ଚାକିରି ବଦଳାଇଛନ୍ତି ହେଲେ ଏଯାଏ PF Transfer କରିନାହାନ୍ତି କି? ହୋଇଯିବ ବଡ଼ କ୍ଷତି, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୬।୫: ଘରୋଇ ଚାକିରି କରୁଥିବା ଲୋକଙ୍କ ପାଇଁ EPF ଏକ ନିର୍ଭରଯୋଗ୍ୟ ଯୋଜନା। ଏହା ଅବସର ପରେ ବହୁତ ସାହାଯ୍ୟ କରେ। ଇପିଏଫ୍‌ରେ ଜମା ହୋଇଥିବା ଟଙ୍କା ଉପରେ ଟିକସ ଛାଡ଼ ଏବଂ ଭଲ ସୁଧ ମଧ୍ୟ ଉପଲବ୍ଧ ହୋଇଥାଏ। ଏଭଳି ସ୍ଥିତିରେ ଯଦି କେହି ନିକଟରେ ଚାକିରି ବଦଳାଇଛନ୍ତି ଏବଂ ଆପଣଙ୍କର ପୁରୁଣା EPF ଆକାଉଣ୍ଟକୁ ନୂତନ କମ୍ପାନୀକୁ ସ୍ଥାନାନ୍ତର କରିନାହାନ୍ତି, ତେବେ ମନରେ ଅନେକ ପ୍ରଶ୍ନ ଆସୁଥାଇପାରେ। ଯେମିତିକି ପୁରୁଣା EPF ଆକାଉଣ୍ଟରେ ସୁଧ ମିଳିବ କି ନାହିଁ, ତେଣୁ ଜାଣି ରଖନ୍ତୁ…

ଯେତେବେଳେ ଆପଣ ଚାକିରି ପରିବର୍ତ୍ତନ କରନ୍ତି, ଆପଣଙ୍କର EPF ଆକାଉଣ୍ଟ ସ୍ବୟଂଚାଳିତ ଭାବରେ ନୂତନ କମ୍ପାନୀକୁ ସ୍ଥାନାନ୍ତରିତ ହୁଏ ନାହିଁ। ଏଥିପାଇଁ ଆପଣଙ୍କୁ EPFO ସଦସ୍ୟ ସେବା ପୋର୍ଟରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପଡିଥାଏ। ଯେପର୍ଯ୍ୟନ୍ତ ଆପଣ ଏହା ନ କରିଛନ୍ତି, ସେପର୍ଯ୍ୟନ୍ତ ଆପଣଙ୍କର ଟଙ୍କା ପୁରୁଣା EPF ଆକାଉଣ୍ଟରେ ରହିବ। ଆପଣଙ୍କର UAN ନମ୍ବର ସମାନ ରହିଥାଏ, କିନ୍ତୁ ଆକାଉଣ୍ଟ ସ୍ଥାନାନ୍ତରିତ ହୁଏ ନାହିଁ। କିନ୍ତୁ କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଆସେ ଯେ EPF ଆକାଉଣ୍ଟ ସ୍ଥାନାନ୍ତର ନହେଲେ ମଧ୍ୟ ସୁଧ ମିଳିବ କି?
EPFO ନିୟମ ଅନୁସାରେ, ଯଦି ଆପଣଙ୍କର EPF ଆକାଉଣ୍ଟ ନିଷ୍କ୍ରିୟ ଥାଏ, ତେବେ ଏହା ୩୬ ମାସ ଅର୍ଥାତ ୩ ବର୍ଷ ପାଇଁ ସୁଧ ଦେଇଥାଏ। ଏହି ସୁଧ ଶେଷ EPF ଅବଦାନରୁ ଗଣନା କରାଯାଏ। ଯଦି ୩୬ ମାସ ପାଇଁ କୌଣସି ଅବଦାନ ଦିଆଯାଇ ନାହିଁ ଏବଂ କର୍ମଚାରୀ ଆଉ ଚାକିରି କରୁନାହାଁନ୍ତି କିମ୍ବା ଅବସର ନେଇଛନ୍ତି, ତେବେ ଆକାଉଣ୍ଟଟି ନିଷ୍କ୍ରିୟ ହୋଇଯାଏ ଏବଂ ଏଥିରେ ସୁଧ ବନ୍ଦ ହୋଇଯାଏ।

ଯଦି ଆପଣ ଚାକିରି ପରିବର୍ତ୍ତନ କରିବା ପରେ ଆପଣଙ୍କର EPF ଆକାଉଣ୍ଟ ସ୍ଥାନାନ୍ତର କରିନାହାନ୍ତି, ତେବେ ଆପଣଙ୍କୁ ପୁରୁଣା ଆକାଉଣ୍ଟ ଉପରେ କେବଳ ତିନି ବର୍ଷ ପାଇଁ ସୁଧ ମିଳିବ। ଏହା ପରେ ସୁଧ ଦେବା ବନ୍ଦ ହୋଇଯିବ। ଏହାଦ୍ୱାରା କ୍ଷତି ହେବ। କାରଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ, EPFO ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?