ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ

କେନ୍ଦୁଝର,୨୯।୮: କେନ୍ଦୁଝର ପୁରୁଣା ସହର ସିଦ୍ଧସାଧନର ପୀଠ ସିଦ୍ଧମଠରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମନ୍ଦିର କାନ୍ଥରେ ଅନାବନା ଗଛ ଉଠି ଏହାର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସଫେଇ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏହାସହ ମନ୍ଦିର ଭିତରେ ବର୍ଷା ପାଣି ଗଳୁଛି। ବାରମ୍ବାର ଦାବି ପରେ ପ୍ରାୟ ୧୦ ବର୍ଷ ପୂର୍ବରୁ ମନ୍ଦିର ରକ୍ଷଣାବେକ୍ଷଣ କରାଯିବା ସହ ବେଢା ମରାମତି କରାଯାଇଥିଲା। ୨୦୧୫ରେ ସିଦ୍ଧ ଜଗନ୍ନାଥଙ୍କ ନବକଳେବର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଐତିହ୍ୟସମ୍ପନ୍ନ ମନ୍ଦିରର ଠିକ୍‌ ରକ୍ଷାଣାବେକ୍ଷଣ କରାଯାଉ ନ ଥିବାରୁ ଏହା ପୁଣି ନଷ୍ଟ ହେବାକୁ ବସିଛି। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଥିଲେ ହେଁ ଏହାର ଠିକ୍‌ ନୀରିକ୍ଷଣ ଏଏସ୍‌ଆଇ ଦ୍ୱାରା କରିବାକୁ ଦାବି ହେଉଛି।
ମନ୍ଦିର କେନ୍ଦୁଝର ଶ୍ରୀବଳଦେବଜୀଉଙ୍କ ମନ୍ଦିରଠାରୁ ପ୍ରାୟ ୨୦୦ ବର୍ଷରୁ ଊର୍ଦ୍ଧ୍ୱ ଅର୍ଥାତ ପ୍ରାୟ ୫୦୦ବର୍ଷ ପୁରୁଣା। ଏହାକୁ ପ୍ରଥମ ମନ୍ଦିର ବୋଲି କୁହାଯାଏ। କେନ୍ଦୁଝରରେ ଶ୍ରୀ ଜଗନ୍ନାଥ ମୂର୍ତ୍ତି ପୂଜା ବହୁ ପୁରୁଣା। ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଏହି କେନ୍ଦୁଝରରେ ଶାବରୀ ସଂସ୍କୃତି ସହିତ ଅତିପୁରାତନ ଜୈନ, ବାୈଦ୍ଧ, ଶୈବ, ଶାକ୍ତ ସଂସ୍କୃତିର ପରମ୍ପରା ରହିଆସିଛି ବୋଲି କୁହାଯାଏ। ସିଦ୍ଧମଠଠାରେ ବହୁ ଆଗରୁ ପ୍ରଥମେ ଶ୍ରୀସିଦ୍ଧ ଜଗନ୍ନାଥ ପୂଜିତ ହୋଇଆସୁଥିଲେ। ତନ୍ତ୍ର ସାଧକମାନେ ଏହି ସିଦ୍ଧ ମଠରେ ସାଧନା କରି ସାନିଧ୍ୟ ଲାଭ କରୁଥିବା ବେଳେ ତନ୍ତ୍ର ଦ୍ୱାରା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା ବୋଲି କୁହାଯାଏ। ଏଣୁ ଏଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ଆଗରେ ଗରୁଡ ବଦଳରେ ମହାବୀର ହନୁମାନ ପୂଜିତ ହେଉଛନ୍ତି, ଯାହାକି ଭିନ୍ନ ପରମ୍ପରା ବୋଲି କୁହାଯାଏ। ଏଠାରେ ସିଦ୍ଧ ଜଗନ୍ନାଥ ଏକୁଟିଆ ପୂଜା ପାଇଥାନ୍ତି। ଆଗରୁ ରାମତାରକ ମନ୍ତ୍ରରେ ପୂଜା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଗୋପଳ ମନ୍ତ୍ରରେ ପୂଜା ପାଇ ଆସୁଛନ୍ତି ବୋଲି ପୂଜକ ସଞ୍ଜୟ ତ୍ରିପାଠୀ କୁହନ୍ତି। ଆଗରୁ ଏଠାରେ ରଥଯାତ୍ରା ଧୁମଧାମ୍‌ରେ ପାଳିତ ହୋଇଆସୁଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ବଳଦେବଜୀଉ ମନ୍ଦିର ସ୍ଥାପନ ୧୬୭୧ ମସିହାରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ଦ୍ୱାରା ସ୍ଥାପିତ ହେବାପରଠାରୁ ଶ୍ରୀ ବଳଦେବଜୀଉଙ୍କଠାରେ ରଥଯାତ୍ରା ପାଳନ ହୋଇଆସୁଛି। କେନ୍ଦୁଝରର ସୂର୍ଯ୍ୟବଂଶୀ ଭଞ୍ଜ ଉପାଧିଧାରୀ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେବଙ୍କ ରାଜତ୍ୱ କାଳରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରସାର ଘଟିଥିଲା। ତେବେ ସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ଏକୁଟିଆ ଦାରୁବ୍ରହ୍ମ ଭାବରେ ପୂଜିତ ହୋଇଆସୁଛନ୍ତି। ଏଠାରେ ରଥଯାତ୍ରା ପାଳନ ମନ୍ଦିର ପରିସରରେ ଅଲଗା ପରମ୍ପରାରେ ହୋଇଥାଏ। ରଥଯାତ୍ରାରେ ସିଦ୍ଧ ଶ୍ରୀ ଜଗନ୍ନାଥ ସିଂହାସନରୁ ଓହ୍ଲାଇ ମନ୍ଦିର ପରିସରରେ ଥିବା ଭଦ୍ରାସନକୁ ଆସିଥାନ୍ତି। ସେଠାରେ ପାରମ୍ପରିକ ରୀତିନୀତିରେ ନବଦିନ ବ୍ୟାପୀ ପୂଜାର୍ଚ୍ଚନା ହୋଇଥାଏ ଓ ବିଭିନ୍ନ ପ୍ରକାର ବେଶ ଅନୁଷ୍ଠିତ ହୋଇଥାଏ। ବାହୁଡା ଦିନ ଶ୍ରୀଜଗନ୍ନାଥଙ୍କୁ ସିଂହାସନକୁ ନିଆଯାଇ ନିଆରା ଭାବେ ରଥଯାତ୍ରା ସମ୍ପନ୍ନ ହୋଇଥାଏ। ରଥଯାତ୍ରା ସମୟରେ ପୂଜାର୍ଚ୍ଚନା କରିବାକୁ ଶହ ଶହ ଭକ୍ତ ଆସି ଦର୍ଶନ କରିଥାନ୍ତି। ଏହି ସିଦ୍ଧ ମଠ ଓ ସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ପାୈରାଣିକ ଇତିବୃତ୍ତିର ଅଧିକ ଗବେଷଣାର ଆବଶ୍ୟକତା ଅଛି। ଏହି ଅନନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ବହୁ ପୁରାତନ ମନ୍ଦିରର ସୁରକ୍ଷା କରାଗଲେ ଏହା ବାହାର ଭକ୍ତ ଓ ପର୍ଯ୍ୟଟକ ତଥା ଗବେଷକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସଂସ୍କୃତି ଗବେଷକ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri