ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହି ପ୍ରଳୟଙ୍କରୀ ବନ୍ୟାକୁ ୨ ବର୍ଷ ପୂରିଛି। ପୁଣି ଏକ ବନ୍ୟା ଆସିଛି। ଗତ ୧୭ ବର୍ଷ ମଧ୍ୟରେ ଏହାକୁ ମିଶାଇ ପ୍ରାୟ ୭ଟି ବନ୍ୟା ହୋଇଛି। ହେଲେ ସରକାର ଏହି ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଥିବା କୁହାଯାଉଛି। ବିଭିନ୍ନ ସହରରେ ସୌନ୍ଦର୍ଯ୍ୟକରଣ, ଉନ୍ନତିମୂଳକ କାର୍ଯ୍ୟ ଆଦିକୁ ଗୁରୁତ୍ୱ ଦିଆଯାଉଥିବାବେଳେ ବନ୍ୟା ଦୁର୍ଗତଙ୍କ ଜୀବନ ରକ୍ଷା ପାଇଁ ଏଯାଏ କୌଣସି ଆଖିଦୃଶିଆ ଯୋଜନା ହୋଇ ପାରିନାହିଁ ବୋଲି ବନ୍ୟା ବିପନ୍ନ ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ କେତେକ ଅନୁଷ୍ଠାନ ମତବ୍ୟକ୍ତ କରିଛନ୍ତି।
ଯାଜପୁର ଜିଲା ଦେଇ ବ୍ରାହ୍ମଣୀ, ବୈତରଣୀ, ବୁଡ଼ା, ଖରସ୍ରୋତା ଓ ବିରୂପା ଆଦି ନଦୀ ପ୍ରବାହିତ ହୋଇଛି। ବ୍ରାହ୍ମଣୀ ନଦୀକୁ ମୁଖ୍ୟତଃ ଚିରସ୍ରୋତା କରାଯିବା ପାଇଁ ୧୯୫୬ରୁ ଦାବି ହୋଇ ଆସୁଥିଲେ ହେଁ ରାଜନୈତିକ ଆନ୍ତରିକତାର ଅଭାବରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ବନ୍ୟା ନିୟନ୍ତ୍ରଣ ପାଇଁ ଏହି ନଦୀଗୁଡିକରେ ସମନ୍ବିତ ନଦୀ ପରିଚାଳନା, ବ୍ୟାରେଜ ଆଦି ଯୋଜନା ମଧ୍ୟ ପ୍ରତିଶ୍ରୁତିରେ ଅଟକିଛି ା ଏହାବାଦ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ ଜିଲାର ବରୀ, ସୁଜନପୁର, ବିଞ୍ଝାରପୁର, ଜେନାପୁର ଅଞ୍ଚଳର ଲୋକମାନେ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବିକରି ଆସୁଛନ୍ତି। ତେଣୁ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ କରିବାକୁ ସରକାର ଅତି ଗୁରୁତର ଭାବେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରୁଥିଲେ ବି କେହି ଶୁଣି ନାହାନ୍ତି। କେବଳ ନିଜ ସମର୍ଥିତ କେତେକ ପ୍ରଭାବଶାଳୀ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ବିପୁଳ ଅର୍ଥ ବ୍ୟୟବରାଦ କରାଯାଉଛି। ଯାଜପୁର ଜିଲାର ବୈତରଣୀ ବାମପାର୍ଶ୍ୱ ନଦୀ ଶଯ୍ୟାକୁ ପୋତି କେତେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଏନେଇ ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଏନଜିଟିରେ ମାମଲା ମଧ୍ୟ ରୁଜୁ ହୋଇଛି। ବୈତରଣୀ ନଦୀଶଯ୍ୟାରେ ବିିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବାରୁ ନଦୀପଥ ସଙ୍କୁଚିତ ହୋଇ ପାଣିର ସ୍ରୋତ ଆହୁରି ଜୋର ହେଉଛି। ଫଳରେ ତଳମୁଣ୍ଡରେ ଥିବା ନଦୀବନ୍ଧ ଦୁର୍ବଳ ହେବା ସହ ନଦୀପଥ ପରିବର୍ତ୍ତିନ ଏବଂ ବନ୍ୟା ଆଶଙ୍କା ରହୁଛି ବୋଲି କମିଟି ପକ୍ଷରୁ ଏନଜିଟିରେ ୩୪/୨୦୨୧/ଇଜେଡରେ ଏକ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷେ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ, ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କିମି ବନ୍ଧ ଓ ଅପର ପାର୍ଶ୍ୱରେ ୧୮୦ କିମି ବନ୍ଧ ନିର୍ମାଣ ହୋଇଛି ା କିନ୍ତୁ ଏହି ନଦୀବନ୍ଧଗୁଡିକର ଏ ଯାବତ ସୁଦୃଢୀକରଣ କରାଯାଇ ପାରିଲା ନାହିଁ। ବନ୍ୟା ସୁରକ୍ଷିତ ଅଞ୍ଚଳକୁ ବନ୍ୟା ସମୟରେ ଅନୂ୍ୟନ୍ୟ ୨୪ ଟି ଫୁକାର କରାଯାୟୀ କୃଷି ଉପଯୋଗୀ ଜମିକୁ ଉର୍ବର କରାଯାଇପାରନ୍ତା ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମ୍‌ରେ ୨୨ଟି ନାଳ ଦ୍ୱାରା ସଂଯୋଗୀ କରଣ କରାଗଲେ ବନ୍ୟାର ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବହି ଯାଉଥିବାରୁ ଖରସ୍ରାତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଁଏ ଚେକଡ୍ୟାମ କରାଯିବାକୁ ବହୁ ଦିନରୁ ଦାବି ହୋଇ ଆସୁଅଛି। ଜଳସମ୍ପଦ ବିଭାଗ କମିଶନର ଦେଇଥିବା ପ୍ରତିଶ୍ରୁତି ବ୍ରାହ୍ମଣୀ ନଦୀକୁ ଚିରସୋ୍ରତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡା ମଧ୍ୟରେ ୪ଟି ବ୍ୟାରେଜ ନିର୍ମାଣ ଆଦି ଅସମାହିତ ରହିଛି। ସେହିପରି ବୈତରଣୀ ନଦୀ ଉପରମୁଣ୍ଡରେ ଆନନ୍ଦପୁର ବ୍ୟାରେଜ ନିର୍ମାଣ ଅଧାରେ ଅଟକିଛି। ଏଭଳି ଅନେକ ଯୋଜନା ପ୍ରସ୍ତାବରେ ସୀମିତ ରହିଥିବାରୁ ବନ୍ୟା ଦୁର୍ଗତଙ୍କ ଜୀବନ ବିପଦାପନ୍ନ ହେଉଛି।
ଦଶରଥପୁର ବ୍ଲକ ନୂଆଶାସନର ବନ୍ୟା ଦୁର୍ଗତ ହୃଷୀକେଶ ନାୟକ କୁହନ୍ତି, ଅଞ୍ଚଳର ଅଧିକାଂଶ ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। କେତେକ ଥିଲାବାଲା ଲୋକ ପକ୍କା ଘର ପାଉଥିବାବେଳେ ଗରିବ ଲୋକ କଚ୍ଚା ଘରେ ରହୁଛନ୍ତି। ତେଣୁ ବନ୍ୟା ହେଲେ କଚ୍ଚା ଘର ଭାଙ୍ଗିଯିବା ସହିତ ସେମାନେ ବାସହରା ହେଉଛନ୍ତି। ପଛପଡ଼ା ଗ୍ରାମର କମଳାକାନ୍ତ ଗୋଚ୍ଛାୟତ କୁହନ୍ତି, ବନ୍ୟା ପ୍ରପୀଡ଼ିତଙ୍କ ପାଇଁ କିଛି ଯୋଜନା ନାହିଁ। ଏପରିକି ଏଠାରେ ବନ୍ୟା ଆଶ୍ରୟସ୍ଥଳୀଟିଏ ବି ନିର୍ମାଣ ହୋଇପାରିଲା ନାହିଁ। ବିଭିନ୍ନ ସ୍ଥାନରେ ଉନ୍ନତି ନାମରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ବନ୍ୟାଞ୍ଚଳକୁ ଅଣଦେଖା କରାଯାଉଛି। ରିଲିଫ ବଣ୍ଟନରେ ନିୟୋଜିତ ଥିବା ଲାୟନ୍ସ କ୍ଲବର କର୍ମକର୍ତ୍ତା ପ୍ରଲୁବ୍ଧ ଜେନା କୁହନ୍ତି, ଯାଜପୁର ଜିଲାରେ ବନ୍ୟା ଚିର ସହଚର ହୋଇଛି। ଏହାର ମୁକାବିଲା କରିବାକୁ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri