ଡିସେମ୍ବରରେ ସୁନା ଆମଦାନୀ ହ୍ରାସ

ନୂଆଦିଲ୍ଲୀ,୧୩।୧:ଦୀର୍ଘ ବର୍ଷ ହେବ ଭାରତର ସୁନା ଆମଦାନୀ ଅନ୍ୟ ଆମଦାନୀ ଦେଶ ତୁଳନାରେ ବେଶ୍‌ ଅଧିକ ଓ ରେକର୍ଡ ସ୍ତରରେ ରହୁଥିଲା। ହେଲେ ୨୦୨୨ ଡିସେମ୍ବରରେ ଦେଶର ସୁନା ଆମଦାନୀ ହଠାତ୍‌ କମିଯାଇଛି। ଏପରିକି ୨୦୨୧ର ସମାନ ଅବଧି ତୁଳନାରେ ଏହି ପରିମାଣ ୭୯% କମ୍‌ ବୋଲି କୁହାଯାଉଛି। ବିଶେଷ କରି ଘରୋଇ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଥିବାରୁ ଗ୍ରାହକଙ୍କ ମଧ୍ୟରେ ଚାହିଦା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ସେହିଭଳି ଗତ ବର୍ଷ ଡିସେମ୍ବରରେ ବିଭିନ୍ନ ଜାତୀୟ ସମସ୍ୟା ଓ ପାର୍ବଣ ଋତୁ ନ ଥିବାରୁ ସୁନା କ୍ରୟ ଚାହିଦା ମଧ୍ୟ ବ୍ୟାପକ ପରିମାଣରେ ହ୍ରାସ ପାଇଛି। ଅପରପକ୍ଷରେ ସୁନା ବଜାର ଚାହିଦା କମ୍‌ ଥିବାରୁ ଆମଦାନୀ ମଧ୍ୟ ସେହି ତୁଳନାରେ ହ୍ରାସ ପାଇଥିବା ଆକଳନ କରାଯାଉଛି। ସେହିପରି ୨୦୨୧ ଡିସେମ୍ବରରେ ଭାରତର ସୁନା ଆମଦାନୀ ୯୫ ଟନ୍‌ ଥିବାବେଳେ ୨୦୨୨ ଡିସେମ୍ବରରେ ତାହା ମାତ୍ର ୨୦ଟନ୍‌କୁ କମି ଆସିଥିଲା। ଏପରିକି ହଠାତ୍‌ ସୁନା ଆମଦାନୀ ଏତେ ପରିମାଣର ହ୍ରାସ ପାଇବାରୁ ବଜାର ବିଶେଷଜ୍ଞମାନଙ୍କୁ ବି ଆଶ୍ଚର୍ଯ୍ୟ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ସୁନା ମୂଲ୍ୟ ବୃଦ୍ଧି ଆମଦାନୀ ହ୍ରାସର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଉଭୟ ବଜାର ଓ ସୁନା ମୂଲ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୧ ଡିସେମ୍ବରରେ ଭାରତ ୪.୭୩ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ କରିଥିବାବେଳେ ୨୦୨୨ ଡିସେମ୍ବରରେ ୧.୧୮ ବିଲିୟନ ଡଲାରର ସୁନା ଆମଦାନୀ କରିଥିଲା। ଉଲ୍ଲେଖଯୋଗ୍ୟ, ଭାରତ ବିଶ୍ବର ୨ୟ ବୃହତ୍ତମ ସୁନା ଆମଦାନୀକାରୀ ହୋଇଥିବାବେଳେ ଏଥିପାଇଁ ବିପୁଳ ପରିମାଣରେ ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥାଏ। ଏଣୁ ସୁନା ଆମଦାନୀ କମିବା ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ପାଇଁ ଶୁଭଙ୍କର ବୋଲି ଅର୍ଥ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସୂଚନାଯୋଗ୍ୟ, ଆମଦାନୀ ହ୍ରାସ ମଧ୍ୟ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାରେ ବେଶ୍‌ ସହାୟକ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?