ପ୍ରୋତ୍ସାହନ ଅଭାବ: କଳାହାଣ୍ଡିରେ ତେନ୍ତୁଳି ବଜାର ବ୍ୟବସ୍ଥା ମାନ୍ଦା

ଭବାନୀପାଟଣା, ୬ା୫ (ଉତ୍ତମ କୁମାର ଦାଶ):ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି) ତଥା ରାଜ୍ୟ ସରକାର ତେନ୍ତୁଳି ସଂଗ୍ରହ ପାଇଁ ଯେତିକି ତତ୍ପରତା ଦେଖାଇବା କଥା ତାହା ନ ହେବା କାରଣରୁ କଳାହାଣ୍ଡି ଜିଲାର ହିତାଧିକାରୀ ବାହାରିଆ ବେପାରୀଙ୍କ ଉପରେ ନିର୍ଭରଶୀଳ ହେଉଛନ୍ତି। ଜିଲାର ତେନ୍ତୁଳି ସଂଗ୍ରହକାରୀ ଟିଡିସିସି ଦ୍ୱାରା ଯେଉଁଭଳି ଲାଭ ପାଇବା କଥା ତାହା ପାଉ ନ ଥିବା ଦେଖିବାକୁ ମିଳିଛି। ସାଧାରଣତଃ ପଛୁଆ ବର୍ଗର ଲୋକେ ବିଶେଷକରି ଆଦିବାସୀମାନେ ବଜାର ବ୍ୟବସ୍ଥା ସମ୍ପର୍କରେ ଜାଣିପାରନ୍ତି ନାହିଁ। ପୁରୁଷ ପୁରୁଷ ଧରି ଜୀବନ ଜୀବିକା ଉଦ୍ଦେଶ୍ୟରେ ତେନ୍ତୁଳି ଉପରେ ନିର୍ଭର କରିଆସୁଥିବା ପରିବାରଙ୍କୁ ଉଚିତ ପ୍ରାପ୍ୟ ନ ମିଳିବା ଉଦ୍‌ବେଗର କାରଣ ହୋଇଛି।
ଟିଡିସିସି କଳାହାଣ୍ଡିରେ ତେନ୍ତୁଳି କୁଇଣ୍ଟାଲ ପିଛା ୩୬ ଶହ ଟଙ୍କାରେ ସଂଗ୍ରହ କରୁଥିବା କୁହାଯାଇଛି। କିନ୍ତୁ ଗ୍ରାମାଞ୍ଚଳରେ କୁଇଣ୍ଟାଲ ପ୍ରତି ଦର ନିର୍ଦ୍ଧାରଣ କରି ବିକ୍ରି କରିବା ସହଜ ହେଉନାହିଁ। ତେଣୁ କିଏ କୁଇଣ୍ଟାଲ ପିଛା ଏକ ହଜାରରେ ବିକ୍ରି କରୁଛି ତ ଆଉ କିଏ ବଜାରରେ ବୁଲି ବୁଲି ଉଚ୍ଚା ଦରରେ ବିକିବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ତେନ୍ତୁଳିର ବଜାର ଦର ୪୦ରୁ ୫୦ଟଙ୍କା ହୋଇଥିବାରୁ ଟିଡିସିସି ଏଥର ତେନ୍ତୁଳି ସଂଗ୍ରହ କରୁନାହିଁ। ଟିଡିସିସି ଗୋଟିଏ କେ.ଜି. ତେନ୍ତୁଳି କ୍ରୟ କରି ନ ଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ଗତବର୍ଷ ଟିଡିସିସି ସିଧାସଳଖ ଏସ୍‌ଏଚ୍‌ଜି ମହିଳାଙ୍କ ଜରିଆରେ ତେନ୍ତୁଳି ସଂଗ୍ରହ ପ୍ରକ୍ରିୟା ଜାରି ରଖିଥିଲା। ଏସ୍‌ଏଚ୍‌ଜି ମହିଳା ତେନ୍ତୁଳି ସଂଗ୍ରହକାରୀଙ୍କ ସହ ଯୋଗସୂତ୍ର ରଖି ସଂଗୃହୀତ ତେନ୍ତୁଳିକୁ ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତୀ ସମୟରେ ଟିଡିସିସିକୁ ହସ୍ତାନ୍ତର କରିଥାନ୍ତି। ଏହି କାର୍ଯ୍ୟ ପାଇଁ ସେମାନେ କୁଇଣ୍ଟାଲ ପିଛା ୭୨ ଟଙ୍କା ଟିଡିସିସିଠାରୁ ପାଉଛନ୍ତି। ଅନ୍ୟପକ୍ଷରେ ତେନ୍ତୁଳି ସଂଗ୍ରହକାରୀ ଗତଥର ଟିଡିସିସିରୁ କୁଇଣ୍ଟାଲ ପିଛା ୩୬୦୦ ଟଙ୍କା ନିଜ ପ୍ରାପ୍ୟ ହିସାବରେ ନେଉଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲାରେ ଗତବର୍ଷ ଟିଡିସିସି ୯୬୬.୭୪ କୁଇଣ୍ଟାଲ ତେନ୍ତୁଳି କ୍ରୟ କରି ୩୪,୮୦,୨୬୪ ଟଙ୍କା ପ୍ରଦାନ କରିଥିବା କୁହାଯାଇଛି। ଜିଲାର ଲାଞ୍ଜିଗଡ, ଥୁଆମୂଳ ରାମପୁର ଓ ଏମ୍‌ ରାମପୁର ବ୍ଲକରେ ତେନ୍ତୁଳିର ଚାହିଦା ବେଶୀ। ଶାଳ ମଞ୍ଜି ଭଳି ତେନ୍ତୁଳି ମଧ୍ୟ ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଅଧିବାସୀଙ୍କ ପାଇଁ ଲାଭପ୍ରଦ ହେଉଥିଲେ ସୁଦ୍ଧା ଉଚିତ ପ୍ରାପ୍ୟ ନ ପାଇ ଦଲାଲ ହାତରେ ତେନ୍ତୁଳିକୁ ଟେକି ଦେଉଛନ୍ତି। ଟିଡିସିସି ଜିଲାର ଲାଞ୍ଜିଗଡ, ଏମ୍‌. ରାମପୁର, ଥୁଆମୂଳ ରାମପୁର, ଭବାନୀପାଟଣା ଓ କଲମପୁର ଅଞ୍ଚଳକୁ ବାଦ ଦେଲେ ଅନ୍ୟ ବ୍ଲକରୁ ତେନ୍ତୁଳି ସଂଗ୍ରହ କରିବା ଜଣାପଡୁନାହିଁ। କୋକସରା ଭଳି କେତେକ ବ୍ଲକରେ ତେନ୍ତୁଳି ସଂଗ୍ରହ କରାଯାଉଥିଲେ ବି ଟିଡିସିସି ଏଥିପ୍ରତି ଧ୍ୟାନ ଦେଉନାହିଁ। ଗତବର୍ଷ ଦଲାଲମାନେ କିଲୋ ପିଛା ୧୫ଟଙ୍କା ଏବଂ ୫୦ କେଜି ବସ୍ତା ପିଛା ୮୦୦ ଟଙ୍କାରୁ କମ ମୂଲ୍ୟରେ ନେଇଥିବା ନଜିର ରହିଛି। ଜିଲାରେ ଟିଡିସିସି ଅଧୀନରେ ଥିବା ୫ ବ୍ଲକର ୩୨ ଏସ୍‌ଏଚ୍‌ଜି ମହିଳା କାମ କରୁଥିବାବେଳେ ଚଳିତ ବର୍ଷ ଟିଡିସିସି ହାତ ଯୋଡି ବସିଛି। ଜିଲାରେ ୧୦ ହଜାର କୁଇଣ୍ଟାଲ ତେନ୍ତୁଳି ସଂଗ୍ରହ ହୋଇପାରିବ ବୋଲି ଆଶା କରାଯାଉଛି। କିନ୍ତୁ ତେନ୍ତୁଳିକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ, ଯଦ୍ୱାରା ସଂଗୃହୀତ ତେନ୍ତୁଳିକୁ ସମ୍ବଲପୁର ଶୀତଳଭଣ୍ଡାରକୁ ପଠାଯାଉଛି। ଅନ୍‌ଲାଇନ ବଜାର ବ୍ୟବସ୍ଥା ଭିତ୍ତିରେ ଉକ୍ତ ତେନ୍ତୁଳି ବିକ୍ରିବଟା କରାଯାଉଛି। ଜିଲାରେ ଶୀତଳଭଣ୍ଡାର ବ୍ୟବସ୍ଥା ସହ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଟିଡିସିସି ଦ୍ୱାରା ଯୋଡି ଦିଆଗଲେ ସେମାନେ ଲାଭବାନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri