ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହି ପ୍ରଳୟଙ୍କରୀ ବନ୍ୟାକୁ ୨ ବର୍ଷ ପୂରିଛି। ପୁଣି ଏକ ବନ୍ୟା ଆସିଛି। ଗତ ୧୭ ବର୍ଷ ମଧ୍ୟରେ ଏହାକୁ ମିଶାଇ ପ୍ରାୟ ୭ଟି ବନ୍ୟା ହୋଇଛି। ହେଲେ ସରକାର ଏହି ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଥିବା କୁହାଯାଉଛି। ବିଭିନ୍ନ ସହରରେ ସୌନ୍ଦର୍ଯ୍ୟକରଣ, ଉନ୍ନତିମୂଳକ କାର୍ଯ୍ୟ ଆଦିକୁ ଗୁରୁତ୍ୱ ଦିଆଯାଉଥିବାବେଳେ ବନ୍ୟା ଦୁର୍ଗତଙ୍କ ଜୀବନ ରକ୍ଷା ପାଇଁ ଏଯାଏ କୌଣସି ଆଖିଦୃଶିଆ ଯୋଜନା ହୋଇ ପାରିନାହିଁ ବୋଲି ବନ୍ୟା ବିପନ୍ନ ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ କେତେକ ଅନୁଷ୍ଠାନ ମତବ୍ୟକ୍ତ କରିଛନ୍ତି।
ଯାଜପୁର ଜିଲା ଦେଇ ବ୍ରାହ୍ମଣୀ, ବୈତରଣୀ, ବୁଡ଼ା, ଖରସ୍ରୋତା ଓ ବିରୂପା ଆଦି ନଦୀ ପ୍ରବାହିତ ହୋଇଛି। ବ୍ରାହ୍ମଣୀ ନଦୀକୁ ମୁଖ୍ୟତଃ ଚିରସ୍ରୋତା କରାଯିବା ପାଇଁ ୧୯୫୬ରୁ ଦାବି ହୋଇ ଆସୁଥିଲେ ହେଁ ରାଜନୈତିକ ଆନ୍ତରିକତାର ଅଭାବରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ବନ୍ୟା ନିୟନ୍ତ୍ରଣ ପାଇଁ ଏହି ନଦୀଗୁଡିକରେ ସମନ୍ବିତ ନଦୀ ପରିଚାଳନା, ବ୍ୟାରେଜ ଆଦି ଯୋଜନା ମଧ୍ୟ ପ୍ରତିଶ୍ରୁତିରେ ଅଟକିଛି ା ଏହାବାଦ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ ଜିଲାର ବରୀ, ସୁଜନପୁର, ବିଞ୍ଝାରପୁର, ଜେନାପୁର ଅଞ୍ଚଳର ଲୋକମାନେ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବିକରି ଆସୁଛନ୍ତି। ତେଣୁ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ କରିବାକୁ ସରକାର ଅତି ଗୁରୁତର ଭାବେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରୁଥିଲେ ବି କେହି ଶୁଣି ନାହାନ୍ତି। କେବଳ ନିଜ ସମର୍ଥିତ କେତେକ ପ୍ରଭାବଶାଳୀ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ବିପୁଳ ଅର୍ଥ ବ୍ୟୟବରାଦ କରାଯାଉଛି। ଯାଜପୁର ଜିଲାର ବୈତରଣୀ ବାମପାର୍ଶ୍ୱ ନଦୀ ଶଯ୍ୟାକୁ ପୋତି କେତେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଏନେଇ ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଏନଜିଟିରେ ମାମଲା ମଧ୍ୟ ରୁଜୁ ହୋଇଛି। ବୈତରଣୀ ନଦୀଶଯ୍ୟାରେ ବିିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବାରୁ ନଦୀପଥ ସଙ୍କୁଚିତ ହୋଇ ପାଣିର ସ୍ରୋତ ଆହୁରି ଜୋର ହେଉଛି। ଫଳରେ ତଳମୁଣ୍ଡରେ ଥିବା ନଦୀବନ୍ଧ ଦୁର୍ବଳ ହେବା ସହ ନଦୀପଥ ପରିବର୍ତ୍ତିନ ଏବଂ ବନ୍ୟା ଆଶଙ୍କା ରହୁଛି ବୋଲି କମିଟି ପକ୍ଷରୁ ଏନଜିଟିରେ ୩୪/୨୦୨୧/ଇଜେଡରେ ଏକ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷେ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ, ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କିମି ବନ୍ଧ ଓ ଅପର ପାର୍ଶ୍ୱରେ ୧୮୦ କିମି ବନ୍ଧ ନିର୍ମାଣ ହୋଇଛି ା କିନ୍ତୁ ଏହି ନଦୀବନ୍ଧଗୁଡିକର ଏ ଯାବତ ସୁଦୃଢୀକରଣ କରାଯାଇ ପାରିଲା ନାହିଁ। ବନ୍ୟା ସୁରକ୍ଷିତ ଅଞ୍ଚଳକୁ ବନ୍ୟା ସମୟରେ ଅନୂ୍ୟନ୍ୟ ୨୪ ଟି ଫୁକାର କରାଯାୟୀ କୃଷି ଉପଯୋଗୀ ଜମିକୁ ଉର୍ବର କରାଯାଇପାରନ୍ତା ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମ୍‌ରେ ୨୨ଟି ନାଳ ଦ୍ୱାରା ସଂଯୋଗୀ କରଣ କରାଗଲେ ବନ୍ୟାର ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବହି ଯାଉଥିବାରୁ ଖରସ୍ରାତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଁଏ ଚେକଡ୍ୟାମ କରାଯିବାକୁ ବହୁ ଦିନରୁ ଦାବି ହୋଇ ଆସୁଅଛି। ଜଳସମ୍ପଦ ବିଭାଗ କମିଶନର ଦେଇଥିବା ପ୍ରତିଶ୍ରୁତି ବ୍ରାହ୍ମଣୀ ନଦୀକୁ ଚିରସୋ୍ରତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡା ମଧ୍ୟରେ ୪ଟି ବ୍ୟାରେଜ ନିର୍ମାଣ ଆଦି ଅସମାହିତ ରହିଛି। ସେହିପରି ବୈତରଣୀ ନଦୀ ଉପରମୁଣ୍ଡରେ ଆନନ୍ଦପୁର ବ୍ୟାରେଜ ନିର୍ମାଣ ଅଧାରେ ଅଟକିଛି। ଏଭଳି ଅନେକ ଯୋଜନା ପ୍ରସ୍ତାବରେ ସୀମିତ ରହିଥିବାରୁ ବନ୍ୟା ଦୁର୍ଗତଙ୍କ ଜୀବନ ବିପଦାପନ୍ନ ହେଉଛି।
ଦଶରଥପୁର ବ୍ଲକ ନୂଆଶାସନର ବନ୍ୟା ଦୁର୍ଗତ ହୃଷୀକେଶ ନାୟକ କୁହନ୍ତି, ଅଞ୍ଚଳର ଅଧିକାଂଶ ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। କେତେକ ଥିଲାବାଲା ଲୋକ ପକ୍କା ଘର ପାଉଥିବାବେଳେ ଗରିବ ଲୋକ କଚ୍ଚା ଘରେ ରହୁଛନ୍ତି। ତେଣୁ ବନ୍ୟା ହେଲେ କଚ୍ଚା ଘର ଭାଙ୍ଗିଯିବା ସହିତ ସେମାନେ ବାସହରା ହେଉଛନ୍ତି। ପଛପଡ଼ା ଗ୍ରାମର କମଳାକାନ୍ତ ଗୋଚ୍ଛାୟତ କୁହନ୍ତି, ବନ୍ୟା ପ୍ରପୀଡ଼ିତଙ୍କ ପାଇଁ କିଛି ଯୋଜନା ନାହିଁ। ଏପରିକି ଏଠାରେ ବନ୍ୟା ଆଶ୍ରୟସ୍ଥଳୀଟିଏ ବି ନିର୍ମାଣ ହୋଇପାରିଲା ନାହିଁ। ବିଭିନ୍ନ ସ୍ଥାନରେ ଉନ୍ନତି ନାମରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ବନ୍ୟାଞ୍ଚଳକୁ ଅଣଦେଖା କରାଯାଉଛି। ରିଲିଫ ବଣ୍ଟନରେ ନିୟୋଜିତ ଥିବା ଲାୟନ୍ସ କ୍ଲବର କର୍ମକର୍ତ୍ତା ପ୍ରଲୁବ୍ଧ ଜେନା କୁହନ୍ତି, ଯାଜପୁର ଜିଲାରେ ବନ୍ୟା ଚିର ସହଚର ହୋଇଛି। ଏହାର ମୁକାବିଲା କରିବାକୁ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri