ଅଦାଚାଷର ବିକାଶ ପାଇଁ ପ୍ରୋତ୍ସାହନ ଅଭାବ

ଉମରକୋଟ,୮।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସିଲାଟି ଓ ଯାମରୁଣ୍ଡା ଅଞ୍ଚଳର କେତେଜଣ ବଙ୍ଗୀୟ ଚାଷୀ ଅଦାଚାଷ କରିଛନ୍ତି, ଯାହାକି ବହୁତ ଭଲ ହୋଇଛି। ଉମରକୋଟ ଅଞ୍ଚଳର ଜଳବାୟୁ ଅଦା ଚାଷ ପ୍ରତି ଅନୁକୂଳ ରହିଥିବା ଏଥିରୁ ଜଣାପଡ଼େ। ଉମରକୋଟ, ରାଇଘର ଓ ଝରିଗାଁ  ଅଞ୍ଚଳର ଚାଷୀମାନେ ଅଳ୍ପ ଅଳ୍ପ ଜମିରେ ଅଦା ଚାଷ କରନ୍ତି। ଫସଲ ମଧ୍ୟ ଭଲହୁଏ। କିନ୍ତୁ ଏଠାରେ ସଚେତନତା ଅଭାବ ଓ ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏପରି ଏକ ଲାଭବାନ ଫସଲ ପ୍ରତି ଚାଷୀ ମନ ବଳାଉନାହାନ୍ତି ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଉଦ୍ୟାନ ବିଭାଗ ଯଦି ଚାଷୀମାନଙ୍କୁ ଅଦାଚାଷ ପ୍ରତି ସଚେତନ କରନ୍ତେ ତେବେ ଏଠାକାର ଚାଷୀ ନିଶ୍ଚିତ ଭାବରେ ଅଦାଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି ସେମାନେ କହିଛନ୍ତି।
  ତଳେ ଯେଉଁ ଅଦା ୮୦ ଟଙ୍କାରେ ମିଳୁଥିଲା ତାହାର ବର୍ତ୍ତମାନ ହୋଲସେଲ ରେଟ ୧୫୦ ଟଙ୍କାରେ ପହଞ୍ଚତ୍ଛି। ବର୍ତ୍ତମାନ ସେମିଳିଗୁଡ଼ାରେ ଅଦା ବେପାରୀମାନେ ଅଦା କିଲୋ ପ୍ରତି ୧୪୮ ଟଙ୍କାରେ ବିକ୍ରି କରୁଛନ୍ତି। ଉକ୍ତ ଅଦା ଉମରକୋଟ ଆସିବା ବେଳକୁ ୧୭୦ ଟଙ୍କାରେ ବିକ୍ରି ହେବ ବୋଲି ଜଣେ ବେପାରୀ କହିଛନ୍ତି। ଅଳ୍ପ ଦିନ ମଧ୍ୟରେ ଅଦା କିଲୋ ପ୍ରତି ୨ଶହ ଟଙ୍କାରେ ପହଞ୍ଚତ୍ବ ବୋଲି ବ୍ୟବସାୟୀ କହୁଛନ୍ତି। ଅଦା ସାଧାରଣତଃ ସେମିଳିଗୁଡା ଅଞ୍ଚଳରୁ ନବରଙ୍ଗପୁର ତଥା ଉମରକୋଟ ବଜାରକୁ ଆସିଥାଏ। ଗତ ବର୍ଷ ଅଦାର ଦର ବହୁତ କମିଯିବାରୁ ଚଳିତ ବର୍ଷ ଚାଷୀ ଅଦାଚାଷ କରି ନ ଥିବା ଜଣାପଡ଼ିଛି। ଫଳରେ ଅଦାର ଦାମ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପଟେ କେରଳ ଓ କର୍ନାଟକର କେତେଜଣ ଅଣ ଓଡ଼ିଆ ଚାଷୀ ଉମରକୋଟ ଓ ଛତିଶଗଡ଼ ସୀମାରେ ହଜାର ହଜାର ଏକର ଜମିରେ ଅଦା ଲଗାଇ ଚେନ୍ନାଇ ଓ ବାଙ୍ଗାଲୋର ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଫଳରେ ଏହି ଅଦା ସବୁ ସେଠାକୁ ଚାଲିଯାଉଛି।
ଉମରକୋଟ କନିଷ୍ଠ ଉଦ୍ୟାନ ବିଭାଗର ଅଧିକାରୀ ସରୋଜ କୁମାର ସେନାପତିଙ୍କୁ ପଚାରିବରୁ ୨୦୧୨-୧୩ରେ ଚାଷୀଙ୍କ ପାଇଁ ହଳଦୀ ବିହନ ଆସିଥିଲା । କିନ୍ତୁ ନବରଙ୍ଗପୁର ଅଞ୍ଚଳର ଚାଷୀ ହଳଦୀ ଚାଷ ପ୍ରତି ଏତେଟା ଆଗ୍ରହ ପ୍ରକାଶ କଲେ ନାହି। ବର୍ତ୍ତମାନ ଚାଷୀଙ୍କ ପାଇଁ ଅଦା ଓ ହଳଦୀ ବିହନ ରିହାତି ଦରରେ ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତ। ଉମରକୋଟରେ ଉଦ୍ୟାନ ବିଭାଗର ଅଧିକାରୀ ରହୁ ନ ଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। ଏଠାରେ ଜଣେ ନିୟମିତ ଉଦ୍ୟାନ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri