ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ

କେନ୍ଦୁଝର,୨୯।୮: କେନ୍ଦୁଝର ପୁରୁଣା ସହର ସିଦ୍ଧସାଧନର ପୀଠ ସିଦ୍ଧମଠରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମନ୍ଦିର କାନ୍ଥରେ ଅନାବନା ଗଛ ଉଠି ଏହାର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସଫେଇ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏହାସହ ମନ୍ଦିର ଭିତରେ ବର୍ଷା ପାଣି ଗଳୁଛି। ବାରମ୍ବାର ଦାବି ପରେ ପ୍ରାୟ ୧୦ ବର୍ଷ ପୂର୍ବରୁ ମନ୍ଦିର ରକ୍ଷଣାବେକ୍ଷଣ କରାଯିବା ସହ ବେଢା ମରାମତି କରାଯାଇଥିଲା। ୨୦୧୫ରେ ସିଦ୍ଧ ଜଗନ୍ନାଥଙ୍କ ନବକଳେବର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଐତିହ୍ୟସମ୍ପନ୍ନ ମନ୍ଦିରର ଠିକ୍‌ ରକ୍ଷାଣାବେକ୍ଷଣ କରାଯାଉ ନ ଥିବାରୁ ଏହା ପୁଣି ନଷ୍ଟ ହେବାକୁ ବସିଛି। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଥିଲେ ହେଁ ଏହାର ଠିକ୍‌ ନୀରିକ୍ଷଣ ଏଏସ୍‌ଆଇ ଦ୍ୱାରା କରିବାକୁ ଦାବି ହେଉଛି।
ମନ୍ଦିର କେନ୍ଦୁଝର ଶ୍ରୀବଳଦେବଜୀଉଙ୍କ ମନ୍ଦିରଠାରୁ ପ୍ରାୟ ୨୦୦ ବର୍ଷରୁ ଊର୍ଦ୍ଧ୍ୱ ଅର୍ଥାତ ପ୍ରାୟ ୫୦୦ବର୍ଷ ପୁରୁଣା। ଏହାକୁ ପ୍ରଥମ ମନ୍ଦିର ବୋଲି କୁହାଯାଏ। କେନ୍ଦୁଝରରେ ଶ୍ରୀ ଜଗନ୍ନାଥ ମୂର୍ତ୍ତି ପୂଜା ବହୁ ପୁରୁଣା। ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଏହି କେନ୍ଦୁଝରରେ ଶାବରୀ ସଂସ୍କୃତି ସହିତ ଅତିପୁରାତନ ଜୈନ, ବାୈଦ୍ଧ, ଶୈବ, ଶାକ୍ତ ସଂସ୍କୃତିର ପରମ୍ପରା ରହିଆସିଛି ବୋଲି କୁହାଯାଏ। ସିଦ୍ଧମଠଠାରେ ବହୁ ଆଗରୁ ପ୍ରଥମେ ଶ୍ରୀସିଦ୍ଧ ଜଗନ୍ନାଥ ପୂଜିତ ହୋଇଆସୁଥିଲେ। ତନ୍ତ୍ର ସାଧକମାନେ ଏହି ସିଦ୍ଧ ମଠରେ ସାଧନା କରି ସାନିଧ୍ୟ ଲାଭ କରୁଥିବା ବେଳେ ତନ୍ତ୍ର ଦ୍ୱାରା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା ବୋଲି କୁହାଯାଏ। ଏଣୁ ଏଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ଆଗରେ ଗରୁଡ ବଦଳରେ ମହାବୀର ହନୁମାନ ପୂଜିତ ହେଉଛନ୍ତି, ଯାହାକି ଭିନ୍ନ ପରମ୍ପରା ବୋଲି କୁହାଯାଏ। ଏଠାରେ ସିଦ୍ଧ ଜଗନ୍ନାଥ ଏକୁଟିଆ ପୂଜା ପାଇଥାନ୍ତି। ଆଗରୁ ରାମତାରକ ମନ୍ତ୍ରରେ ପୂଜା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଗୋପଳ ମନ୍ତ୍ରରେ ପୂଜା ପାଇ ଆସୁଛନ୍ତି ବୋଲି ପୂଜକ ସଞ୍ଜୟ ତ୍ରିପାଠୀ କୁହନ୍ତି। ଆଗରୁ ଏଠାରେ ରଥଯାତ୍ରା ଧୁମଧାମ୍‌ରେ ପାଳିତ ହୋଇଆସୁଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ବଳଦେବଜୀଉ ମନ୍ଦିର ସ୍ଥାପନ ୧୬୭୧ ମସିହାରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ଦ୍ୱାରା ସ୍ଥାପିତ ହେବାପରଠାରୁ ଶ୍ରୀ ବଳଦେବଜୀଉଙ୍କଠାରେ ରଥଯାତ୍ରା ପାଳନ ହୋଇଆସୁଛି। କେନ୍ଦୁଝରର ସୂର୍ଯ୍ୟବଂଶୀ ଭଞ୍ଜ ଉପାଧିଧାରୀ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେବଙ୍କ ରାଜତ୍ୱ କାଳରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରସାର ଘଟିଥିଲା। ତେବେ ସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ଏକୁଟିଆ ଦାରୁବ୍ରହ୍ମ ଭାବରେ ପୂଜିତ ହୋଇଆସୁଛନ୍ତି। ଏଠାରେ ରଥଯାତ୍ରା ପାଳନ ମନ୍ଦିର ପରିସରରେ ଅଲଗା ପରମ୍ପରାରେ ହୋଇଥାଏ। ରଥଯାତ୍ରାରେ ସିଦ୍ଧ ଶ୍ରୀ ଜଗନ୍ନାଥ ସିଂହାସନରୁ ଓହ୍ଲାଇ ମନ୍ଦିର ପରିସରରେ ଥିବା ଭଦ୍ରାସନକୁ ଆସିଥାନ୍ତି। ସେଠାରେ ପାରମ୍ପରିକ ରୀତିନୀତିରେ ନବଦିନ ବ୍ୟାପୀ ପୂଜାର୍ଚ୍ଚନା ହୋଇଥାଏ ଓ ବିଭିନ୍ନ ପ୍ରକାର ବେଶ ଅନୁଷ୍ଠିତ ହୋଇଥାଏ। ବାହୁଡା ଦିନ ଶ୍ରୀଜଗନ୍ନାଥଙ୍କୁ ସିଂହାସନକୁ ନିଆଯାଇ ନିଆରା ଭାବେ ରଥଯାତ୍ରା ସମ୍ପନ୍ନ ହୋଇଥାଏ। ରଥଯାତ୍ରା ସମୟରେ ପୂଜାର୍ଚ୍ଚନା କରିବାକୁ ଶହ ଶହ ଭକ୍ତ ଆସି ଦର୍ଶନ କରିଥାନ୍ତି। ଏହି ସିଦ୍ଧ ମଠ ଓ ସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ପାୈରାଣିକ ଇତିବୃତ୍ତିର ଅଧିକ ଗବେଷଣାର ଆବଶ୍ୟକତା ଅଛି। ଏହି ଅନନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ବହୁ ପୁରାତନ ମନ୍ଦିରର ସୁରକ୍ଷା କରାଗଲେ ଏହା ବାହାର ଭକ୍ତ ଓ ପର୍ଯ୍ୟଟକ ତଥା ଗବେଷକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସଂସ୍କୃତି ଗବେଷକ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri