ତଳ ବାସନ ଶିଳ୍ପର ଅଭିବୃଦ୍ଧି କରିପାରିଲେ ଏହି ଶିଳ୍ପର ବିକାଶ ହୋଇପାରନ୍ତା ବୋଲି ନିଖିଳ ଉତ୍କଳ କଂସାରୀ ସମାଜର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା ଓ ନୟାଗଡ଼ ଜିଲା ଶିଳ୍ପୀ ମହାସଂଘର ସଭାପତି ଦଣ୍ଡପାଣି ସାହୁ କହିଛନ୍ତି। ଏହା ଛଡା ଆଜିର ଯୁବ ପିଢି ତଥା ଯୁବ କାରିଗରମାନେ ଯଦି ନୂତନ ଜ୍ଞାନ କୌଶଳ ପ୍ରତି ଦୃଷ୍ଟି ଦେଇ ନିଜ କୌଳିକ ବୃତ୍ତିକୁ ଆପଣେଇ ନିଅନ୍ତେ ତେବେ ପୁରାତନ ଐତିହ୍ୟ ଉଜ୍ଜୀବିତ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏ ଶିଳ୍ପର ଅଭିବୃଦ୍ଧି ଓ କାରିଗରମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ଓ ପ୍ରୋତ୍ସାହନ ଯୋଗାଇଦେବା ସହ ଯୁବ କାରିଗରମାନଙ୍କୁ ଠିକ ଭାବେ ତାଲିମ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନ୍ୟଥା ଓଡ଼ିଶାର ଏକ ପୁରାତନ ହସ୍ତ ଶିଳ୍ପ ସମ୍ପୂର୍ଣ୍ଣ ଭାବେ ବୁଡିଯିବ ବୋଲି ସେମାନେ କହିଛନ୍ତି।
ଏ ସମ୍ପର୍କରେ ନୟାଗଡ଼ ଜିଲା ଶିଳ୍ପ ଅଧିକାରୀ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସମ୍ପ୍ରତି ରାଜ୍ୟ ସରକାର କାରିଗରମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି। କଣ୍ଟିଲୋ ପଞ୍ଚାୟତ ଅଧୀନ ପାଣୁସାହୁ ପାଟଣା ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି ପରିସରରେ ୪.୯୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନରେ ନିର୍ମିତ କଂସା ପିତ୍ତଳ ଓ କାଠ ଶିଳ୍ପ ପ୍ରକଳ୍ପ ଦୀର୍ଘଦିନ ହେଲା କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ। ଏହି ଶିଳ୍ପ ଉପରେ ଉପକୃତ ହେବାର ଆଶା ବାନ୍ଧିଥିବା ଶତାଧିକ କାରିଗର ଆଶା ଆଶଙ୍କା ମଧ୍ୟରେ ଗତି କରୁଛନ୍ତି ବୋଲି ନୟାଗଡ଼ ଜିଲା ଓଡ଼ିଶା ବିକାଶ ପରିଷଦ(ହସ୍ତଶିଳ୍ପ) ଜେନେରାଲ କାଉନସିଲର ପବିତ୍ର କୁମାର ମହାରଣା କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri